Vinod Kambli
ବିପଦ କିଛି ମାତ୍ରାରେ ଟଳି ଯାଇଛି। କିନ୍ତୁ ଭାରତୀୟ ଟିମର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏଯାଏ ସୁସ୍ଥ ହୋଇନାହାନ୍ତି। ତାଙ୍କ ଅବସ୍ଥା ଭଲ ନଥିବାରୁ ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରିବେ ନାହିଁ। ଶନିବାର କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଥାଣେ ସ୍ଥିତ ଆକୃତି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଶନିବାର ଠାରୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
କିଛି ଦିନର ଚିକିତ୍ସା ପରେ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ହେଲେ ସେ ପୂରା ଠିକ ହୋଇନାହାନ୍ତି। କାମ୍ବଲିଙ୍କ ବନ୍ଧୁ ମାର୍କସ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବଡ଼ ଅପଡେଟ ଦେଇଛନ୍ତି। କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲେ ହେଁ ମାର୍କସ ପୂର୍ବତନ କ୍ରିକେଟରଙ୍କୁ ଗୋଟିଏ ମାସ ଯାଏ ହସ୍ପିଟାଲରେ ରଖିବାକୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, “କାମ୍ବଲି ଏବେ ଭଲ ଅଛନ୍ତି। ସେ ପରିସ୍ରା ସଂକ୍ରମଣରେ ପଡ଼ିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ମୁଁ ତାଙ୍କୁ ହସ୍ପିଟାଲରେ ଭେଟିଛି। ମୁଁ ଡାକ୍ତରମାନଙ୍କୁ କହିଛି ଯେ କାମ୍ବଲିଙ୍କୁ ସେମାନେ ମାସାଧିକାଳ ହସ୍ପିଟାଲରେ ରଖନ୍ତୁ।
କାରଣ ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। କାମ୍ବଲିଙ୍କ ଚିକିତ୍ସା ପାଇଁ ଯଦି କେହି ଟଙ୍କା ଦେବାକୁ ରାଜି ଅଛନ୍ତି, ତା’ହେଲେ ସେମାନେ କାହିଁକି ତାଙ୍କୁ ହସ୍ପିଟାଲରେ ରଖିବେ ନାହିଁ?”
ଆକୃତି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, “ସାର(ବିନୋଦ କାମ୍ବଲି)ଙ୍କୁ ନେଇ ଆମ ମୁଣ୍ଡରେ ସବୁବେଳେ କ୍ରିକେଟିଂ ଛବି ରହିଛି। ତେଣୁ ଏହାକୁ ଆମକୁ ପ୍ରେରଣା ଯୋଗାଇ ଚାଲିଛି ଯେ ସାର ଆମକୁ ଚାହୁଁଛନ୍ତି ଓ ପୂରା ଟିମ ସାରଙ୍କ ପାଇଁ କିଛି କରିବାର ନିଷ୍ପତ୍ତି ନେଇଛି। ସେ ଆମକୁ ତାଙ୍କ ଭଲ ସ୍ମୃତି ସମ୍ପର୍କରେ କହୁଛନ୍ତି।”
କାମ୍ବଲି ମଧ୍ୟ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବାରେ ବେଶ ଖୁସି ଅନୁଭବ କରିଛନ୍ତି। ହସ୍ପିଟାଲ ହିଁ ତାଙ୍କୁ ବଞ୍ଚାଇ ରଖିଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1735040176.jpg)