Advertisment

ଗୁଜରାଟ ଟାଇଟନ୍ସ ଓ ଆରସିବି ମ୍ୟାଚ୍‌ ବେଳେ କାହିଁକି ଏହି ବଲିଉଡ ଅଭିନେତାଙ୍କୁ ଟାର୍ଗେଟ କଲେ ବିରାଟଙ୍କ ଫ୍ୟାନ୍ସ?

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବ୍ୟାଟରଙ୍କ ‍ବିଫଳତା ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା।

author-image
Hemant Lenka
Virat

Virat

ବୁଧବାର ବେଙ୍ଗାଲୁରୁର ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘରୋଇ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ଚଳିତ ଆଇପିଏଲରେ ପ୍ରଥମଥର ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ଦଳର ମୁକାବିଲା ଗୁଜରାଟ ଟାଇଟନ୍ସ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ଭ୍ରମଣକାରୀ ଗୁଜରାଟ ବେଶ ସହଜରରେ ୮ ୱିକେଟରେ ଜିତି ନେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବ୍ୟାଟରଙ୍କ ‍ବିଫଳତା ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା। ଏହାର ଜବାବରେ ଜୋଶ ବଟଲରଙ୍କ ବିସ୍ଫୋରକ ୭୩ ରନ ବଳରେ ଗୁଜରାଟ ୧୭.୫ ଓଭରରେ ମ୍ୟାଚ୍‌କୁ ଜିତି ନେଇଛି। ଦମଦାର ବୋଲିଂ ଗୁଜରାଟର ମହମ୍ମଦ ସିରାଜଙ୍କ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Advertisment

ତେବେ ଗୁଜରାଟ ଓ ଆରସିବି ମ୍ୟାଚ୍‌ ବେଳେ ଗୋଟିଏ ଅଜବ ଘଟଣା ଘଟିଛି। ଆରସିବିର ସବୁଠାରୁ ପୁରୁଣା ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ୍ସ ସୋଶାଲ ମିଡିଆରେ ବଲିଉଡ ଅଭିନେତା ଅର୍ଶଦ ୱାର୍ସିଙ୍କୁ ମନଇଚ୍ଛା ଗାଳି ଦେଇଛନ୍ତି। ବିରାଟଙ୍କ ଫ୍ୟାନ୍ସ ଅଭିନେତା ଅର୍ଶଦଙ୍କ ଇନଷ୍ଟାଗ୍ରାମକୁ ଆକାଉଣ୍ଟରେ ବିଭିନ୍ନ ପ୍ରକାରର ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ୭ ରନ କରି ଆଉଟ ହେବା ପରେ ଏପରି ଘଟଣା ଘଟିଛି। ବିରାଟ ୭ ରନ କରିଥିବା ବେଳେ ତାଙ୍କୁ ବାମହାତୀ ଅଲରାଉଣ୍ତର ଅର୍ଶଦ ଖାନ ଆଉଟ କରିଥିଲେ। ବିରାଟ ବୁଧବାର ମ୍ୟାଚ୍‌ରେ କେବଳ ୬ଟି ବଲ ସାମ୍ନା କରିଥିବା ବେଳେ ଗୋଟିଏ ଚୌକା ମାରିଛନ୍ତି। ଏହାପରେ ସେ ଅର୍ଶଦଙ୍କ ଶର୍ଟ ବଲକୁ ପୁଲ କରିବାକୁ ଯାଇ ବ୍ୟାକୱାର୍ଡ ସ୍କୋୟେର ଲେଗରେ ଆଉଟ ହୋଇଥିଲେ।

Advertisment

ବିରାଟ ଆଉଟ ହୋଇଯିବାରୁ ତାଙ୍କ ଫ୍ୟାନ୍ସ ପୂରା ରାଗି ଯାଇଥିଲେ। ସେମାନେ ଅର୍ଶଦ ୱାର୍ସିଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ସେମାନେ ଅର୍ଶଦ ୱାର୍ସିଙ୍କୁ ଅର୍ଶଦ ଖାନ ଭାବି ଇନଷ୍ଟାଗ୍ରାମରେ ଧମକପୂର୍ଣ୍ଣ ମେସେଜ ପଠାଇଛନ୍ତି।

କିଛି ଫ୍ୟାନ୍ସ ଧମକ ଦେଇ ଲେଖିଛନ୍ତି ଯେ “ତତେ ଆମେ ଦେଖି ନେବୁ।” ଆଉ କେହି ଲେଖିଛନ୍ତି “କୋହଲିଙ୍କୁ ଆଉଟ କାହିଁକି କଲୁ?” ଏଥିରେ ରାଗି ବେଳର ଇମୋଜି ବି ରହିଛି। ମୁନା ଭାଇ ଏମବିବିଏସ୍‌ ସିନେତାରେ ୱାର୍ସି ସର୍କିଟ ଭୂମିକାରେ ଥିଲେ। ତେଣୁ ଜଣେ ଫ୍ୟାନ୍ସ ଲେଖିଛନ୍ତି, “ଏ ସର୍କିଟ, ତୁ କୋହଲିଙ୍କ ୱିକେଟ କାହିଁକି ନେଲୁରେ?” ବିରାଟଙ୍କ ଫ୍ୟାନ୍ସଙ୍କ ଏପରି ରାଗ ଉପରେ ୱାର୍ସି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ଫ୍ୟାନ୍ସମାନେ ବିରାଟଙ୍କ ୱିକେଟ ନେଇଥିବା ଅର୍ଶଦ ଖାନଙ୍କୁ ଅର୍ଶଦ ୱାର୍ସି ଭାବି ଏପରି ଗାଳି କରିଛନ୍ତି।

ଫ୍ୟାନ୍ସଙ୍କ ଏପରି ତ୍ରୁଟି କୌଣସି ନୂଆ ଘଟଣା ନୁହେଁ। ଚାମ୍ପିୟନ୍ସ ଟ୍ରଫି ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଲିଗ ପର୍ଯ୍ୟାୟ ମୁକାବିଲା ଚାଲିଥାଏ। ଏହି ସମୟରେ ପଏଣ୍ଟ ଅଞ୍ଚଳରେ ଫିଲ୍ଡିଂ କରିଥିବା ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ ଶୂନ୍ୟରେ ଉଡ଼ି ବିରାଟଙ୍କ କ୍ୟାଚ ଧରିଥିଲେ।

ଫିଲିପ୍ସଙ୍କ ଅଦ୍ଭୂତ ପୂର୍ବ ଫିଲ୍ଡିଂ ସମସ୍ତଙ୍କୁ ଚକିତ କରିଥିଲା। ଏହାପରେ ବିରାଟଙ୍କ ଫ୍ୟାନ୍ସ ଫିଲିପ୍ସଙ୍କୁ ଟାର୍ଗେଟ କରିଥିଲେ। ହେଲେ ସେମାନେ ଗ୍ଲେନ ଫିଲିପ୍ସଙ୍କ ବଦଳରେ ବିଦ୍ୟୁତ ସରଞ୍ଜାମ ବିକ୍ରି କରୁଥିବା ଫିଲିପ୍ସ କମ୍ପାନୀକୁ ଗାଳି ଦେଇଥିଲେ।

Virat Kohli IPL IPL 2025 Arshad Khan Arshad Warsi