Puja
ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ବିଜୟ ହାସଲ କରିଥିବା ଭାରତୀୟ ମହିଳା ଦଳ ଆଜି ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ଆରମ୍ଭ କରିଛି। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି।
ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ମହିଳା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ପୂରା ଟିମ ପ୍ରଥମ ଇନିଂସରେ ମାତ୍ର ୨୧୯ ରନ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଭାରତୀୟ ମହିଳା ଦଳ ତା’ର ପ୍ରଥମ ଇନିଂସରେ ଗୋଟିଏ ୱିକେଟ ହରାଇ ୯୮ ରନ କରି ନେଇଛି।
ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ସ୍ମୃତି ମନ୍ଧାନା ୪୩ ଓ ସ୍ନେହ ରାଣା ୪ ରନ କରି ଅପରାଜିତ ରହିଛନ୍ତି। ଭାରତ ଶେଫାଲି ବର୍ମା(୪୦)ଙ୍କୁ ପ୍ରଥମ ଦିନରେ ହରାଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଓଭରରେ ହିଁ ଫୋଇବେ ଲିଚଫିଲ୍ଡ(୦)ଙ୍କୁ ରନ ଆଉଟ ରୂପେ ହରାଇଥିଲା। ଏହାପରେ ଏଲିସ ପେରୀ କେବଳ ୪ ରନ କରି ପୂଜା ବସ୍ତ୍ରକରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ତେବେ ବେଥ ମୋନୀ(୪୦) ଓ ତାହଲିଆ ମ୍ୟାଗ୍ରାଥ(୫୦) ତୃତୀୟ ୱିକେଟ ପାଇଁ ୮୦ ରନ ଯୋଡ଼ି ଭାରତୀୟ ଟିମ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେହ୍ନ ରାଣା ୫୦ ରନ କରିଥିବା ମ୍ୟାଗ୍ରାଥଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଦେଇଥିଲେ। ଦଳୀୟ ସ୍କୋର ୧୦୩ ଥିବା ବେଳେ ମୋନୀଙ୍କୁ ପୂଜା ବସ୍ତ୍ରକର ଆଉଟ କରିଥିଲେ। ଅଧିନାୟକ ଆଲିସା ହେଲୀ ମଧ୍ୟ କେବଳ ୩୮ ରନ କରି ଦୀପ୍ତି ଶର୍ମାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଅଷ୍ଟ୍ରେଲିଆ ୧୪୩ ରନରେ ୫ମ ୱିକେଟ ହରାଇଥିଲା। ଆନ୍ନାବେଲ ସଦରଲ୍ୟାଣ୍ଡ(୧୬), ଆଶେଲ ଗାର୍ଡନର(୧୧) ଓ ଜେସ ଜୋନାସେନ(୧୯) ବେଶୀ କିଛି କରିପାରି ନଥିଲେ। ଶେଷ ଭାଗରେ କିମ ଗାରଥ ଅପରାଜିତ ୨୮ ରନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ୨୧୯ରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଲାନ କିଙ୍ଗ ୫ ରନ ଓ ଶେଷ ୱିକେଟ ଭାବେ ଲାଉରେନ କେଟଲେ ୬ ରନ କରିଛନ୍ତି।
ଭାରତ ପକ୍ଷରୁ ପୂଜା ବସ୍ତ୍ରକର ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ସେହ୍ନ ରାଣା ୩ଟି ଓ ଦୀପ୍ତି ଶର୍ମା ୨ଟି ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puja_1703169231.jpg)