Advertisment

ପାକିସ୍ତାନ ସାମ୍ବାଦିକଙ୍କୁ ମୁହଁତୋଡ଼ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ନୂଆଦିଲ୍ଲୀ: ୧୯୯୬ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏଥିରେ ଭାରତ ୩୯ ରନରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ଭେଙ୍କଟେଶ ପ୍ରସାଦଙ୍କ ରିଭେଞ୍ଜ ବା ପ୍ରତିଶୋଧ ଆଜି ବି ଲୋକଙ୍କ ମନରେ ତାଜା ଅଛି। ପ୍ରସାଦ ଏହି ଏହି ମ୍ୟାଚରେ ତିନୋଟି ୱିକେଟ୍ ନେଇଥିଲେ। ପ୍ରସାଦଙ୍କ ଏହି ୱିକେଟ୍ ତାଲିକାରେ ପାକିସ୍ତାନ ଓପ୍ନର ଆମୀର ସୋହେଲଙ୍କ ନାଁ ସାମିଲ୍ ଥିଲା, ଯିଏ ମ୍ୟାଚରେ […]

ଅଦ୍ୟତନ ହୋଇଛି
ପାକିସ୍ତାନ ସାମ୍ବାଦିକଙ୍କୁ ମୁହଁତୋଡ଼ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

Prasad

Advertisment

ନୂଆଦିଲ୍ଲୀ: ୧୯୯୬ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏଥିରେ ଭାରତ ୩୯ ରନରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ଭେଙ୍କଟେଶ ପ୍ରସାଦଙ୍କ ରିଭେଞ୍ଜ ବା ପ୍ରତିଶୋଧ ଆଜି ବି ଲୋକଙ୍କ ମନରେ ତାଜା ଅଛି। ପ୍ରସାଦ ଏହି ଏହି ମ୍ୟାଚରେ ତିନୋଟି ୱିକେଟ୍ ନେଇଥିଲେ। ପ୍ରସାଦଙ୍କ ଏହି ୱିକେଟ୍ ତାଲିକାରେ ପାକିସ୍ତାନ ଓପ୍ନର ଆମୀର ସୋହେଲଙ୍କ ନାଁ ସାମିଲ୍ ଥିଲା, ଯିଏ ମ୍ୟାଚରେ ୫୫ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ।

Advertisment

https://twitter.com/venkateshprasad/status/1381098756045611009?s=20

ଏହି ସ୍ମରଣୀୟ ସଫଳତାକୁ ମନେ ପକାଇ ପ୍ରସାଦ ଆଜି ଦୁଇଟି ଫଟୋ ଟ୍ୱିଟ୍ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହୋଇଛି। ପ୍ରଥମ ଫଟୋରେ ଆମୀର ଭେଙ୍କଟେଶ ପ୍ରସାଦଙ୍କ ଆଡ଼କୁ ବ୍ୟାଟ୍ ଦେଖାଇ କିଛି ଇସାରା କରୁଛନ୍ତି। ଦ୍ୱିତୀୟ ଫଟୋରେ ଆମୀର ପ୍ରସାଦଙ୍କ ବଲରେ ବୋଲ୍ଡ ହେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ପ୍ରସାଦ କ୍ୟାପସନରେ ଲେଖିଛନ୍ତି, ମୁଁ ଆମୀର ସୋହେଲଙ୍କୁ ବେଙ୍ଗାଲୁରୁରେ ୧୪.୫ ଓଭରରେ କହିଥିଲି ଯେ ‘ମୁଁ ଇନ୍ଦିରା ନଗରର ଗୁଣ୍ଡା’ । ପ୍ରସାଦଙ୍କର ଏହି ଟ୍ୱିଟ୍ ଖୁବ୍ ଭାଇରାଲ ହେଉଛି।

https://twitter.com/venkateshprasad/status/1381114876190285824?s=20

ତେବେ ପ୍ରସାଦଙ୍କର ଏହି ଟ୍ୱିଟରେ ଜଣେ ପାକିସ୍ତାନ ସାମ୍ବାଦିକ କମେଣ୍ଟ କରି ଲେଖିଛନ୍ତି, ପ୍ରସାଦଙ୍କ କ୍ୟାରିୟରର ଏହା ଏକମାତ୍ର ଉପଲବ୍ଧି। ଏହାର ଜବାବରେ ପ୍ରସାଦ ଲେଖିଛନ୍ତି, ‘ନା ନଜୀବ ଭାଇ’ କିଛି ଉପଲବ୍ଧି ଆଗାମୀ ଦିନ ପାଇଁ ରଖିଥିଲି। ଇଂଲଣ୍ଡରେ ହୋଇଥିବା ୧୯୯୯ ବିଶ୍ୱକପରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷରେ ୨୭ ରନ୍ ଦେଇ ୫ ୱିକେଟ୍ ନେଇଥିଲି ଏବଂ ଆପଣଙ୍କ ଟିମ୍ ସେହି ମ୍ୟାଚରେ ୨୨୮ ରନର ଲକ୍ଷ୍ୟର ପିଛା କରିପାରିନଥିଲା। ‘ଗଡ୍ ବ୍ଲେସ୍ ୟୁ’।

Advertisment

https://twitter.com/sing_amardeep/status/1381117493347901444?s=20

୧୯୯୬ ବିଶ୍ୱକପ କ୍ୱାର୍ଟରଫାଇନାଲରେ ଆମୀରଙ୍କ ସହ ପ୍ରସାଦଙ୍କ ଲଢ଼େଇ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ଭାରତ ପକ୍ଷରୁ ନବଜୋତ୍ ସିଂହ ସିଦ୍ଧୁ ୯୩ ଓ ଅଜୟ ଜାଡେଜା ୪୫ ରନର ଇନିଂସ୍ ଖେଳିଥିଲେ। ୱାସିମ୍ ଆକ୍ରାମ ଆହତ କାରଣରୁ ଖେଳିପାରିନଥିଲେ, ଯେଉଁ କାରଣରୁ ଆମୀର ଟିମର ନେତୃତ୍ୱ ନେଇଥିଲେ। ୨୮୮ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଜବରଦସ୍ତ ଆରମ୍ଭ କରିଥିଲା। ସୋହେଲ ଓ ସଇଦ ଅନୱର ପ୍ରଥମ ୱିକେଟ ପାଇଁ ୧୧ ଓଭରରେ ୮୪ ରନ୍ ଯୋଡ଼ିଥିଲ। ଅନୱରଙ୍କ ଆଉଟ୍ ହେବା ପରେ ସୋହେଲ ଲଗାତର ଭାରତୀୟ ବୋଲରଙ୍କୁ ଆଟାକ୍ କରୁଥିଲେ।

ପାକିସ୍ତାନ ଇନିଂସର ୧୫ତମ ଓଭରରେ ପ୍ରସାଦଙ୍କ ବଲରଆ ଆମୀର ସୋହେଲେ ଜୋରଦାର ଚୌକା ମାରିଥିଲେ। ଏହା ପରେ ଆମୀର ପ୍ରସାଦଙ୍କୁ ସ୍ଲେଜିଂ କରିଥିଲେ। ଆମୀର ଇସାରାରେ ପ୍ରସାଦଙ୍କୁ କହିଥିଲେ ଯେ ପରବର୍ତ୍ତୀ ବଲରେ ମଧ୍ୟ ଏମିତି ମାରିବି। ହେଲେ ପରବର୍ତ୍ତୀ ବଲରେ ପ୍ରସାଦ ଆମୀର ସୋହେଲଙ୍କ ଅଫ୍ ଷ୍ଟମ୍ପ ଉଡ଼ାଇ ଦେଇଥିଲେ। ଏହା ପରେ ପ୍ରସାଦ ଯେଉଁ ଷ୍ଟାଇଲରେ ସୋହେଲଙ୍କୁ ମଇଦାନରୁ ବିଦା କଲେ, ତାହା ଆଜି ବି ଲୋକଙ୍କ ମନରେ ତାଜା ଅଛି। ଏହି ମ୍ୟାଚରେ ଭାରତ ୩୭ ରନରେ ବିଜୟୀ ହୋଇଥିଲା। ୧୯୯୯ ବିଶ୍ୱକପରେ ମଧ୍ୟ ଭାରତ ପାକିସ୍ତାନକୁ ୪୭ ରନରେ ହରାଇଥିଲା। ଏହି ମ୍ୟାଚରେ ଭାରତ ୨୨୭ ରନ୍ କରିଥିଲା। ଜବାବରେ ପାକିସ୍ତାନ ଟିମ୍ ମାତ୍ର ୧୮୦ ରନରେ ଅଲଆଉଟ୍ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe