Advertisment

ପାକିସ୍ତାନରେ ଚାଲିଥିଲା ସେଲିବ୍ରେସନ୍, ୧୨ ଜଣଙ୍କୁ ବାଜିଲା ଗୁଳି

କରାଚୀ: ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମୁକାବିଲାରେ ଟିମ୍ ଇଣ୍ଡିଆ ହାରି ଯାଇଛି। କ୍ରିକେଟ୍ ବିଶ୍ୱକପରେ ପ୍ରଥମଥର ପାକିସ୍ତାନ ଭାରତକୁ ହରାଇଛି, କିନ୍ତୁ ଏହାର ବିଜୟ ଉତ୍ସବ ମନାଇବା ବେଳେ ପାକିସ୍ତାନ ଲୋକେ ନିୟନ୍ତ୍ରଣ ହରାଇ ବସିଛନ୍ତି। ବିଳମ୍ବିତ ରାତି ମ୍ୟାଚ୍ ଶେଷ ହେବା ପରେ ପାକିସ୍ତାନର କିଛି ସହରରେ ଉତ୍ସବ ମନାଯାଇଥିଲା ଏବଂ ଲୋକେ ରାସ୍ତାରେ ଖୁବ୍ ଡାନ୍ସ ମଧ୍ୟ କରିଥିଲେ। ତେବେ ଏହି ଖୁସି ମନାଇବା ବେଳେ ଫାଙ୍କା […]

ପାକିସ୍ତାନରେ ଚାଲିଥିଲା ସେଲିବ୍ରେସନ୍, ୧୨ ଜଣଙ୍କୁ ବାଜିଲା ଗୁଳି

pakistan

Advertisment

କରାଚୀ: ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମୁକାବିଲାରେ ଟିମ୍ ଇଣ୍ଡିଆ ହାରି ଯାଇଛି। କ୍ରିକେଟ୍ ବିଶ୍ୱକପରେ ପ୍ରଥମଥର ପାକିସ୍ତାନ ଭାରତକୁ ହରାଇଛି, କିନ୍ତୁ ଏହାର ବିଜୟ ଉତ୍ସବ ମନାଇବା ବେଳେ ପାକିସ୍ତାନ ଲୋକେ ନିୟନ୍ତ୍ରଣ ହରାଇ ବସିଛନ୍ତି। ବିଳମ୍ବିତ ରାତି ମ୍ୟାଚ୍ ଶେଷ ହେବା ପରେ ପାକିସ୍ତାନର କିଛି ସହରରେ ଉତ୍ସବ ମନାଯାଇଥିଲା ଏବଂ ଲୋକେ ରାସ୍ତାରେ ଖୁବ୍ ଡାନ୍ସ ମଧ୍ୟ କରିଥିଲେ। ତେବେ ଏହି ଖୁସି ମନାଇବା ବେଳେ ଫାଙ୍କା ଗୁଳିଚାଳନା ହୋଇଥିଲା, ଯେଉଁଥିରେ ୧୨ ଜଣ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି।

Advertisment

ପାକିସ୍ତାନ ମିଡିଆ ହାଉସ୍ ଜିଓ ନ୍ୟୁଜର ରିପୋର୍ଟ ମୁତାବକ, ଜଣେ ସବ୍-ଇନ୍ସପେକ୍ଟରଙ୍କ ସହ ମୋଟ ୧୨ ଜଣ ଆଘାତପ୍ରାପ୍ତ ହୋଇଛନ୍ତି। ସମସ୍ତଙ୍କୁ ଗୁଳି ବାଜିଛି। କରାଚୀର ଓରଞ୍ଜି ଟାଉନ୍ ସେକ୍ଟର-୪ ଏବଂ ଚୌରାଙ୍ଗୀରେ ଏକ ଅଜଣା ସ୍ଥାନରେ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ସଞ୍ଚଳ ଗୋଠ, ଓରଞ୍ଜି ଟାଉନ୍, ନ୍ୟୁ କରାଚୀ, ଗୁଲଶନ୍-ଏ-ଇକବାଲ୍ ଓ ମାଲୀର ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ଭାରତକୁ ହରାଇବା ପରେ ପାକିସ୍ତାନୀ ଲୋକେ ରାସ୍ତାରେ ଉତ୍ସବ ମନାଇଥିଲେ।

ମ୍ୟାଚ୍ ଜିତିବା ଖୁସିରେ ପାକିସ୍ତାନ ଲୋକ ରାସ୍ତା ଉପରେ ଡାନ୍ସ କରିଥିଲେ। କିଛି ଲୋକେ ମଧ୍ୟ ଖୁବ୍ ବାଣ ମଧ୍ୟ ଫୁଟାଇଥିଲେ। ଦୀର୍ଘ ୨୯ ବର୍ଷ ଧରି ଭାରତଠାରୁ ବିଶ୍ୱକପରେ ହାରିବା ନେଇ ନିରାଶ ଥିବା ପାକିସ୍ତାନ ପ୍ରଥମଥର ଖୁସି ମନାଇଛି। ଆଉ ଏହି ଖୁସି ମନାଇବା ପାଇଁ ପାକିସ୍ତାନ ଲୋକ ବିଳମ୍ବିତ ରାତି ଯାଏ ଉତ୍ସବ ମନାଇଥିଲେ। ଲୋକେ ସୋଶାଲ ମିଡିଆରେ ମଧ୍ୟ ପାକିସ୍ତାନ ଟିମକୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।

Advertisment

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଠାରୁ ଆରମ୍ଭ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ରମୀଜ ରାଜା ମଧ୍ୟ ଏହି ମହାବିଜୟରେ ଟିମକୁ ବଧେଇ ଦେଇଛନ୍ତି। ସେହିପରି ଭାରତ ବିପକ୍ଷ ବିଜୟକୁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ଅହମଦ ଇସଲାମ ସହ ଯୋଡ଼ିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe