Advertisment

ମନେ ରଖନ୍ତୁ ତାରିଖ: ଏହି ଦିନ ଭାରତ ପାଇଁ ଖେଳିବେ ରୋହିତ ଶର୍ମା ଓ ବିରାଟ କୋହଲି!

ଉଭୟ ନିକଟରେ ଟେଷ୍ଟ କ୍ରିକେଟ ଓ ଏହାପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

Virat

Virat

Advertisment

ଭାରତୀୟ ଟିମର ଦୁଇ ହେଭିୱେଟ ହେଉଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା। ଉଭୟ ନିକଟରେ ଟେଷ୍ଟ କ୍ରିକେଟ ଓ ଏହାପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଉଭୟ କେବଳ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବେ।

Advertisment

ଏବେ ମିଳିଥିବା ଖବର ଅନୁସାରେ, ଆସନ୍ତା ଅକ୍ଟୋବରରେ ଉଭୟଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ମିଳିପାରେ। କାରଣ ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଖେଳିବାକୁ ଯିବ ଭାରତ। ଏହି ସମୟରେ ଦୁଇ ତାରକା ନଜର ଆସି ପାରନ୍ତି। ଚଳିତ ବର୍ଷ ବହୁତ କମ ସଂଖ୍ୟକ ଦିନିକିଆ ସିରିଜ ଖେଳା ଯିବାର ରହିଛି। ତେଣୁ ବିରାଟ ଓ ରୋହିତ ମଧ୍ୟ ଭାରତ ପାଇଁ ଖୁବ କମ ମ୍ୟାଚ ଖେଳିବେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଅକ୍ଟୋବର ୧୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡରେ ଅକ୍ଟୋବର ୨୩ରେ ଅନୁଷ୍ଠିତ ହେବ। ସିରିଜର ଶେଷ ମ୍ୟାଚ୍‌ ଅକ୍ଟୋବର ୨୫ରେ ସିଡନୀରେ ଖେଳାଯିବ।

Advertisment

ଦିନିକିଆ ସିରିଜ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଏବେଠାରୁ ବିରାଟ ଓ ରୋହିତଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି।

Virat Kohli Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe