Advertisment

ଏକାଧିକ ରେକର୍ଡର ଅଧିକାରୀ ହେଲେ ବିରାଟ କୋହଲି

ଚଳିତ ବିଶ୍ୱକପରେ ବିରାଟ ୧୧ଟି ଇନିଂସରେ ୭୬୫ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୯୫.୬୨ ରହିଛି। ସେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
Virat

Virat

Advertisment

ବିଶ୍ୱକପ ଫାଇନାଲରେ ୫୪ ରନ କରି ଆଉଟ ହୋଇଥିବା ବିରାଟ କୋହଲି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଭାରତର ପ୍ରଥମ ବ୍ୟାଟର ଭାବେ କୌଣସି ଦିନିକିଆ ବିଶ୍ୱକପର ସେମି ଓ ଫାଇନାଲରେ ୫୦ରୁ ଅଧିକ ରନ କରିଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ସେ ୫୪ ରନ କରିବା କ୍ଷଣି ତାଙ୍କ ରେକର୍ଡ ବୁକରେ ଯୋଡ଼ି ହୋଇଯାଇଛି।

Advertisment

ସେହିପରି ସେ ବିଶ୍ୱର ୭ମ ବ୍ୟାଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ବିରାଟଙ୍କ ପୂର୍ବରୁ ୧୯୭୯ରେ ମାଇକ ବ୍ରେୟର୍ଲୀ, ୧୯୮୭ରେ ଡାଭିଡ ବୁନ, ୧୯୯୨ରେ ଜାଭେଦ ମିଆଁଦାଦ, ୧୯୯୬ରେ ଅରବିନ୍ଦଚ ଡି’ସଲଭା, ୨୦୧୫ରେ ଗ୍ରାଣ୍ଟ ଏଲିଅଟ, ୨୦୧୫ରେ ଷ୍ଟିଭ ସ୍ମିଥ ଏପରି ରେକର୍ଡ କରିଥିଲେ।

ଏହାବାଦ ବିରାଟ କୋହଲି ବିଶ୍ୱର ଏକମାତ୍ର ବ୍ୟାଟର ଯିଏ ବିଶ୍ୱକପରେ ୨ ଥର କ୍ରମାଗତ ୫ଥର ଲେଖାଏ ୫୦ରୁ ଅଧିକ ରନ କରିଛନ୍ତି। ୨୦୧୯ ବିଶ୍ୱକପରେ ସେ କ୍ରମାଗତ ୫ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିଲେ। ଏବେ ୨୦୨୩ରେ ମଧ୍ୟ ସେ କ୍ରମାଗତ ୫ଥର ୫୦ କିମ୍ବା ତା’ ଡାରୁ ଅଧିକ ରନ କରିଛନ୍ତି। ୨୦୧୫ରେ ଷ୍ଟିଭ ସ୍ମିଥ କ୍ରମାଗତ ୫ଥର ୫୦ରୁ ଅଧିକ ରନ କରିଥିଲେ।

Advertisment

ଅନ୍ୟପକ୍ଷରେ ବିରାଟ ଏକମାତ୍ର ବ୍ୟାଟର ଯିଏ ବିଶ୍ୱକପର ଗୋଟିଏ ସଂସ୍କରଣରେ ୭୦୦ରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ୬୭୩ ରନ ସହ ସଚିନ ତେନ୍ଦୁଲକର ସବୁଠାରୁ ଆଗରେ ଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟ ତାଙ୍କୁ ଅତିକ୍ରମ କରିଥିଲେ।

ଏବେ ସେଥିରେ ସେ ଆଉ ୫୪ ରନ ଯୋଡ଼ି ଦେଇଛନ୍ତି। ଚଳିତ ବିଶ୍ୱକପରେ ବିରାଟ ୧୧ଟି ଇନିଂସରେ ୭୬୫ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୯୫.୬୨ ରହିଛି। ସେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଗୋଟିଏ ବିଶ୍ୱକପରେ ୯ଥର ୫୦ରୁ ଅଧିକ ରନ କରି ନଥିଲେ।

Virat Kohli ICC CWC 2023 CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe