Virat1
ଆଡିଲେଡ: ଚଳିତ ବିଶ୍ୱକପରେ ଆଜି ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।
ଏହାପୂର୍ବରୁ ବିରାଟ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୧୦୧୬ ରନକୁ ଅତିକ୍ରମ କରିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୧ଶହରୁ ଅଧିକ ରନ କରି ସାରିଲେଣି। ଆଜି ମ୍ୟାଚ୍ ଆରମ୍ଭରୁ ବିରାଟ ୪ ହଜାର ରନ ମାଇଲ ଖୁଣ୍ଟ ଠାରୁ ୪୨ ରନ ପଛରେ ଥିଲେ। ଆଜି ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ ଲିଭଙ୍ଗଷ୍ଟୋନଙ୍କୁ ଚୌକା ମାରି ୪ ହଜାର କ୍ଲବରେ ପ୍ରଥମ ବ୍ୟାଟର ଭାବେ ପ୍ରବେଶ କରିଛନ୍ତି।
ଏବେ ସୁଦ୍ଧା ବିରାଟ ଟି-୨୦ରେ ୪୦୦୮ ରନ କରିଛନ୍ତି। ଆଜି ସେ ୪୦ ବଲରେ ୫୦ ରନ କରି ଆଉଟ ହୋଇଛନ୍ତି। ଏହାବାଦ ଆଜି ବିରାଟ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଚୌକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି।
ଅନ୍ୟପକ୍ଷରେ ବିରାଟ କୋହଲି ବିଶ୍ୱର ଏକମାତ୍ର କ୍ରିକେଟର ଯିଏ ଦୁଇ ଥର ବିଶ୍ୱକପରେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଛନ୍ତି। ସେ ୨୦୧୪ ଓ ୨୦୧୬ରେ ପ୍ଲେୟାର ଅଫ ଦି ସିରିଜ୍ ପୁରସ୍କାର ପାଇଥିଲେ। ଚଳିତ ବିଶ୍ୱକପରେ ମଧ୍ୟ କୋହଲି ଏଯାଏ ସର୍ବାଧିକ ରନ ହାସଲକାରୀ କ୍ରିକେଟର ରହିଛନ୍ତି। ତାଙ୍କୁ ପଛକୁ ସୂର୍ଯ୍ୟ କୁମାର ଯାଦବ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Virat1.jpg)