Advertisment

ଗେଲ୍ ଓ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ବିରାଟ କୋହଲି ଗତକାଲି ୫୯ଟି ବଲ୍‌ରୁ ୮୩ ରନ୍ କରିଥିଲେ।

Virat Kohli

Virat Kohli

Advertisment

ଚଳିତ ଆଇପିଏଲ୍‌ରେ ଶୁକ୍ରବାର (ଗତକାଲି) କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବିରାଟ ଏହି ମ୍ୟାଚ୍‌ରେ ୮୩ ରନ୍ କରିଥିଲେ। କିନ୍ତୁ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ (RCB) ପରାସ୍ତ ହୋଇଥିଲା। ମ୍ୟାଚ୍ ହାରିଥିଲେ ମଧ୍ୟ ବିରାଟଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି।

Advertisment

ଆଇପିଏଲ୍‌ରେ RCB ପକ୍ଷରୁ ସର୍ବାଧିକ ଛକା ମାରିବାର ରେକର୍ଡ ବିରାଟଙ୍କ ନାଁରେ ଯୋଡ଼ି ହୋଇଛି। ପୂର୍ବରୁ ଏହି ରେକର୍ଡ କ୍ରିସ୍ ଗେଲ୍‌ଙ୍କ ନାଁରେ ଥିଲା। କ୍ରିସ୍ ଗେଲ୍ ଆର୍‌ସିବି ପକ୍ଷରୁ ଖେଳି ୨୩୯ଟି ଛକା ମାରିଥିବା ବେଳେ କୋହଲି ୨୪୧ଟି ଛକା ମାରିଛନ୍ତି। ଏହି ତାଲିକାର ତିନି ନମ୍ବରରେ ରହିଛନ୍ତି ଏବି ଡି’ ଭିଲିୟର୍ସ। ସେ ଆର୍‌ସିବି ପକ୍ଷରୁ ଖେଳି ୨୩୮ଟି ଛକା ମାରିଛନ୍ତି। ତା’ ତଳକୁ ରହିଛନ୍ତି ଗ୍ଲେନ୍ ମ୍ୟାକ୍ସୱେଲ (୬୭) ଓ ଫାଫ ଡୁ ପ୍ଲେସିସ (୫୦)।

କୋହଲି ଆଇପିଏଲ୍ ଆରମ୍ଭ ହେବା ଦିନରୁ ଅର୍ଥାତ୍ ୨୦୦୮ରୁ RCB ସହିତ ଅଛନ୍ତି। ଆଇପିଏଲ୍‌ରେ ୨୪୧ଟି ଛକା ମାରି ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଆଇପିଏଲ୍‌ରେ ମୋଟ ଉପରେ ଛକା ମାରିବାରେ ଶୀର୍ଷରେ ଅଛନ୍ତି କ୍ରିସ୍ ଗେଲ୍‌। ସେ ୩୫୭ଟି ଛକା ମାରିଛନ୍ତି। ତା’ ତଳକୁ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା। ସେ ୨୬୧ଟି ଛକା ମାରିଛନ୍ତି। ୨୫୧ଟି ଛକା ସହିତ ତିନି ନମ୍ବରରେ ଅଛନ୍ତି ଏବି ଡି’ ଭିଲିୟର୍ସ। ଚତୁର୍ଥ ନମ୍ବରରେ ଥିଲେ ଧୋନି। ସେ ୨୩୯ଟି ଛକା ମାରିଛନ୍ତି। ତେବେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି। ୨୪୧ଟି ଛକା ସହିତ ଏବେ ସେ ୪ ନମ୍ବର ସ୍ଥାନରେ ରହିଛନ୍ତି। ଧୋନି ୫ ନମ୍ବରକୁ ଖସି ଆସିଛନ୍ତି।

Advertisment

ବିରାଟ କୋହଲି ଗତକାଲି ୫୯ଟି ବଲ୍‌ରୁ ୮୩ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୪ଟି ଚୌକା ଓ ୪ଟି ଛକା। ତାଙ୍କର ଏହି ସ୍କୋର ବଳରେ ଆରସିବି ୨୦ ଓଭରରେ ୧୮୨ ରନ୍ କରିଥିଲା। ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସ ୧୬.୫ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe