BCCI
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଭାୟାକମ ୧୮ ବିସିସିଆଇ ମିଡିଆ ଅଧିକାର ହାସଲ କରିଛି। ଏହାର ଅର୍ଥ ଆସନ୍ତା ୫ ବର୍ଷ ପାଇଁ ଭାରତ ଘରୋଇ ମାଟିରେ ଖେଳିବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍ର ପ୍ରସାରଣ ଅମ୍ବାନୀଙ୍କ ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରଣ ହେବ।
ଡିଜିଟାଲ ପ୍ରସାରଣର ଅଧିକାର ହାସଲ କରିବାକୁ କମ୍ପାନୀ ୩୧୦୦ କୋଟି ଟଙ୍କା ଦେଇଥିବା ବେଳେ ଟିଭି ପାଇଁ ୨୮୬୦ କୋଟି ଟଙ୍କା ଦେଇଛି। ମୋଟ ୫୯୬୦ କୋଟି ଟଙ୍କା ଦେଇ ଭାୟାକମ ୧୮ ବିସିସିଆଇ ଠାରୁ ପ୍ରସାରଣ ଦାୟିତ୍ୱ ହାସଲ କରିଛି। କମ୍ପାନୀ ଭାରତର ଗୋଟିଏ ମ୍ୟାଚ୍ ପାଇଁ ୬୭.୭ କୋଟି ଟଙ୍କା ହିସାବରେ ପ୍ରସାରଣ ଅଧିକାର ପାଇଛି।
୨୦୨୩ ଅଷ୍ଟ୍ରେଲିଆ ସିରିଜରୁ ୨୦୨୮ ମାର୍ଚ୍ଚ ମାସ ମଧ୍ୟରେ ଭାରତ ମୋଟ ୮୮ଟି ମ୍ୟାଚ୍ ଖେଳିବ। ଏଥିରେ ୨୫ଟି ଟେଷ୍ଟ, ୨୭ଟି ଦିନିକିଆ ଓ ୩୬ଟି ଟି-୨୦ ମ୍ୟାଚ୍ ରହିଛି। ୮୮ ମ୍ୟାଚ୍ ବ୍ୟତୀତ ଆଉ କିଛି ସ୍ୱତନ୍ତ୍ର ସିରିଜ ମ୍ୟାଚ ଯୋଗୁ ମଧ୍ୟ ମୋଟ ସଂଖ୍ୟା ୧୦୨ରେ ମଧ୍ୟ ପହଞ୍ଚି ପାରେ ବୋଲି କୁହାଯାଉଛି।
ଗତବର୍ଷ ଭାୟାକମ ୧୮ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର ପାଇଥିଲା। ଏବେ ଭାରତର ଘରୋଇ ମ୍ୟାଚ୍ର ପ୍ରସାରଣ ଅଧିକାର ମଧ୍ୟ ଭାୟାକମ ୧୮ ହାସଲ କରିଛି।
ଏହାର ଅର୍ଥ ଏଣିକି ସ୍ପୋର୍ଟସ ୧୮ ଓ ଜିଓ ସିନେମାରେ ଭାରତର ମ୍ୟାଚ୍ ଗୁଡ଼ିକ ଲୋକମାନେ ଦେଖିପାରିବେ। ଭାୟାକମ ୧୮ ସହ ସହ ଡିଜନୀ ଷ୍ଟାର ଓ ସୋନୀ ମଧ୍ୟ ବିସିସିଆଇ ମିଡିଆ ଅଧିକାର ହାସଲ କରିବାକୁ ଅନଲାଇନ ଅକ୍ସନରେ ସାମିଲ ହୋଇଥିଲେ।
ବିସିସିଆଇ ସମ୍ପାଦନକ ନିଜ X ଆକାଉଣ୍ଟରେ ଲେଖିଛନ୍ତି ଯେ ଭାୟାକମ ୧୮ ବିସିସିଆଇ ମିଡିଆ ରାଇଟ ପାଇଥିବାରୁ ଶୁଭେଚ୍ଛା। ଆସନ୍ତା ୫ ବର୍ଷ ପାଇଁ ଉଭୟ ଲାଇନର ଓ ଡିଜିଟାଲ ପ୍ରସାରଣ ଅଧିକାର ଉକ୍ତ କମ୍ପାନୀକୁ ମିଳିଛି। ସେ ଷ୍ଟାର ଇଣ୍ତିଆ ଡିଜିନୀ ପ୍ଲସ ଏଚସକୁ ମଧ୍ୟ ଏତେ ବର୍ଷ ଧରି କରୁଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଏହାପୂର୍ବରୁ ଭାୟାକମ ୧୮ ଆଇପିଏଲ ଓ ମହିଳା ପ୍ରମିୟର ଲିଗ୍ର ଡିଜିଟାଲ ପ୍ରସାରଣ ଅଧିକାର ପାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BCCI_1693486013.jpg)