Advertisment

ସ୍ୱାଧୀନତା ଅଭାବରୁ ବିରାଟ କୋହଲି ଟେଷ୍ଟରୁ ନେଇଛନ୍ତି ଅବସର!

ବିରାଟଙ୍କ ଅବସର ନିଷ୍ପତ୍ତି ଅଧିକାଂଶ ଲୋକଙ୍କୁ ସ୍ତବ୍ଧ କରିଥିବା ବେଳେ ତାଙ୍କ ସହ ଜଡ଼ିତ ଲୋକଙ୍କ କହିବା କଥା ଯେ ଏ ସମ୍ପର୍କରେ ସେ ବେଶ କିଛି ଦିନ ଆଗରୁ ନିଷ୍ପତ୍ତି ନେଇ ସାରିଥିଲେ।

Virat

Virat

Advertisment

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ହେଉଛନ୍ତି ବିରାଟ କୋହଲି। ହେଲେ ଏହି ମହାନ କ୍ରିକେଟର ସୋମବାର ଅପ୍ରତ୍ୟାଶିତ ଢଙ୍ଗରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ। ବିରାଟଙ୍କ ଏପରି ହଠାତ ଅବସର ଘୋଷଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଦୀର୍ଘ ୧୪ ବର୍ଷ ଧରି ବିରାଟ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳି ଆସୁଥିଲେ। ଖୁବଶୀଘ୍ର ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ ଘୋଷଣା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ବିରାଟ ଅବସର ଘୋଷଣା କରିଛନ୍ତି।

Advertisment

ବିରାଟଙ୍କ ଅବସର ନିଷ୍ପତ୍ତି ଅଧିକାଂଶ ଲୋକଙ୍କୁ ସ୍ତବ୍ଧ କରିଥିବା ବେଳେ ତାଙ୍କ ସହ ଜଡ଼ିତ ଲୋକଙ୍କ କହିବା କଥା ଯେ ଏ ସମ୍ପର୍କରେ ସେ ବେଶ କିଛି ଦିନ ଆଗରୁ ନିଷ୍ପତ୍ତି ନେଇ ସାରିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜରୁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ୨୦୨୫-୨୭ର ଅଭିଯାନ ଆରମ୍ଭ ହେବ। ବିରାଟ ଭଲ ଭାବେ ଜାଣିଥିଲେ ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ତାଙ୍କୁ ଓ ଭାରତୀୟ ଟିମକୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। କାରଣ ନିକଟରେ ଭାରତର ଟେଷ୍ଟ ପ୍ରଦର୍ଶନ ଆଦୌ ଭଲ ନଥିଲା। ତେଣୁ ବିରାଟଙ୍କ ମୁଣ୍ଡରେ ବେଶ କିଛି ଦିନ ହେବ ନୂଆ ଚ୍ୟାଲେଞ୍ଜ ନେବାର ଜିଦ ସୃଷ୍ଟି ହୋଇଥିଲା। 

ରିପୋର୍ଟ ଅନୁସାରେ, କୋହଲି ନୂଆ ଚ୍ୟାଲେଞ୍ଜ ନେବାକୁ ଚାହୁଁଥିଲେ। ଭାରତୀୟ ଟିମ ଏବେ ଟ୍ରାଞ୍ଜିସନ ପରିୟଡରେ ଥିବାରୁ ବିରାଟ ବରିଷ୍ଠ ଖେଳାଳି ହିସାବରେ ଏହାର ନେତୃତ୍ୱ ନେବାକୁ ଆଗ୍ରହୀ ଥିଲେ। କିନ୍ତୁ ବିସିସିଆଇ ଅନ୍ୟ କିଛି ଯୋଜନାରେ ରହିଥିଲା।

Advertisment

କ୍ରିକବଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ କୋହଲି ନିଜେ ଟିମର ନେତୃତ୍ୱ ନେବାକୁ ଚାହୁଁଥିବା ବେଳେ ମ୍ୟାନେଜମେଣ୍ଟ ଜଣେ ଯୁବ କ୍ରିକେଟରଙ୍କୁ କମାଣ ଦେବାକୁ ଚାହୁଁଥିବା ତାଙ୍କୁ ଅବଗତ କରାଯାଇଥିଲା। ବିରାଟ ନିଜର ହଜି ଯାଇଥିବା ଫର୍ମ ଓ ଟେଷ୍ଟରେ ହରାଇଥିବା ପରିଚୟକୁ ହାସଲ କରିବା ପାଇଁ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ସେମିତି କିଛି ସ୍ୱାଧୀନତା ମିଳି ନଥିଲା।

ବର୍ତ୍ତମାନର ମ୍ୟାନେଜମେଣ୍ଟ ପକ୍ଷରୁ ବିରାଟ ଚାହୁଁଥିବା ସ୍ୱାଧୀନତା ଓ ପରିବେଶ ଯୋଗାଇବାରେ ବିଫଳ ହୋଇଥିଲା। ପୂର୍ବରୁ ଡ୍ରେସିଂ ରୁମର ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିବା ବିରାଟ ଅନୁଭବ କରିଥିଲେ। ଖାସ ଏହି କାରଣ ପାଇଁ ସେ ଟେଷ୍ଟ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଦୀର୍ଘ ୩ ବର୍ଷ ଧରି ଟେଷ୍ଟ କ୍ରିକେଟରେ ବିରାଟ କୌଣସି ଆଖି ଦୃଶିଆ ଇନିଂସ ଖେଳି ନଥିଲେ। ଏହି ୩ ବର୍ଷ ମଧ୍ୟରେ ସେ କେବଳ ୩୨ ହାରରେ ରନ କରିଥିଲେ। ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ନୂଆ ସଂସ୍କରଣରେ ୩୬ ବର୍ଷୀୟ ବିରାଟ ନୂଆ ଚ୍ୟାଲେଞ୍ଜ ନେବାକୁ ଚାହୁଁଥିଲେ। ସେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ତାଙ୍କୁ ନୂଆ ଚ୍ୟାଲେଞ୍ଜ ଯୋଗାଇ ଦେବା ବଦଳରେ ମ୍ୟାନେଜମେଣ୍ଟ ତାଙ୍କ ସ୍ୱାଧୀନତାଙ୍କୁ ସଙ୍କୁଚିତ କରି ଦେଇଥିଲା। ଏପରି ସ୍ଥିତିରେ ଧଳା ଜର୍ସିରେ ଆଗକୁ ଯିବା ବିରାଟ ସମ୍ଭବ ନଥିଲା।

ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଅବସର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିରାଟ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ କଥା ହୋଇଥିଲେ। ସେ ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କିନ୍ତୁ ଏହା କେତେ ଦୂର ବିରାଟଙ୍କ ସମସ୍ୟାର ସମାଧାନ କରିଥିଲା, ତାହା ଜଣାପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା ଓ ବିରାଟ କୋହଲିଙ୍କ ମଧ୍ୟରେ ବି ଗୋଟିଏ ବୈଠକ ହେବାର ଥିଲା। କିନ୍ତୁ ଭାରତ-ପାକିସ୍ତାନ ତିକ୍ତତା ଯୋଗୁ ଏହି ବୈଠକ ପାଇଁ ସମୟ ମିଳି ନଥିଲା।

ଅବସର ନେବା ପୂର୍ବରୁ ବିରାଟ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ମଧ୍ୟ ଦୁଇ ଥର କଥା ହୋଇଥିଲେ। କିନ୍ତୁ ଏହି ଆଲୋଚନା ପରେ ମଧ୍ୟ ନାଲି ବଲ କ୍ରିକେଟରୁ ବିରାଟଙ୍କ ଅବସର ନିଷ୍ପତ୍ତି ବଦଳି ନଥିଲା।

Bcci Virat Kohli Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe