୬ ବର୍ଷ ପରେ ବୋଲିଂ କଲେ ବିରାଟ, ଭାଇରାଲ ହେଲା ଭିଡିଓ

ଦୁବାଇ: ଦୀର୍ଘ ୬ ବର୍ଷ ପରେ କୌଣସି ମ୍ୟାଚ୍‌ରେ ବୋଲିଂ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ବିରାଟ କୋହଲି। ଶେଷଥର ପାଇଁ ସେ ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ବୋଲିଂ କରିଥିଲେ। ଏବେ ତାଙ୍କୁ ଏସିଆ କପ୍‌ରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଗତକାଲି ହଂକଂ ବିପକ୍ଷ ମ୍ୟାଚ୍‌ର ୧୭ତମ ଓଭର ଭାରତ ପାଇଁ ବିରାଟ ହିଁ ବୋଲିଂ କରିଥିଲେ। ସେ ମଧ୍ୟ ଚମତ୍କାର ଢଙ୍ଗରେ ବୋଲିଂ କରି କେବଳ ୬ ରନ ବ୍ୟୟ […]

Virat

  • Published: Thursday, 01 September 2022
  • , Updated: 01 September 2022, 05:43 PM IST

ଦୁବାଇ: ଦୀର୍ଘ ୬ ବର୍ଷ ପରେ କୌଣସି ମ୍ୟାଚ୍‌ରେ ବୋଲିଂ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ବିରାଟ କୋହଲି। ଶେଷଥର ପାଇଁ ସେ ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ବୋଲିଂ କରିଥିଲେ। ଏବେ ତାଙ୍କୁ ଏସିଆ କପ୍‌ରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି।

ଗତକାଲି ହଂକଂ ବିପକ୍ଷ ମ୍ୟାଚ୍‌ର ୧୭ତମ ଓଭର ଭାରତ ପାଇଁ ବିରାଟ ହିଁ ବୋଲିଂ କରିଥିଲେ। ସେ ମଧ୍ୟ ଚମତ୍କାର ଢଙ୍ଗରେ ବୋଲିଂ କରି କେବଳ ୬ ରନ ବ୍ୟୟ କରିଥିଲେ। ତାଙ୍କ ବଲରୁ କୌଣସି ବାଉଣ୍ଡରୀ ମଧ୍ୟ ହୋଇ ନଥିଲା।  ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ କ୍ରିକେଟ ପ୍ରେମୀମାନେ ବିରାଟଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।


ବିରାଟ ଦୀର୍ଘ ଦିନ ହେଲା ନିଜର ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିଲେ। ହେଲେ ଏସିଆ କପରେ ସେ ଲୟକୁ ଫେରିଥିବା ସଙ୍କେତ ଦେଇଛନ୍ତି। ସେ ହଂକଂ ବିପକ୍ଷରେ ଅପରାଜିତ ୫୯ ରନ କରିବା ସହ ସୂର୍ଯ୍ୟ କୁମାର ଯାଦଙ୍କ ସମୟ ମିଶି ତୃତୀୟ ୱିକେଟ ପାଇଁ ଅବିଭାଜିତ ୯୮ ରନର ଭାଗିଦାରୀ କରିଥିଲେ।

ଏହି ଇନିଂସ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଥିଲା। ଏହାର ଜବାବରେ ହଂକଂ ୫ ୱିକେଟ ହରାଇ କେବଳ ୧୫୨ ରନ କରିପାରିଥିଲା। ଫଳରେ ଭାରତ ୪୦ ରନରେ ମ୍ୟାଚ୍ ଜିତିବା ସହ ସୁପର ୪ରେ ପ୍ରବେଶ କରିଛି।


କିନ୍ତୁ ହଂକଂ ବିପକ୍ଷ ମ୍ୟାଚ୍‌ରେ ଭାରତ ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦୁଇ ଯୁବ ବୋଲର ଆଭେଶ ଖାନ ଓ ଅର୍ଶଦୀପ ସିଂହ ମହଙ୍ଗା ସାବ୍ୟସ୍ତ ହେବାରୁ ଅଧିନାୟକ ରୋହିତ ଶର୍ମା ବାଧ୍ୟ ହୋଇ ବିରାଟଙ୍କୁ ଟିମ୍‌ର ୬ଷ୍ଠ ବୋଲର ଭାବେ ବ୍ୟବହାର କରିଥିଲେ। ସେ ମଧ୍ୟ ଗୋଟିଏ ଓଭର ବୋଲିଂ କରି ମାତ୍ର ୬ ରନ ଦେଇଥିଲେ।

Related story