Advertisment

Vaibhav Suryavanshi: ୯୫ ବଲରେ ୧୭୧ ରନ: ଡବଲ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ

ୟୁଏଇ ବିପକ୍ଷ ମ୍ୟାଚରେ ସେ ମାତ୍ର ୩୦ଟି ବଲରେ ଅର୍ଦ୍ଧଶତକ ଓ ୫୬ଟି ବଲରେ ମାରିଛନ୍ତି ଶତକ। ସେହିପରି ସେ ୮୪ ବଲରେ ୧୫୦ ରନ ଓ ୯୫ଟି ବଲରେ ୧୭୧ ରନର ବିସ୍ଫୋରକ ଇନିଂସ ଖେଳି ଆଉଟ ହୋଇଛନ୍ତି।

author-image
Hemant Lenka
Suryavanshi

ବୈଭବ ସୂର୍ଯ୍ୟବଂଶୀ

ଆଉ ଗୋଟିଏ ଦିନ ଓ ଆଉ ଗୋଟିଏ ରେକର୍ଡ। ଭାରତୀୟ କ୍ରିକେଟର ୧୪ ବର୍ଷୀୟ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ପଡ଼ିଆକୁ ଓହ୍ଲାଇବା ମାତ୍ରେ କେବଳ ରେକର୍ଡ ବର୍ଷା କରି ଚାଲିଛନ୍ତି। ୧୯ ବର୍ଷରୁ କମ ଏସିଆ କପ(ଦିନିକିଆ)ର ପ୍ରଥମ ମ୍ୟାଚ୍‌ରେ ଗର୍ଜିଛି ସୂର୍ଯ୍ୟବଂଶୀଙ୍କ ବ୍ୟାଟ।

Advertisment

ୟୁଏଇ ବିପକ୍ଷ ମ୍ୟାଚରେ ସେ(Vaibhav Suryavanshi) ମାତ୍ର ୩୦ଟି ବଲରେ ଅର୍ଦ୍ଧଶତକ ଓ ୫୬ଟି ବଲରେ ମାରିଛନ୍ତି ଶତକ। ସେହିପରି ସେ ୮୪ ବଲରେ ୧୫୦ ରନ ଓ ୯୫ଟି ବଲରେ ୧୭୧ ରନର ବିସ୍ଫୋରକ ଇନିଂସ ଖେଳି ଆଉଟ ହୋଇଛନ୍ତି। ଏହି ବିସ୍ଫୋରକ ଇନିଂସରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୯ଟି ଚୌକା ଓ ୧୪ଟି ବିଶାଳ ଛକା। 

ୟୁଏଇ ବିପକ୍ଷରେ ସେ ୧୭୧ ରନର ଇନିଂସ ଖେଳି ୨ଟି ଏସୀୟ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ତାଙ୍କ ପୂର୍ବରୁ ଅଣ୍ଡର ୧୯ ଏସିଆ କପ(Asia Cup)ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ଆଫଗାନିସ୍ତାନର ଡାରୱିଶ ରସୋଲିଙ୍କ ନାଁରେ ଥିଲା। ସେ ୨୦୧୭ରେ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୧୦ଟି ଛକା ମାରିଥିଲେ। ହେଲେ ଆଜି ସୂର୍ଯ୍ୟବଂଶୀ ୧୪ଟି ଛକା ମାରି ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। 

Advertisment

ଏହାବାଦ ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଉ ଏକ ଏସୀୟ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ୧୯ ବର୍ଷରୁ କମ ଏସିଆ କପରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ସେ ନିଜ ନାଁରେ କରିଛନ୍ତି। ପୂର୍ବରୁ ୨୨ଟି ଛକା ସହ ରସୋଲି ଏହି ରେକର୍ଡକୁ ନିଜ ନାଁରେ ରଖିଥିଲେ। କିନ୍ତୁ ସୂର୍ଯ୍ୟବଂଶୀଙ୍କ ଛକା ସଂଖ୍ୟା ୨୬ରେ ପହଞ୍ଚି ଯାଇଛି।

ଅଣ୍ଡର ୧୯ ଦିନିକିଆ ଫର୍ମାଟରେ ସୂର୍ଯ୍ୟବଂଶୀଙ୍କ ୧୭୧ ରନ ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ। ୧୭୭ ରନ ସହ ଅମ୍ବାତି ରାୟୁଡୁ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷ ଅଣ୍ଡର ୧୯ ମ୍ୟାଚରେ ଅପରାଜିତ ୧୭୭ ରନର ଇନିଂସ ଖେଳିଥିଲେ। ଏହାକୁ ଅତିକ୍ରମ କରିବାକୁ ସୂର୍ଯ୍ୟବଂଶୀଙ୍କ ପାଖରେ ସୁଯୋଗ ଥିଲେ ହେଁ ସେ ୧୭୧ ରନରେ ଆଉଟ ହୋଇ ଯାଇଥିଲେ। 

ତଥାପି ତାଙ୍କର ବିସ୍ଫୋରକ ଇନିଂସ ଯୋଗୁ ଭରାତୀୟ ଅଣ୍ଡର ୧୯ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୪୩୩ ରନ କରି ନେଇଛି। 

Asia Cup Vaibhav Suryavanshi