Advertisment

ନୂଆ ବିଶ୍ୱ ରେକର୍ଡ କଲେ କୋହଲି, ଆଖପାଖରେ କେହି ନାହାନ୍ତି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଖେଳାଳି ଭାବେ କୋହଲିଙ୍କର ଏହା ୫୦ତମ ଟେଷ୍ଟ ବିଜୟ। ତିନୋଟି ଯାକ ଫର୍ମାଟ ଅର୍ଥାତ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ […]

ଅଦ୍ୟତନ ହୋଇଛି
ନୂଆ ବିଶ୍ୱ ରେକର୍ଡ କଲେ କୋହଲି, ଆଖପାଖରେ କେହି ନାହାନ୍ତି

kohli

Advertisment

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଖେଳାଳି ଭାବେ କୋହଲିଙ୍କର ଏହା ୫୦ତମ ଟେଷ୍ଟ ବିଜୟ। ତିନୋଟି ଯାକ ଫର୍ମାଟ ଅର୍ଥାତ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ ଲେଖାଏ ବିଜୟ ହାସଲ କରିବାରେ କୋହଲି ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ଏପରିକି ମହେନ୍ଦ୍ର ସିଂ ଧୋନି ଓ ରିକି ପଣ୍ଟିଂ ମଧ୍ୟ ଏଭଳି କାରନାମା କରିପାରିନାହାନ୍ତି।

Advertisment

ଟେଷ୍ଟ କ୍ରିକେଟରେ ରିକି ପଣ୍ଟିଂ ଖେଳାଳି ଭାବେ ସର୍ବାଧିକ ୧୦୮ ମ୍ୟାଚ୍ ଜିତିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୨୬୨ ମ୍ୟାଚ୍ ଜିତିବାର ରେକର୍ଡ ରହିଛି। କିନ୍ତୁ ସେ ଟି-୨୦ରେ କେବଳ ୭ଟି ମ୍ୟାଚ୍ ଜିତିପାରିଛନ୍ତି। ସେହିପରି ବିରାଟ୍ କୋହଲି ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୫୦ ମ୍ୟାଚ୍, ଦିନିକିଆରେ ୧୫୩ ଏବଂକ ଟି-୨୦ରେ ୫୯ ମ୍ୟାଚ୍ ଜିତିଛନ୍ତି। ଅର୍ଥାତ୍ ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ମ୍ୟାଚ୍ ଜିତିବାରେ କୋହଲି ଦୁନିଆର ଏକମାତ୍ର ଖେଳାଳି।

https://twitter.com/BCCI/status/1467728681866956806?s=20

କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଖେଳାଳି ଭାବେ ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଜିତିଛନ୍ତି। ସେ ୭୨ ଟେଷ୍ଟରେ ବିଜୟୀ ହୋଇଛନ୍ତି। ସେହିପରି ସଚିନ୍ ଦିନିକିଆରେ ୨୩୪ ମ୍ୟାଚ୍ ଏବଂ ଟି-୨୦ରେ ମାତ୍ର ଗୋଟିଏରେ ବିଜୟୀ ହୋଇଛନ୍ତି। ମହେନ୍ଦ୍ର ସିଂ ଧୋନି ୩୬ ଟେଷ୍ଟ, ୨୦୫ ଦିନିକିଆ ଓ ୫୭ ମ୍ୟାଚରେ ବିଜୟୀ ହୋଇଛନ୍ତି। ଅର୍ଥାତ୍ ଧୋନି ଟେଷ୍ଟରେ ୫୦ ବିଜୟର ରେକର୍ଡ ଛୁଇଁପାରିନାହାନ୍ତି। ଧୋନିଙ୍କ ପରେ କୋହଲିଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଥିଲା।

Advertisment

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ପାକିସ୍ତାନର ଶୋଏବ ମଲିକ୍ ସର୍ବାଧିକ ୮୬ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ସେହିପରି ସେ ଦିନିକିଆରେ ୧୫୬ ବିଜୟ ଏବଂ ଟେଷ୍ଟରେ କେବଳ ୧୩ ବିଜୟ ହାସଲ କରିଛନ୍ତି। ରୋହିତ୍ ଶର୍ମା ଟି-୨୦ରେ ୭୮, ଦିନିକିଆରେ ୧୩୮ ଏବଂ ଟେଷ୍ଟରେ ୨୪ ମ୍ୟାଚ୍ ଜିତିଛନ୍ତି। ଅର୍ଥାତ୍ ଏସମସ୍ତଙ୍କ ଠାରୁ କୋହଲି ଆଗରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe