Advertisment

କ୍ରମାଗତ ଭାବେ ଦ୍ୱିତୀୟ ଥର ବିଗ ବାଶ ଲିଗ୍‌ ଜିତିଲା ସିଡନୀ ସିକ୍ସର୍ସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଫଟାଫଟ କ୍ରିକେଟ ବିଗ ବାଶ ଲିଗ୍‌କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ କବଜା କରିଛି ସିଡନୀ ସିକ୍ସର୍ସ। ଓପନର ଜେମ୍ସ ଭିନସେଙ୍କ ଦମଦାର ୯୫ ରନ୍‌ ବଳରେ ସିଡନୀ ବିବିଏଲ ଫାଇନାଲ ଟ୍ରଫି ଜିତିଛି। ୬୦ ବଲ୍‌ରେ ଭିନସେ ୯୫ ରନ୍‌ର ଇନିଂସ ଖେଳିବାରୁ ସିଡନୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୮୮ ରନ୍‌ କରିଥିଲା। ଏହାର ଜବାବରେ ପର୍ଥ ସ୍କୋଚର୍ସ ୨୦ ଓଭରରେ ୯ ୱିକେଟ ହରାଇ ୧୬୧ ରନ୍‌ […]

author-image
Hemant Lenka
କ୍ରମାଗତ ଭାବେ ଦ୍ୱିତୀୟ ଥର ବିଗ ବାଶ ଲିଗ୍‌ ଜିତିଲା ସିଡନୀ ସିକ୍ସର୍ସ

ft

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଫଟାଫଟ କ୍ରିକେଟ ବିଗ ବାଶ ଲିଗ୍‌କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ କବଜା କରିଛି ସିଡନୀ ସିକ୍ସର୍ସ। ଓପନର ଜେମ୍ସ ଭିନସେଙ୍କ ଦମଦାର ୯୫ ରନ୍‌ ବଳରେ ସିଡନୀ ବିବିଏଲ ଫାଇନାଲ ଟ୍ରଫି ଜିତିଛି। ୬୦ ବଲ୍‌ରେ ଭିନସେ ୯୫ ରନ୍‌ର ଇନିଂସ ଖେଳିବାରୁ ସିଡନୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୮୮ ରନ୍‌ କରିଥିଲା।

Advertisment

ଏହାର ଜବାବରେ ପର୍ଥ ସ୍କୋଚର୍ସ ୨୦ ଓଭରରେ ୯ ୱିକେଟ ହରାଇ ୧୬୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୯୫ ରନ୍‌ର ଦମଦାର ଇନିଂସ୍‌ ଖେଳିଥିବା ଭିନସେଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଜୋଶ ଫିଲିପ ପୁରସ୍କୃତ ହୋଇଛନ୍ତି।

ଆଜି ପର୍ଥ ଟସ୍‌ ଜିତି ସିଡନୀକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ଦଳର ଦୁଇ ଓପନର ଜୋଶ ଓ ଭିନସେ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ୯ ରନ୍‌ କରି ଜୋଶ ରନ ଆଉଟ ଆଉ ହେବା ପରେ ଭିନସେ ନିଜ କାନ୍ଧକୁ ସବୁ ଦାୟିତ୍ୱ ନେଇ କାଉଣ୍ଟର ଆଟାକ କରିଥିଲେ।

Advertisment

ସେ ଆରମ୍ଭରୁ ୧୫.୧ ଓଭର୍‌ ଯାଏ କ୍ରିଜ୍‌ରେ ରହି ଦଳୀୟ ସ୍କୋରକୁ ୧୪୦ରେ ପହଞ୍ଚାଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୦ଟି ଚୌକା ଓ ୩ଟି ଛକା ବଳରେ ୯୫ ରନ୍‌ର ଇନିଂସ୍‌ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମୋଜେସ ହେନରିକସ ୧୮ ଓ ଡାନିଏଲ କ୍ରୀଷ୍ଟିଆନ ୨୦ ରନ୍‌ର ଇନିଂସ୍‌ ଖେଳିବାରୁ ସିଡନୀ ୧୮୮ ରନ୍‌ କରିଥିଲା।

ଏହାର ଜବାବରେ ପର୍ଥ ପକ୍ଷରୁ କ୍ୟାମେରୋନ ବ୍ୟାନକ୍ରଫ୍ଟ ଓ ଲିଭିଙ୍ଗଷ୍ଟୋନ ଦମଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫ ଓଭର୍‌ରେ ୪୫ ରନ୍‌ ଯୋଡ଼ିଥିଲେ। ହେଲେ ପ୍ରଥମେ ବ୍ୟାନକ୍ରଫ୍ଟ ୩୦ ଓ ଲିଭିଙ୍ଗ ଷ୍ଟୋନ ୪୫ ରନ୍‌ କରି ଆଉଟ ହେବା ପରେ ପର୍ଥ ସ୍କୋଚର୍ସର ମଧ୍ୟକ୍ରମ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା। କେବଳ ଜୋଶ ଇଙ୍ଗଲିସ ୨୨ ଓ ଆରୋନ ହାର୍ଡିଏ ୨୭ ରନ୍‌ କରିବାରୁ ଦଳ ୯ ୱିକେଟ ହରାଇ ୧୬୧ରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।