Advertisment

ରାହୁଲଙ୍କ ପରେ ବିରାଟ ମାରିଲେ ୫୦, ବଡ଼ ସ୍କୋର ଲକ୍ଷ୍ୟରେ ଭାରତ

ଆଜି ପ୍ରଥମେ ରାହୁଲ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

Virat

Virat

Advertisment

ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ପରେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି ଏବଂ କେଏଲ ରାହୁଲ। ବର୍ଷା ଯୋଗୁ କାଲି ଅଧାରୁ ମ୍ୟାଚ୍‌ ବନ୍ଦ ହେବା ପୂର୍ବରୁ ରୋହିତ ଓ ଗିଲ୍‌ ନିଜ ନିଜର ୫୦ ରନ ପୂରଣ କରିଥିଲେ।

Advertisment

ଆଜି ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ରାହୁଲ ଓ ବିରାଟଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି। ଉଭୟ ଆଜି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇ ଚାଲିଛନ୍ତି।

ଆଜି ପ୍ରଥମେ ରାହୁଲ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଛନ୍ତି। ରାହୁଲଙ୍କୁ ପୂରା ସାଥ ଦେଇଥିବା ବିରାଟ ୫୫ ବଲରେ ୫୦ ରନ ପୂରଣ କରିଛନ୍ତି। ସେ ତାଙ୍କ ଇନିଂସରେ ୫ଟି ଚୌକା ମାରିଛନ୍ତି। 

Advertisment

ଅର୍ଦ୍ଧଶତକ ହାସଲ କରିବା ପରେ ସେ ମଧ୍ୟ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଛନ୍ତି। ତେଣୁ ଭାରତ ବଡ଼ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ିବାରେ ଲାଗିଛି। ରିପୋର୍ଟ ଲେଖା ହେବା ବେଳକୁ ବିରାଟ ୬୧ ବଲରେ ୫୯ ଓ ରାହୁଲ ୮୪ ବଲରେ ୭୪ ରନ କରିଛନ୍ତି। ଭାରତ ୪୧ ଓଭରରେ ୨ ୱିକେଟ ହରାଇ ୨୫୫ ରନ କରିଛି।

Virat Kohli KL Rahul Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe