Advertisment

Virat Kohli: ୨୦୨୧ ପରେ ପ୍ରଥମ: ରୋହିତଙ୍କୁ ହଟାଇ ଶୀର୍ଷ ସ୍ଥାନ ଦଖଲ କଲେ ବିରାଟ କୋହଲି

ବିରାଟ ଶୀର୍ଷ ସ୍ଥାନକୁ ଉଠିଥିବା ବେଳେ ରୋହିତ ୩ ନମ୍ବରକୁ ଖସିଛନ୍ତି। ପୂର୍ବରୁ ୩ ନମ୍ବରରେ ଥିବା ନ୍ୟୁଜିଲ୍ୟାଣ୍ତର ଡାରେଲ ମିଚେଲ ୨ୟ ସ୍ଥାନକୁ ଉଠିଛନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ମିଚେଲ ୭୧ ବଲରେ ୮୪ ରନର ଇନିଂସ ଖେଳିଥିଲେ।

author-image
Hemant Lenka
Virat

ବିରାଟ କୋହଲି

କିଙ୍ଗ କୋହଲି। ରନ ମେସିନ। ଚେଜ ମାଷ୍ଟର। ଏମିତି କେତେ କ’ଣ ଆଖ୍ୟା ପାଇଥିବା ଭାରତୀୟ ଟିମର କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି(Virat Kohli) ପୁଣି ନିଜର ଚମକ ଦେଖାଇଛନ୍ତି। ସେ ଅନ୍ୟତମ ସାଥୀ ଖେଳାଳି ରୋହିତ ଶର୍ମାଙ୍କୁ ପଛରେ ପକାଇ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ  ସ୍ଥାନ ଦାଖଲ କରିନେଇଛନ୍ତି। ରୋହିତ ଶର୍ମା ୩ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି। ରବିବାର ଖେଳା ଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତର ପ୍ରଥମ ଦିନିକିଆ ପରେ ଆଜି ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। 

Advertisment

ପ୍ରଥମ ଦିନିକିଆ(ODI)କୁ ଭାରତ ୪ ୱିକେଟରେ ଜିତି ନେଇଥିଲା। ଏହି ବିଜୟରେ ବିରାଟ ୯୧ ବଲରେ ୯୩ ରନର ଇନିଂସ ଖେଳିଥିଲେ। ଭାରତ ୩୦୧ ରନର ପିଛା କରୁଥିବା ବେଳେ ବିରାଟ ଖେଳିଥିଲେ ମ୍ୟାଚ ବିଜୟୀ ଇନିଂସ।

ଏହି ଇନିଂସ ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବାକାଳୀନ ରେକର୍ଡ ଭାଙ୍ଗିବାର ଆହୁରି ନିକଟବର୍ତ୍ତୀ ହୋଇଛନ୍ତି ବିରାଟ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାରେ ବିରାଟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। 

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଠାରୁ ବିରାଟ ନିଜର ଜଲୱା ଦେଖାଇ ଚାଲିଛନ୍ତି। ଶେଷ ୫ଟି ଦିନିକିଆରେ ସେ ଅପରାଜି ୭୪, ୧୩୫, ୧୦୨, ୬୫ ଓ ୯୩ ରନ କରିଛନ୍ତି। କ୍ରମାଗତ ଦମଦାର ପ୍ରଦର୍ଶନ କରୁଥିବାରୁ ବିରାଟ କୋହଲି ଦୀର୍ଘ ୪ ବର୍ଷ ପରେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ୨୦୨୧ ଜୁଲାଇ ମାସ ପରେ ବିରାଟ ପ୍ରଥମଥର ରାଙ୍କିଙ୍ଗର ୧ନଂ ସ୍ଥାନକୁ ଉଠିଛନ୍ତି। 

୨୦୦୮ରୁ ଭାରତ ପାଇଁ କ୍ରିକେଟ ଖେଳି ଚାଲିଥିବା ବିରାଟ ୨୦୧୩ ଅକ୍ଟୋବର ମାସରେ ପ୍ରଥମଥର ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନମ୍ବର ସ୍ଥାନରେ ପହଞ୍ଚିଥିଲେ। ମୋଟ ଉପରେ ସେ ୧୧ଥର ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ୮୨୫ ଦିନ ଏହି ସ୍ଥାନରେ ରହିଛନ୍ତି। ଏହା ବିଶ୍ୱରେ ୧୦ମ ଦୀର୍ଘତମ ଓ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଅଧିକ।

ବିରାଟ ଶୀର୍ଷ ସ୍ଥାନକୁ ଉଠିଥିବା ବେଳେ ରୋହିତ ୩ ନମ୍ବରକୁ ଖସିଛନ୍ତି। ପୂର୍ବରୁ ୩ ନମ୍ବରରେ ଥିବା ନ୍ୟୁଜିଲ୍ୟାଣ୍ତର ଡାରେଲ ମିଚେଲ ୨ୟ ସ୍ଥାନକୁ ଉଠିଛନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ମିଚେଲ ୭୧ ବଲରେ ୮୪ ରନର ଇନିଂସ ଖେଳିଥିଲେ। 

ବିରାଟ ୭୮୫ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ୭୮୪ ପଏଣ୍ଟ ସହ ମିଚେଲ ଦ୍ୱିତୀୟରେ ରହିଛନ୍ତି। ରୋହିତଙ୍କ ପଏଣ୍ଟ ସଂଖ୍ୟା ୭୭୫ ରହିଛି। ପୂର୍ବରୁ ବ୍ୟାଟିଂ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ଆଫଗାନିସ୍ତାନର ଇବ୍ରାହିମ ଜର୍ଦାନ ଓ ୫ମରେ ଭାରତର ଶୁବମନ ଗିଲ ଅଛନ୍ତି। ୧୦ ନମ୍ବରା ଭାରତର ଶ୍ରେୟସ ଆୟର ଓ ୧୧ ନମ୍ବରରେ କେଏଲ ରାହୁଲ ରହିଛନ୍ତି।  

Virat Kohli ODI