Advertisment

ଆଇପିଏଲରେ ପ୍ରଥମ ଖେଳାଳି ଭାବେ ବିରାଟ କଲେ ଏହି ରେକର୍ଡ

ବେଙ୍ଗାଲୁରୁ: ରେକର୍ଡ ବୁକ୍‌ରେ ପୁଣିଥରେ ନିଜ ନାଁକୁ ସାମିଲ କରିଛନ୍ତି ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ସେ ଆଇପିଏଲରେ ପ୍ରଥମ କ୍ରିକେଟର ଭାବେ ୬ ହଜାର ରନ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚଳିତ ଆଇପିଏଲର ୧୬ତମ ମ୍ୟାଚ୍‌ରେ ବିରାଟଙ୍କ ଆରସିବି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଆରସିବି ଓପନର ଦେବଦତ୍ତ ପାଡିକ୍କଲ ଶତକ ହାସଲ କରିଥିବା ବେଳେ ବିରାଟ ଅପରାଜିତ […]

ଆଇପିଏଲରେ ପ୍ରଥମ ଖେଳାଳି ଭାବେ ବିରାଟ କଲେ ଏହି ରେକର୍ଡ

Virat Kohli

Advertisment

ବେଙ୍ଗାଲୁରୁ: ରେକର୍ଡ ବୁକ୍‌ରେ ପୁଣିଥରେ ନିଜ ନାଁକୁ ସାମିଲ କରିଛନ୍ତି ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ସେ ଆଇପିଏଲରେ ପ୍ରଥମ କ୍ରିକେଟର ଭାବେ ୬ ହଜାର ରନ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Advertisment

ଚଳିତ ଆଇପିଏଲର ୧୬ତମ ମ୍ୟାଚ୍‌ରେ ବିରାଟଙ୍କ ଆରସିବି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଆରସିବି ଓପନର ଦେବଦତ୍ତ ପାଡିକ୍କଲ ଶତକ ହାସଲ କରିଥିବା ବେଳେ ବିରାଟ ଅପରାଜିତ ୭୨ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ବଳରେ ବିରାଟ ତାଙ୍କ ଆଇପିଏଲ କ୍ୟାରିୟର୍‌ରେ ୬ ହଜାର ରନ ପୂରଣ କରିଛନ୍ତି।

ରାଜସ୍ଥାନ ବିପକ୍ଷ ୧୩ତମ ଓଭର୍‌ରେ ବିରାଟ ଆଇପିଏଲରେ ୬ ହଜାର ରନ୍‌ ପୂରଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଗତକାଲିର ମ୍ୟାଚ୍‌ ପୂର୍ବରୁ ବିରାଟ ୩ଟି ଇନିଂସ୍‌ରେ ମାତ୍ର ୭୧ ରନ୍‌ କରିଥିଲେ। ସେହିପରି କୋଲକାତା ବିପକ୍ଷ ମ୍ୟାଚ୍‌ରେ ସେ କେବଳ ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

Advertisment

ହେଲେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ସେ ନିଜର ଜଲୱା ଦେଖାଇଛନ୍ତି। ବିରାଟ ମ୍ୟାଚ୍‌ ପୂର୍ବରୁ ୬ ହଜାର ମାଇଲଷ୍ଟୋନ ଠାରୁ ମାତ୍ର ୫୧ ରନ୍‌ ଦୂରରେ ଥିଲେ। ସେ ୧୩ତମ ଓଭର୍‌ରେ ୫୧ ରନ୍‌ କରିବା କ୍ଷଣି ଆଇପିଏଲରେ ପ୍ରଥମ କ୍ରିକେଟର ଭାବେ ୬ ହଜାର ରନ୍‌ ପୂରଣ କରିବାକୁ ସକ୍ଷମ ହୋଇଥିଲେ।

ବର୍ତ୍ତମାନ ବିରାଟ ଆଇପିଏଲରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଯାଇଛନ୍ତି। ସେ ୧୯୬ଟି ମ୍ୟାଚରୁ ୬୦୨୧ ରନ୍ କରିଛନ୍ତି। ୨୦୧୬ରେ ବିରାଟ ବାଙ୍ଗାଲୋର ପାଇଁ ଆଇପିଏଲରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୨୦୧୬ ସଂସ୍କରଣରେ ୪ଟି ଶତକ ସହ ୯୩୭ ରନ୍‌ ହାସଲ କରିଥିଲେ। ଏହି ସିଜିନ୍‌ରେ ଆରସିବି ଫାଇନାଲ ମଧ୍ୟ ଖେଳିଥିଲା। କିନ୍ତୁ ବିରାଟଙ୍କ ଆରସିବି ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା।

ବିରାଟଙ୍କ ପଛକୁ ଆଇପିଏଲ୍‌ ସର୍ବାଧିକ ରନହାସଲକାରୀ କ୍ରିକେଟରଙ୍କ ତାଲିକାରେ ସୁରେଶ ରାଇନା ଅଛନ୍ତି। ସେ ୧୯୩ଟି ମ୍ୟାଚ୍‌ରେ ୫୩୬୮ ରନ୍‌ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe