Advertisment

ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ

ବିରାଟ କୋହଲି ପଦକଟିକୁ ଦାନ୍ତରେ କାମୁଡ଼ି ଥିଲେ, ଯେମିତି ଅଲିମ୍ପିକ୍ସ ବା ଏସିଆନ ଗେମ୍ସ ଆଦିରେ ଖେଳାଳିମାନେ ପଦକ ପାଇଲେ ଦାନ୍ତରେ କାମୁଡ଼ନ୍ତି।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ ପରିସ୍ଥିତିରୁ ମୁକୁଳାଇ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି ଓ କେ.ଏଲ ରାହୁଲ। କୋହଲି ୮୫ ରନ୍ କରିଥିବା ବେଳେ ରାହୁଲ ୯୭ ରନ୍ କରି ଅପରାଜିତ ରହିଥିଲେ।

Advertisment

ରାହୁଲଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ଦିଆଯାଇଥିଲା। ତେବେ ବିରାଟ କୋହଲିଙ୍କୁ ମିଳିଥିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ, ଯାହା ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ଡ୍ରେସିଂ ରୁମ୍‌ରେ ଦିଆଯାଇଥିଲା। ଏହାର ଭିଡିଓକୁ ବିସିସିଆଇ ପକ୍ଷରୁ ସୋଶାଲ ମିଡିଆରେ ଶେଆର କରାଯାଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି, ଟିମ୍‌ର ସମସ୍ତ ସଦସ୍ୟ, କୋଚ୍ ରାହୁଲ ଦ୍ରାବିଡ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଦଳର ଫିଲ୍‌ଡିଂ କୋଚ୍ ଟି ଦିଲ୍ଲୀପ ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ଘୋଷଣା କରିଛନ୍ତି। ଏହି ପୁରସ୍କାର ପାଇଁ ସେ ବିରାଟ କୋହଲିଙ୍କ ନାଁ ଘୋଷଣା କରିବା ପୂର୍ବରୁ ଗତକାଲି ମ୍ୟାଚ୍‌ରେ ଈଶାନ କିଷନ ଓ ଶ୍ରେୟସ ଆୟାରଙ୍କ ଫିଲ୍‌ଡିଂକୁ ସେ ପ୍ରଶଂସା କରିଛନ୍ତି। ତେବେ ଏହି ପୁରସ୍କାର ନିର୍ଦ୍ଦିଷ୍ଟ ଏକ କ୍ୟାଚ୍‌ ବା ଘଟଣା ପାଇଁ ଦିଆଯାଉ ନଥିବା ଟି ଦିଲ୍ଲୀପ କହିଛନ୍ତି। ଫିଲ୍‌ଡିଂରେ ସାମୂହିକ ପ୍ରଦର୍ଶନକୁ ଦେଖି ବିରାଟ କୋହଲିଙ୍କୁ ଏହି ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

Advertisment

ନାଁ ଘୋଷଣା ହେବା ପରେ ବିରାଟ କୋହଲି ଖୁସିରେ ହାତ ଟେକି ଫିଲ୍‌ଡିଂ କୋଚ୍ ଟି ଦିଲ୍ଲୀପଙ୍କ ନିକଟକୁ ଆସିଥିଲେ। ଟି ଦିଲ୍ଲୀପ ତାଙ୍କୁ ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପୁରସ୍କାର ବାବଦ ମେଡାଲକୁ ତାଙ୍କୁ ଧରାଇ ଦେବାକୁ ଯାଉଥିବା ବେଳେ କୋହଲି ତାଙ୍କୁ ବେକରେ ପିନ୍ଧାଇ ଦେବାକୁ କହିଥିଲେ। ଟି ଦିଲ୍ଲୀପ ତାଙ୍କ ବେକରେ ପଦକଟିକୁ ପିନ୍ଧାଇ ଦେଇଥିଲେ। ତା’ପରେ ବିରାଟ କୋହଲି ପଦକଟିକୁ ଦାନ୍ତରେ କାମୁଡ଼ି ଥିଲେ, ଯେମିତି ଅଲିମ୍ପିକ୍ସ ବା ଏସିଆନ ଗେମ୍ସ ଆଦିରେ ଖେଳାଳିମାନେ ପଦକ ପାଇଲେ ଦାନ୍ତରେ କାମୁଡ଼ନ୍ତି।

ଗତକାଲି ସ୍ଲିପ୍‌ରେ ବିରାଟ କୋହଲି ଏକ ବଢ଼ିଆ କ୍ୟାଚ୍ ଧରିଥିଲେ। ସେ ତାଙ୍କ ବାମ ପାର୍ଶ୍ୱକୁ ଡାଇଭ ମାରି କ୍ୟାଚ୍‌ କରିଥିଲେ। ଫଳରେ ଶୂନରେ ଆଉଟ୍ ହୋଇଥିଲେ ମିଚେଲ ମାର୍ଶ। ସେହିପରି ସେ ଆଡାମ ଜାମ୍ପାଙ୍କ କ୍ୟାଚ୍ ମଧ୍ୟ ନେଇଥିଲେ।

Virat Kohli ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe