Advertisment

ଇତିହାସ ରଚିଲେ ବିରାଟ କୋହଲି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇପିଏଲରେ ଏଯାଏ କୌଣସି ବ୍ୟାଟର ୭ ହଜାର ରନର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରି ନାହାନ୍ତି।

author-image
Hemant Lenka
Virat

Virat

ଆଇପିଏଲରେ ଇତିହାସ ରଚିଛନ୍ତି ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି। ସେ ଆଇପିଏଲ ପ୍ରଥମ ବ୍ୟାଟର ଭାବେ ୮ ହଜାର ରନର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି।

Advertisment

ବିରାଟ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ୨୯ ରନ କରିବା କ୍ଷଣି ଏହି କୀର୍ତ୍ତିମାନ ହାସଲ କରିଥିଲେ। ତେବେ ଏହାକୁ ସେ ସ୍ମରଣୀୟ କରି ପାରି ନାହାନ୍ତି। ଆଉ ୪ ରନ ଅର୍ଥାତ ସେ ଆଜି ୨୪ ବଲରେ ୩୩ ରନ କରି ଆଉଟ ହୋଇ ଯାଇଛନ୍ତି। ୟୁଜି ଚହଲଙ୍କୁ ଛକ ମାରିବାକୁ ଯାଇ ସେ ଡିପ୍‌ ସ୍କୋୟେରା ଲେଗ ଅଞ୍ଚଳରେ ଧରା ପଡ଼ି ଯାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇପିଏଲରେ ଏଯାଏ କୌଣସି ବ୍ୟାଟର ୭ ହଜାର ରନର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରି ନାହାନ୍ତି। ବିରାଟ ପ୍ରଥମ ବ୍ୟାଟର ଭାବେ ୭ ହଜାର ରନ ପାର କରିଥିଲେ। ଆଜି ସେ ୮ ହଜାର ରନର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି।

Advertisment

୨୦୦୮ରୁ ଆଇପିଏଲ ଖେଳି ଆସୁଥିବା ବିରାଟଙ୍କର ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ ସିଜିନ। କାରଣ ସେ ୨୦୧୬ ଆଇପିଏଲରେ ୯୭୩ ରନ କରିଥିଲେ। ଚଳିତ ବର୍ଷ ସେ ୭୦୦ରୁ ଅଧିକ ରନ କରି ସାରିଛନ୍ତି। ସେହିପରି କମଳା ରଙ୍ଗର ଟୋପି (ସର୍ବାଧିକ ରନ ହାସଲକାରୀ) ମଧ୍ୟ ଚଳିତ ବର୍ଷ ବିରାଟଙ୍କ ପାଖରେ ରହିଛି।

ନିଜର ଆଇପିଏଲ କ୍ୟାରିୟର୍‌ରେ ବିରାଟ ୮ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ମାରିଛନ୍ତି। ଚେନ୍ନାଇ ବିପକ୍ଷ ଗତ ମ୍ୟାଚ୍‌ରେ ମଧ୍ୟ ବିରାଟ ଆଉ ଏକ ରେକର୍ଡର ଅଧିକାରୀ ହୋଇଥିଲା। ସେ ଆଇପିଏଲର ଗୋଟିଏ ନିର୍ଦ୍ଦିଷ୍ଟ ଭେନ୍ୟୁରେ ପ୍ରଥମ ବ୍ୟାଟର ଭାବେ ୩ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

୨୦୦୮ ଏପ୍ରିଲ ୧୮ରେ ବିରାଟ କୋଲକାତା ବିପକ୍ଷରେ ଆଇପିଏଲରେ ଡେବ୍ୟୁ କରିଥିଲେ। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ସେ ୧ ରନ କରିଥିଲେ। କିନ୍ତୁ ଚିନ୍ନାସ୍ୱାମୀରେ ସେ ଇତି ମଧ୍ୟରେ ୮୬ଟି ଇନିଂସ ଖେଳି ୨୨ଟି ଅର୍ଦ୍ଧଶତକ ଓ ୪ଟି ଶତକ ହାସଲ କରିଛନ୍ତି।

ତାଙ୍କର ସର୍ବାଧିକ ରନ ହେଲା ୧୧୩। ଆରସିବିର ହୋମ ଗ୍ରାଉଣ୍ଡ ହେଉଛି ଚିନ୍ନାସ୍ୱାମୀ। ସେଠାରେ ବିରାଟ ରେକର୍ଡ ସୃଷ୍ଟି କରି ପ୍ରଥମ ବ୍ୟାଟର ଭାବେ ୩ ହଜାର ରନର କୀର୍ତ୍ତିମାନ ହାସଲ କରିଥିଲେ।

Virat Kohli IPL IPL 2024