Advertisment

ଭେଙ୍କଟେଶ ଆୟର ତୃତୀୟ ଦାମୀ ଖେଳାଳି, ମ୍ୟାକ୍ସୱେଲ ପଞ୍ଜାବକୁ ଫେରିଲେ

ଅକ୍ସନ ପୂର୍ବରୁ କୋଲକାତା ତାଙ୍କୁ ରିଲିଜ କରି ଦେଇଥିଲା। ହେଲେ ଏବେ ଅକ୍ସନରେ ତାଙ୍କୁ ନିଜ ପର୍ସରୁ ସର୍ବାଧିକ ଟଙ୍କା ଦେଇ କିଣିଛି।

KKR

KKR

Advertisment

୨୦୨୫ ଆଇପିଏଲ ମେଗା ଅକ୍ସନରେ ତୃତୀୟ ଦାମୀ ଖେଳାଳି ହୋଇଛନ୍ତି ଭେଙ୍କଟେଶ ଆୟର। ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଭେଙ୍କଟଶ ଆୟରଙ୍କୁ ତାଙ୍କ ପୂର୍ବତନ ପ୍ରାଞ୍ଚାଇଜ ରେକର୍ଡ ୨୩.୭୫ କୋଟି ଟଙ୍କା ଦେଇ କିଣିଛି।

Advertisment

ଅକ୍ସନ ପୂର୍ବରୁ କୋଲକାତା ତାଙ୍କୁ ରିଲିଜ କରି ଦେଇଥିଲା। ହେଲେ ଏବେ ଅକ୍ସନରେ ତାଙ୍କୁ ନିଜ ପର୍ସରୁ ସର୍ବାଧିକ ଟଙ୍କା ଦେଇ କିଣିଛି। ସେ ମଧ୍ୟ ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ପରେ ଚଳିତ ମେଗା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।

ଶ୍ରେୟସ ଆୟରଙ୍କୁ ପଞ୍ଜାବ କିଙ୍ଗସ ୨୬.୭୫ କୋଟି ଓ ପନ୍ତଙ୍କୁ ଲକ୍ଷ୍ନୌ ରେକର୍ଡ ୨୭ କୋଟି ଟଙ୍କାରେ କିଣିଥିଲା। ଏବେ ଭେଙ୍କଟେଶ ଆୟର ତୃତୀୟ ଦାମୀ ଖେଳାଳି ଭାବେ କୋଲକାତା ପାଖକୁ ଯାଇଛନ୍ତି।

Advertisment

ଭେଙ୍କଟେଶ ଆୟରଙ୍କୁ ନେବା ପାଇଁ ଆରସିବି ମଧ୍ୟ ଜୋରଦାର ଉଦ୍ୟମ କରିଥିଲା। ଲକ୍ଷ୍ନୌ ମଧ୍ୟ କିଛି ସମୟ ପାଇଁ ବିଡ ୱାରରେ ସାମିଲ ଥିଲା। ଫଳରେ ବେସ ପ୍ରାଇସ ୨ କୋଟିରୁ ଭେଙ୍କଟେଶଙ୍କ ଦାମ ସିଧା ୨୩ କୋଟିରେ ପହଞ୍ଚିଥିଲା। ଆରସିବି ୨୩.୫୦ କୋଟି ଯାଏ ଯାଇଥିଲେ ହେଁ ଏହା ପରେ ରେସରୁ ଓହରି ଯାଇଥିଲା। ଶେଷରେ ଭେଙ୍କଟେଶ ନିଜ ପୁରୁଣା ଘର କୋଲକାତାକୁ ଫେରିଥିଲେ।

୨୦୨୪ ଆଇପିଏଲରେ କୋଲକାତା ଚାମ୍ପିୟନ ହୋଇଥିଲା। ଏଥିରେ ଭେଙ୍କଟେଶ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏପରି କି ସେ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ।

ଅନ୍ୟପକ୍ଷରେ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଣି ନାହିଁ ଆରସିବି। ସେ ପୁଣିଥରେ ପଞ୍ଜାବ କିଙ୍ଗସ ପାଖକୁ ଫେରିଛନ୍ତି। ମ୍ୟାକ୍ସୱେଲଙ୍କୁ ନେବା ପାଇଁ ହାଇଦ୍ରାବାଦ ଓ ଚେନ୍ନାଇ ଜୋରଦାର ଉଦ୍ୟମ କରିଥିଲେ। ହେଲେ ପଞ୍ଜାବ ତାଙ୍କୁ ୪.୨୦ କୋଟି ଟଙ୍କାରେ ନିଜ ପାଖକୁ ପୁଣି ଫେରାଇ ନେଇଛି।

୨୦୧୪ରୁ ୨୦୨୧ ଯାଏ ମ୍ୟାକ୍ସୱେଲ ପଞ୍ଜାବ ପାଇଁ ଖେଳିଥିଲେ।୨୦୨୨ରେ ତାଙ୍କୁ ଆରସିବି ୧୧ କୋଟି ଟଙ୍କାରେ କିଣିଥିଲା। ଏବେ ତାଙ୍କ ତାମ ଖସି ଯାଇଛି।

ଏହାବାଦ ମିଚେଲ ମାର୍ଶଙ୍କୁ ଲକ୍ଷ୍ନୌ ୩.୪୦ କୋଟି ଓ ମାର୍କସ ଷ୍ଟୋଇନିସଙ୍କୁ ପଞ୍ଜାବ ୧୧ କୋଟି ଟଙ୍କାରେ କିଣିଛି।

IPL Auction KKR IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe