Virat
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଆଜି ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ବୋଲିଂ କରିଛନ୍ତି। ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବିରାଟ ଆଜି ବୋଲିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି।
ବାଂଲାଦେଶ ଇନିଂସର ୯ମ ଓଭର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପକାଉଥିଲେ। କିନ୍ତୁ ସେ ତୃତୀୟ ବଲ ପକାଇବା ପରେ ଆହତ ହୋଇଥିଲେ। ତେଣୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ପାଣ୍ଡ୍ୟାଙ୍କ ଓଭରର ବାକି ୩ଟି ବଲ ପକାଇବାକୁ ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର ବିରାଟଙ୍କୁ କହିଥିଲେ।
ବିରାଟ ମଧ୍ୟ ୩ଟି ବଲ ପକାଇ କେବଳ ୨ ରନ ଦେଇଛନ୍ତି। ଲିଟନ ଦାସ ଓ ତଞ୍ଜିଦ ହାସନ ୧ ରନ ଲେଖାଏ ତାଙ୍କ ବଲରୁ ହାସଲ କରିଛନ୍ତି। । ବିରାଟ ବୋଲିଂ କରିବା ବେଳେ ପୂରା ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ତାଙ୍କୁ କର ତାଳି ଦେଇ ସ୍ୱାଗତ କରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ନିଜର ବ୍ୟାଟିଂ ପାଇଁ ଜଣାଶୁଣା ବିରାଟ ଦୀର୍ଘ ୮ ବର୍ଷ ପରେ ଦିନିକିଆ ବିଶ୍ୱକପରେ ବୋଲିଂ କରିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୪ଟି ୱିକେଟ ମଧ୍ୟ ରହିଛି। ଶେଷଥର ପାଇଁ ୨୦୧୫ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ସେମି ଫାଇନାଲରେ ବିରାଟଙ୍କୁ ବୋଲିଂ କରିବାକୁ ଦେଖିବାକୁ ମିଳିଥିଲା। ସେ ଗୋଟିଏ ଓଭର ବୋଲିଂ କରି ୭ ରନ ଦେଇଥିଲେ।
ସେହିପରି ଶେଷଥର ପାଇଁ ବିରାଟ ୨୦୧୭ ଅଗଷ୍ଟ ୩୧ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ବୋଲିଂ ଯାଦୁ ଦେଖାଇଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୨ ଓଭର ବୋଲିଂ କରିବା ସହ ୧୨ ରନ ଖର୍ଚ୍ଚ କରିଥିଲେ।
କ୍ରିକେଟର ସବୁ ଫର୍ମାଟ କଥା ବିଚାରକୁ ନେଲେ ବିରାଟ କୋହଲି ଏଯାଏ ୮ଟି ୱିକେଟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Virat_1697710761.jpg)