ଏକା ଲଢ଼ିଲେ ଡି’ଭିଲିୟର୍ସ, ଆରସିବି ୧୭୧/୬

ଅହମ୍ମଦାବାଦ: ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଦେଖାଇଲେ ଦମ । ଚଳିତ ଆଇପିଏଲର ମଙ୍ଗଳବାରଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ କରିଛି । ଫଳରେ ଦିଲ୍ଲୀକୁ ମ୍ୟାଚ୍ ଜିତିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ଆରସିବି ପକ୍ଷରୁ ଡି’ଭିଲିୟର୍ସ ୪୨ ବଲରେ ୩ ଚୌକା ଓ ୫ ଛକା ସହ ଅପରାଜିତ ୭୫ […]

ab

ab

Ranjit Kumar Jena
  • Published: Tuesday, 27 April 2021
  • Updated: 27 April 2021, 09:14 PM IST

Sports

Latest News

ଅହମ୍ମଦାବାଦ: ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଦେଖାଇଲେ ଦମ । ଚଳିତ ଆଇପିଏଲର ମଙ୍ଗଳବାରଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ କରିଛି । ଫଳରେ ଦିଲ୍ଲୀକୁ ମ୍ୟାଚ୍ ଜିତିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ଆରସିବି ପକ୍ଷରୁ ଡି’ଭିଲିୟର୍ସ ୪୨ ବଲରେ ୩ ଚୌକା ଓ ୫ ଛକା ସହ ଅପରାଜିତ ୭୫ ରନ୍ କରିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରି ନାହାନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଦ୍ରୁତ ଆରମ୍ଭ କରିଥିଲା । କିନ୍ତୁ କ୍ୟାପଟେନ ବିରାଟ୍ କୋହଲି ଓ ଦେବଦତ୍ତ ପାଡିକଲ ଏହି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଚତୁର୍ଥ ଓଭରର ଶେଷ ବଲରେ କୋହଲି (୧୨)ଙ୍କୁ ଆଭେଶ ଖାନ୍ ବୋଲ୍ଡ କରିଥିଲେ । ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଈଶାନ୍ତ ଶର୍ମା ଅନ୍ୟତମ ଓପ୍ନର ପାଡିକଲ (୧୭)ଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ।

ଜବରଦସ୍ତ ଫର୍ମରେ ଥିବା ଗ୍ଲେନ୍ ମ୍ୟାକ୍ସୱେଲ ୨୫ (୨୦ ବଲ୍‌, ୧ ଚୌକା ଓ ୨ ଛକା) ରନ୍ କରି ଅମିତ୍ ମିଶ୍ରଙ୍କ ଶିକାର ହୋଇଥିଲେ । ରଗତ ପାଟିଦାର ଓ ଏବି ଡିଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ । ପାଟିଦାର ୩୧ (୨୨ ବଲ୍‌, ୨ ଛକା) ରନ୍ କରି ଅକ୍ଷର ପଟେଲଙ୍କ ବଲରେ ଷ୍ଟିଭ ସ୍ମିଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।

ତେବେ ଡି’ଭିଲିୟର୍ସ ଏକାକୀ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ସେତେଟା ସହଯୋଗ ମିଳିନଥିଲା । ଡି’ଭିଲିୟର୍ସ ଦ୍ରୁତ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ତାଙ୍କ ସହ ଡାନିଏଲ୍ ସାମ୍ସ ୩ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା, କାଗିସୋ ରବାଡା, ଆଭେଶ ଖାନ୍‌, ଅମିତ ମିଶ୍ର ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos