Advertisment

ପରାଜୟ ସହ ବିଶ୍ୱକପ ଅଭିଯାନ ଶେଷ କଲା ଆଫଗାନିସ୍ତାନ, ଜିତିଲା ଦକ୍ଷିଣ ଆଫ୍ରିକା

ଆଫଗାନିସ୍ତାନ ଆଜି ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଢ଼େଇ କରି ହାରି ଯାଇଛି।

author-image
Hemant Lenka
SA

SA

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସମସ୍ତଙ୍କ ହୃଦୟ ଜିତିଥିବା ଆଫଗାନିସ୍ତାନ ନିଜର ଅଭିଯାନ ଶେଷ କରିଛି। ସେମି ଫାଇନାଲରୁ ବାଦ ପଡ଼ି ସାରିଥିବା ଆଫଗାନିସ୍ତାନ ଆଜି ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଢ଼େଇ କରି ହାରି ଯାଇଛି। ଶେଷ ମ୍ୟାଚ୍‌ ହାରିଥିଲେ ମଧ୍ୟ ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ୪ ବିଜୟ ସହ ନୂଆ ରେକର୍ଡ କରିଛି।

Advertisment

ସେହିପରି ବିଶ୍ୱ କ୍ରିକେଟର ପାୱାର ହାଉସ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ମଧ୍ୟ ହରାଇବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ବି ଦଳ ଏକପ୍ରକାରର ବିଜୟ ହାସଲ କରି ନେଇଥିଲା। କିନ୍ତୁ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ଯୋଗୁ ଦଳ ହାରି ଯାଇଥିଲା। ଆଜି ଶେଷ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ଠାରୁ ୫ ୱିକେଟରେ ହାରିଛି।

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ଅଜମତ ଓମରଜାଇଙ୍କ ଲଢ଼ୁଆ ୯୭ ରନ ବଳରେ ସମସ୍ତ ୱିକେଟ ହରାଇ ୨୪୪ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୫ ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ହାସଲ କରି ନେଇଛି।

Advertisment

ଦଳ ପକ୍ଷରୁ ରସି ଭାନ ଡେର ଡୁସେନ ଅପରାଜିତ ୭୬ ରନର ଇନିଂସ ଖେଳି ଦଳକୁ ଜିତାଇନ୍ତି। ତାଙ୍କୁ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଆଣ୍ଡିଲେ ଫେହଲୁକୱାୟୋ ଅପରାଜିତ ୩୯ ରନ କରି ଭରପୂର ସାଥ ଦେଇଥିଲେ। ୭୬ ରନର ଇନିଂସ ଖେଳିଥିବା ଡୁସେନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। 

୨୪୫ ରନର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ଓପନର କ୍ୱିଣ୍ଟନ ଡି’କକ ଓ ଅଧିନାୟକ ତେମ୍ବା ବଭୂମା ୬୪ ରନର ଭାଗିଦାରୀ କରିଥିଲେ। କିନ୍ତୁ ମୁଜିବ ଉର ରହମାନ ୨୩ ରନ କରିଥିବା ବଭୂମା ଓ ପରେ ମହମ୍ମନ ନବି ୪୧ ରନ କରିଥିବା ଡି’କକଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ଡବଲ ଝଟକା ଦେଇଥିଲେ।

ଏଡେନ ମାର୍କରମ (୨୫) ଓ ହେନରିଜ କ୍ଲାସେନ(୧୦)ଙ୍କୁ ରାଶିଦ ଖାନ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଡୁସେନ ଖୁଣ୍ଟ ଭଳି ଛିଡ଼ା ହୋଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଏଥିସହ ଚଳିତ ବିଶ୍ୱକପରେ ଆଉ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ ଡାଭିଡ ମିଲର କିଛି ସମୟ ପାଇଁ ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୧୮୨ ଥିବା ବେଳେ ମହମ୍ମଦ ନବି ୨୪ ରନ କରିଥିବା ମିଲରଙ୍କୁ ଆଉଟ କରି ଆଫ୍ରିକୀୟ ଟିମକୁ ୫ମ ଝଟକା ଦେଇଥିଲେ।

ଲାଗୁଥିଲା ଆ‍ଫଗାନିସ୍ତାନ କମବ୍ୟାକ କରିବ। କିନ୍ତୁ ଡୁସେନ ଓ ଫେହଲୁକୱାୟୋ ଦଳର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଉଭୟ ବେଶ ସତର୍କତାର ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ଦୁଇ ବ୍ୟାଟର ଆଫଗାନିସ୍ତାନର ଶକ୍ତି କୁହାଯାଉଥିବା ସ୍ପିନ ବୋଲରଙ୍କୁ ଆଦୌ ବଡ଼ ଶଟ ମାରିଥିଲେ। କେବଲ ସିଙ୍ଗଲ ଓ ଡବଲ ନେଇ ଉଭୟ ଦଳକୁ ବିଜୟ ଆଡ଼କୁ ଅଗ୍ରସର କରିଥିଲେ।

ଶେଷରେ ୧୮ ବଲରୁ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୪ ରନ ଆବଶ୍ୟକ ରହିଥିଲା। ଏହି ସମୟରେ ଦ୍ରୁତ ବୋଲର ନବୀନ ଉଲକଙ୍କୁ ୨ଟି ଛକା ଓ ଗୋଟିଏ ଚୌକା ମାରି ଫେହଲୁକୱାୟୋ ବିଜୟ ମୁଣ୍ଡି ମାରିଥିଲେ।

ପ୍ରଥମେ ସେ ଛକା, ପରେ ଚୌକା ମାରିଥିଲେ। ଦଳକୁ ଜିତିବା ପାଇଁ ୪ ରନର ଆବଶ୍ୟକତା ଥିବା ବେଳେ ସେ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ଡୁସେନ ଶେଷ ଯାଏ ୯୫ ବଲରେ ୭୬ ଓ ଫେହଲୁକୱାୟୋ ୩୭ ବଲରେ ଅପରାଜିତ ୩୯ ରନ କରି କ୍ରିଜ୍‌ରେ ରହିଥିଲେ।

ICC ICC Men’s Cricket World Cup 2023 ICC World Cup 2023 ICC World Cup