Advertisment

ବିରାଟ ଓ ଗିଲଙ୍କ ଦମଦାର ଅର୍ଦ୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ବିରାଟ ଓ ଗିଲ୍‌ ଶ୍ରୀଲଙ୍କା ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଛନ୍ତି। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ଗୋଟିଏ ବଡ଼ ସ୍କୋର ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି।

Gill

Gill

Advertisment

ପ୍ରଥମ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିବା ଭାରତକୁ ଏବେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ରୋହିତଙ୍କ ପରେ ବିରାଟ କୋହଲି ଓ ଶୁବମନ ଗିଲ ଦମଦାର ବ୍ୟାଟିଂ କରିଛନ୍ତି। ଭାରତ ରୋହିତ ଶର୍ମାଙ୍କୁ ମାତ୍ର ୪ ରନରେ ହରାଇଥିଲା। 

Advertisment

ଏହା ପରଠାରୁ ବିରାଟ ଓ ଗିଲ୍‌ ଶ୍ରୀଲଙ୍କା ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଛନ୍ତି। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ଗୋଟିଏ ବଡ଼ ସ୍କୋର ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି।

ବିରାଟ ଆଜି ୫୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱକପରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ବିରାଟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ବିଶ୍ୱକପରେ ଏହା ବିରାଟଙ୍କ ୧୩ତମ ଅର୍ଦ୍ଧଶତକ। ୩୩ଟି ଇନିଂସରେ ସେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ଉପରେ ସଚିନ ତେନ୍ଦୁଲକର ୨୧ଟି ଅର୍ଦ୍ଧଶତକ ସହ ଅଛନ୍ତି। ବିରାଟ ଆଜି ଅର୍ଦ୍ଧଶତକ ହାସଲ କରିବା ପରେ ନିଜ ବ୍ୟାଟିଂ ଗିୟରକୁ ବଦଳାଇଛନ୍ତି। ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି।

କେବଳ ବିରାଟ ନୁହନ୍ତି, ଏଯାଏ ବିଶ୍ୱକପରେ ଆଖି ଦୃଶିଆ ପ୍ରଦର୍ଶନ କରି ନଥିବା ଶୁବମନ ଗିଲଙ୍କ ବ୍ୟାଟ ମଧ୍ୟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଛି। ସେ ୫୨ ବଲରେ ଚଳିତ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ବିରାଟଙ୍କ ସହ ମିଶି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୨୬ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୧୬୨ ରନ କରି ନେଇଛି। ବିରାଟ ୮୨ ଓ ଗିଲ୍‌ ୬୭ ରନ କରି ଅପରାଜିତ ରହିଛନ୍ତି। 

Virat Kohli ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe