Advertisment

ବିରାଟ୍‌ ବି କହିଲେ, ରୋହିତ୍ ହେବେ ପରବର୍ତ୍ତୀ କ୍ୟାପଟେନ୍!

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ପରେ ବିରାଟ୍‌ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ତେବେ ଏହା ପରେ ଭାରତର ଟି-୨୦ କ୍ୟାପଟେନ୍ କିଏ ହେବେ, ତାକୁ କଳ୍ପନା ଜଳ୍ପନା ଚାଲିଛି। ଏଥିରେ ରୋହିତ୍ ଶର୍ମାଙ୍କ ନାଁ ସବୁଠାରୁ ଆଗରେ ରହିଛି। ଆଉ ଏବେ ବିରାଟ୍‌ କୋହଲିଙ୍କ ମଧ୍ୟ କହିଛନ୍ତି ଯେ ରୋହିତ୍ ହେବେ ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନ୍। ସୋମବାର ନାମିବିଆ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ପରେ କୋହଲି ଏହି କଥା କହିଛନ୍ତି। […]

ବିରାଟ୍‌ ବି କହିଲେ, ରୋହିତ୍ ହେବେ ପରବର୍ତ୍ତୀ କ୍ୟାପଟେନ୍!

rohit-and-virat

Advertisment

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ପରେ ବିରାଟ୍‌ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ତେବେ ଏହା ପରେ ଭାରତର ଟି-୨୦ କ୍ୟାପଟେନ୍ କିଏ ହେବେ, ତାକୁ କଳ୍ପନା ଜଳ୍ପନା ଚାଲିଛି। ଏଥିରେ ରୋହିତ୍ ଶର୍ମାଙ୍କ ନାଁ ସବୁଠାରୁ ଆଗରେ ରହିଛି। ଆଉ ଏବେ ବିରାଟ୍‌ କୋହଲିଙ୍କ ମଧ୍ୟ କହିଛନ୍ତି ଯେ ରୋହିତ୍ ହେବେ ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନ୍। ସୋମବାର ନାମିବିଆ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ପରେ କୋହଲି ଏହି କଥା କହିଛନ୍ତି।

Advertisment

ଟସ୍ ପଡ଼ିବା ପରେ କୋହଲି କହିଥିଲେ ଯେ ଭାରତର ନେତୃତ୍ୱ ନେବା ସମ୍ମାନର କଥା। ଛୋଟିଆ ଫର୍ମାଟରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରୁଛନ୍ତି। କୋହଲିଙ୍କ ଏହି କଥାରୁ ସ୍ପଷ୍ଟ ହେଉଛି ଯେ ରୋହିତ୍ ଟିମର ପରବର୍ତ୍ତୀ ମ୍ୟାଚ୍ ହେବେ। ହେଲେ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିନାହିଁ।

କୋହଲି କହିଛନ୍ତି, ଭାରତ ପାଇଁ କ୍ୟାପଟେନ୍ସି କରି ମୁଁ ଗର୍ବିତ ଏବଂ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଲମ୍ବା ଫର୍ମାଟ ପାଇଁ ମୋତେ ଛୋଟିଆ ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିବାକୁ ପଡ଼ିବ। ମୋତେ କ୍ୟାପଟେନ୍ ଦାୟିତ୍ୱ ମିଳିଥିବାରୁ ବୋର୍ଡକୁ ଧନ୍ୟବାଦ ଜଣାଉଛି। ଟିମକୁ ଆଗକୁ ନେବା ପାଇଁ ଏବେ ଆଗାମୀ ଖେଳାଳିଙ୍କ ସମୟ ଆସିଛି। ସେମିତି ଦେଖିବାକୁ ଗଲେ ରୋହିତ୍ ସୀମିତ ଓଭର କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଭାରତୀୟ କ୍ରିକେଟ୍‌ ଭଲ ହାତରେ ରହିଛି।

Advertisment

ରୋହିତ୍ ଶର୍ମା କ୍ୟାପଟେନ୍ ଭାବେ ୫ଥର ଆଇପିଏଲ୍ ଟାଇଟଲ୍‌ ଜିତିଛନ୍ତି। ସେ ପାଞ୍ଚଥର ଯାକ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ୍ କରାଇଛନ୍ତି। ଅନ୍ୟପକ୍ଷରେ ବିରାଟ୍‌ କୋହଲି ଏପର୍ଯ୍ୟନ୍ତ କ୍ୟାପଟେନ୍ ଭାବେ ଆଇପିଏଲ୍ କି ଆଇସିସି ଟ୍ରଫି ଜିତିନାହାନ୍ତି। ନଭେମ୍ବର ୧୭ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ ବିସିସିଆଇ ଖୁବ୍ ଶୀଘ୍ର ରୋହିତଙ୍କୁ କ୍ୟାପଟେନ୍ ଭାବେ ଘୋଷଣା କରିପାରେ।

ଅନ୍ୟପକ୍ଷରେ କ୍ରିକେଟ୍‌ ବିଶେଷଜ୍ଞମାନେ ରୋହିତଙ୍କୁ ଟି-୨୦ ବ୍ୟତୀତ ଭାରତୀୟ ଦିନିକିଆ ଦଳର କ୍ୟାପଟେନ୍ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସୀମିତ ଓଭର ଓ ଟେଷ୍ଟ କ୍ରିକେଟରେ ଅଲଗା ଅଲଗା କ୍ୟାପଟେନ୍ କରାଯିବା ଦରକାର। ଏଭଳି ଫର୍ମୂଲା ଇଂଲଣ୍ଡରେ ରହିଛି। ଇଆନ୍ ମୋର୍ଗାନ୍ ଟି-୨୦ ଓ ଦିନିକିଆ ଟିମର କ୍ୟାପଟେନ୍ ରହିଛନ୍ତି। ସେହିପରି ଜୋ ରୁଟ୍ ଇଂଲଣ୍ଡ ଟେଷ୍ଟ ଟିମର କ୍ୟାପଟେନ୍ ଅଛନ୍ତି।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe