Advertisment

ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବଡ଼ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। କୋହଲି ଟି-୨୦ କ୍ରିକେଟରେ ୧୦ହଜାର ରନ୍ ପୂରଣ କରିଛନ୍ତି। ଏହି ଫର୍ମାଟରେ ୧୦ହଜାର ପୂରଣ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚରେ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୧୦ହଜାର ରନ୍ କରିଛନ୍ତି। ଟି-୨୦ ଫର୍ମାଟରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବଡ଼ ରେକର୍ଡ କଲେ କୋହଲି

kohli

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। କୋହଲି ଟି-୨୦ କ୍ରିକେଟରେ ୧୦ହଜାର ରନ୍ ପୂରଣ କରିଛନ୍ତି। ଏହି ଫର୍ମାଟରେ ୧୦ହଜାର ପୂରଣ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚରେ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୧୦ହଜାର ରନ୍ କରିଛନ୍ତି।

Advertisment

ଟି-୨୦ ଫର୍ମାଟରେ ସର୍ବାଧିକ ରନର ରେକର୍ଡ କ୍ରିସ୍ ଗେଲଙ୍କ ନାଁରେ ରହିଛି। ଗେଲ୍ ୧୪୨୭୫ ରନ୍ କରିଛନ୍ତି। ସେହିପରି ୱେଷ୍ଟଇଣ୍ଡିଜର କାଇରନ୍ ପୋଲାର୍ଡ ୧୧୧୯୫ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଶୋଏବ ମଲିକ୍ ୧୦୮୦୮ ରନ୍ ସହ ତୃତୀୟ, ସନରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର୍ ୧୦୦୧୯ ରନ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟର ୱାର୍ଣ୍ଣର ଚଳିତ ବର୍ଷ ଆଇପିଏଲରେ ଏହି ଉପଲବ୍ଧି ହାସଲ କରିଥିଲେ।

କୋହଲି ଆଜି ଯଶପ୍ରୀତ ବୁମ୍ରାଙ୍କ ବଲରେ ଛକା ମାରି ଟି-୨୦ରେ ୧୦ହଜାର ପୂରଣ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ୧୦ହଜାର ରନ୍ କ୍ଲବରେ ସାମିଲ୍ ହେବା ପାଇଁ ତାଙ୍କୁ ୧୩ ରନ୍ ଦରକାର ହେଉଥିଲା। କୋହଲି ୩୧୪ ମ୍ୟାଚ୍ ଖେଳି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଆଜି ମ୍ୟାଚ୍ ପୂର୍ବରୁ କୋହଲି ୪୧.୬୧ ହାରରେ ଏବଂ ୧୩୩.୯୨ ଷ୍ଟ୍ରାଇକରେଟରେ ରନ୍ କରିଥିଲେ। କୋହଲି ଦିଲ୍ଲୀ, ଭାରତ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଟି-୨୦ କ୍ରିକେଟ୍ ଖେଳିଛନ୍ତି।

Advertisment

ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ୫୧.୦୮ ହାରରେ ୭୭୬୫ ରନ୍ କରିଛନ୍ତି। ସେହିପରି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାଁରେ ୧୨୧୬୯ ରନ୍ ରହିଛି। କୋହଲି ଟେଷ୍ଟରେ ୨୭ ଓ ଦିନିକିଆରେ ୪୩ ଶତକ ମାରିଛନ୍ତି। ଅନ୍ୟପକ୍ଷରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୯୦ ମ୍ୟାଚରେ ୩୧୯୫ ରନ୍ କରିଛନ୍ତି।

Virat Kohli Cricket