Advertisment

ବିରାଟଙ୍କ ପରେ ବୋଲିଂ କଲେ ଗିଲ୍‌ ଓ ସୂର୍ଯ୍ୟ କୁମାର ଯାଦବ

ଚିନ୍ନାସ୍ୱାମୀର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଭାରତର ଅଧିନାୟକ ରୋହିତ ଶର୍ମା ନିଜର ପାର୍ଟଟାଇମ ବୋଲରମାନଙ୍କୁ ମଧ୍ୟ ବୋଲିଂ କରିବାକୁ ଦେଇଛନ୍ତି।

Virat

Virat

Advertisment

ଆଲୋକର ପର୍ବ ଦୀପାବଳିରେ ଭାରତୀୟ ଟିମ ଚମତ୍କାର ଖେଳ ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂରେ କମାଲ କରିଥିବା ଭାରତୀୟ ଟିମ ବୋଲିଂରେ ମଧ୍ୟ ନିଜର ଦବଦବା ଦେଖାଇଛି। ଭାରତ ନେଦରଲ୍ୟାଣ୍ଡ୍ସକୁ ୪୧୧ ରନର ଟାର୍ଗେଟ ଦେଇଥିବା ବେଳେ ଦଳ ଆରମ୍ଭରୁ ହିଁ ଝୁଣ୍ଟିଥିଲା।

Advertisment

ଭାରତ ପୂରା ଡଚ୍‌ ଟିମ ଉପରେ ଚାପ ପକାଇ ହାତ ଖୋଲା ଶଟ ଖେଳିବାକୁ ଦେଇ ନଥିଲା। ଏସବୁ ଭିତରେ ଚିନ୍ନାସ୍ୱାମୀର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଭାରତର ଅଧିନାୟକ ରୋହିତ ଶର୍ମା ନିଜର ପାର୍ଟଟାଇମ ବୋଲରମାନଙ୍କୁ ମଧ୍ୟ ବୋଲିଂ କରିବାକୁ ଦେଇଛନ୍ତି।

ପ୍ରଥମେ ବିରାଟ କୋହଲି ବୋଲିଂ କରିଥିଲେ। ସେ କେବଳ ବୋଲିଂ କରି ନାହାନ୍ତି ବରଂ ଡଚ୍‌ ଟିମର ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୱିକେଟ ମଧ୍ୟ ନେଇଛନ୍ତି। ବିରାଟ ଆଜି ୩ ଓଭର ବୋଲିଂ କରି ୧୩ ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି। ବିରାଟଙ୍କ ପରେ ଶୁବମନ ଗିଲ ବୋଲିଂ କରିଥିଲେ। ସେ ୨ ଓଭର୍‌ରେ ୧୧ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି।

Advertisment

ତୃତୀୟ ପାର୍ଟଟାଇମ ବୋଲର ଭାବେ ସୂର୍ଯ୍ୟ କୁମାର ଯାଦବ ନିଜର ହାତ ଖୋଲିଥିଲେ। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କୁ କୌଣସି ଦିନିକିଆରେ ବୋଲିଂ କରିବାକୁ ଦେଖିବାକୁ ମିଳିଛି। ସେ ମଧ୍ୟ ଗିଲଙ୍କ ଭଳି ୨ ଓଭର ବୋଲିଂ କରିଛନ୍ତି।

କିନ୍ତୁ ୨ ଓଭର୍‌ରେ ସୂର୍ଯ୍ୟ କୁମାର ୧୭ ରନ ଖର୍ଚ୍ଚ କରିଛନ୍ତି। ତାଙ୍କ ବି ୱିକେଟ ମିଳିନି। ପାର୍ଟଟାଇମ ବୋଲର ମିଳିତ ଭାବେ ୭ ଓଭର ବୋଲିଂ କରିଛନ୍ତି। ଏମାନଙ୍କ ବୋଲିଂ ସରିବା ପରେ ରୋହିତ ନିଜର ନିୟମିତ ବୋଲରମାନଙ୍କୁ ପୁଣି ଫେରିଥିଲେ।

ତେବେ ପାର୍ଟଟାଇମ ବୋଲରମାନେ ବୋଲିଂ କରିବା ବେଳେ ଦର୍ଶକମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେମାନେ କରତାଳି ଦେଇ ସମସ୍ତଙ୍କୁ ବୋଲିଂ କରିବାକୁ ଉତ୍ସାହିତ କରିଥିଲେ। ବିଶେଷ କରି ବିରାଟଙ୍କ ବୋଲିଂ ବେଳେ ପୂରା ଷ୍ଟାଡିୟମ ଦର୍ଶକଙ୍କ ଉତ୍ସାହରେ ପଫାଟି ପଡ଼ିଥିଲା।

Virat Kohli ICC Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe