Advertisment

ଟି-୨୦ରେ ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ବିରାଟ

ପରବର୍ତ୍ତୀ ଅବସ୍ଥାରେ ବିରାଟ ଆଜି କେବଳ ୨୦ ବଲରେ ୨୧ ରନ କରି ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମନଙ୍କ ବଲରେ ଆଉଟ ହୋଇଛନ୍ତି।

Virat

Virat

Advertisment

ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବଡ଼ ରେକର୍ଡ କରିଛନ୍ତି ବିରାଟ କୋହଲି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପାଇଁ ଆଇପିଏଲ ଖେଳୁଥିବା ବିରାଟ ୨୦୨୪ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଟି-୨୦ କ୍ରିକେଟ(ଉଭୟ ଘରୋଇ ଓ ଅନ୍ତର୍ଜାର୍ତୀୟ ମ୍ୟାଚ୍‌)ରେ ୧୨ ହଜାର ରନ ପୂରଣ କରିଛନ୍ତି।

Advertisment

ଆଜି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟି-୨୦ରେ ବିରାଟଙ୍କ ସ୍କୋର ୧୧,୯୯୪ ଥିଲା। ସେ ୧୨ ହଜାର ଠାରୁ ୬ ରନ ପଛରେ ଥିଲେ। ଏହାକୁ ସେ ବେଶ ସହଜରେ ହାସଲ କରି ନେଇଛନ୍ତି।

ତେବେ ପରବର୍ତ୍ତୀ ଅବସ୍ଥାରେ ବିରାଟ ଆଜି କେବଳ ୨୦ ବଲରେ ୨୧ ରନ କରି ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମନଙ୍କ ବଲରେ ଆଉଟ ହୋଇଛନ୍ତି।

Advertisment

କିନ୍ତୁ ଆଉଟ ହେବା ପୂର୍ବରୁ ସେ କ୍ରିସ ଗେଲ ଓ କାଏରନ ପୋଲାର୍ଡଙ୍କ ଭଳି ଖେଳାଳିଙ୍କ ତାଲିକାରେ ନିଜକୁ ସାମିଲ କରି ନେଇଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ରନ ହାସଲ କରିଥିବା କ୍ରିକେଟରଙ୍କ ତାଲିକାରେ ଗେଲ୍‌ ସବୁଠାରୁ ଉପରେ ରହିଛନ୍ତି। ସେ ୧୪୫୬୨ ରନ କରିଛନ୍ତି। ତାଙ୍କ ପଛକୁ ୧୩,୩୬୦ ରନ ସହ ପାକିସ୍ତାନ ଶୋଏବ ମଲିକ ରହିଛନ୍ତି।

ପୋଲାର୍ଡ ୧୨,୯୦୦ ରନ ସହ ତୃତୀୟ ଓ ଇଂଲିଶ ଟିମର ଆଲେକ୍ସ ହେଲନ୍ସ ୧୨,୩୧୯ ରନ ସହ ୪ର୍ଥ ସ୍ଥାନରେ ଅଛନ୍ତି। ୧୨୦୬୫ ରନ ସହ ଡାଭିଡ ୱାର୍ଣ୍ଣର ୬ଷ୍ଠ ଓ ତାଙ୍କ ପଛକୁ କୋହଲି ରହିଛନ୍ତି। ବିରାଟ ୩୭୭ ଟି-୨୦ ମ୍ୟାଚ୍‌ ଓ ୩୬୦ ଇନିଂସରେ ୧୨ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

Virat Kohli IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe