Advertisment

ପାୱାର ପ୍ଲେରେ ୩ ୱିକେଟ ହରାଇଲା ଭାରତ

ଦଳ ପ୍ରଥମ ୬ ଓଭରରେ ୩ ୱିକେଟ ହରାଇ ୪୫ ରନ କରିଛି। ଅଧିନାୟକ ରୋହିତ ଶର୍ମା ୯ ରନ କରିଥିବା ବେଳେ ଋଷଭ ପନ୍ତ ଶୂନ ଓ ସୂର୍ଯ୍ୟ କୁମାର ଯାଦବ ମାତ୍ର ୩ ରନ କରି ଆଉଟ ହୋଇଛନ୍ତି।

author-image
Hemant Lenka
sa

sa

ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାୱାର ପ୍ଲେ(ପ୍ରଥମ ୬ ଓଭର)ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି।

Advertisment

ଦଳ ପ୍ରଥମ ୬ ଓଭରରେ ୩ ୱିକେଟ ହରାଇ ୪୫ ରନ କରିଛି। ଅଧିନାୟକ ରୋହିତ ଶର୍ମା ୯ ରନ କରିଥିବା ବେଳେ ଋଷଭ ପନ୍ତ ଶୂନ ଓ ସୂର୍ଯ୍ୟ କୁମାର ଯାଦବ ମାତ୍ର ୩ ରନ କରି ଆଉଟ ହୋଇଛନ୍ତି।

ମ୍ୟାଚ୍‌ରେ ବିରାଟ କୋହଲି ପ୍ରଥମ ଓଭରେ ୩ଟି ଚୌକା ମାରିଥିବା ବେଳେ ଦ୍ୱିତୀୟ ଓଭରରେ ରୋହିତ ୨ଟି ଚୌକା ମାରିଥିଲେ। ହେଲେ କେଶବ ମହରାଜଙ୍କ ୪ର୍ଥ ବଲରେ ସେ ଆଉଟ ହୋଇଥିଲେ। ସେହିପରି ସେହି ଓଭରର ଶେଷ ବଲରେ ପନ୍ତ ମଧ୍ୟ ଖାତା ଖୋଲିବା ପ୍ୟାଭିଲିନୟ ଫେରିଥିଲେ।

Advertisment

ବିରାଟ କୋହଲି ଏପଟେ ଛିଡ଼ା ହୋଇଥିବା ବେଳେ ସୂର୍ଯ କୁମାର ଯାଦବ ବଡ଼ ଶଟ ମାରିବାକୁ ଯାଉ ବାଉଣ୍ତରୀ ପାଖରେ ଧରା ପଡ଼ିଯାଇଥିଲେ। ତାଙ୍କ ୱିକେଟ କାଗିସୋ ରାବଡା ନେଇଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୮ ଓଭରରେ ୩ ୱିକେଟ ହରାଇ ୫୯ ରନ କରିଛି। ବିରାଟ କୋହଲି ଓ ଅକ୍ଷର ପଟେଲ ଏବେ ସ୍ଥିତି ସମ୍ଭାଳିଛନ୍ତି। 

T20 World Cup INDvsSA