Advertisment

କ୍ରିକେଟ୍ ବିଶ୍ୱକପ୍‌: କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ପୂର୍ବରୁ କପିଳ ଦେବ ଓ ସଚିନ ତେନ୍ଦୁଲକରଙ୍କୁ ଟପି ସାରିଥିଲେ।

Virat Kohli

Virat Kohli

Advertisment

ଆଜିଠୁ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳୁଛି ଦଳ। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରୁଛି। ଭାରତ ଏବେ ବୋଲିଂ କରୁଥିବା ବେଳେ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ରେକର୍ଡ।

Advertisment

ମ୍ୟାଚ୍‌ର ଦ୍ୱିତୀୟ ଓଭରରେ ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ମିଚେଲ ମାର୍ଶ। ଆଉ ଏହା ସହିତ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ରେକର୍ଡ। ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଫିଲ୍ଡର ତଥା ନନ୍-ୱିକେଟ କିପର ଭାବେ ସେ ସର୍ବାଧିକ ୧୫ଟି କ୍ୟାଚ୍‌ ନେବାର ରେକର୍ଡ କରିଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ଅନୀଲ କୁମ୍ବଲେଙ୍କ ନାଁରେ ଥିଲା। ସେ ଦିନିକିଆ ବିଶ୍ୱକପ୍‌ରେ ୧୪ଟି କ୍ୟାଚ୍ ଧରିଥିଲେ। ତାଙ୍କ ତଳକୁ ଯଥାକ୍ରମେ କପିଳ ଦେବ ଓ ସଚିନ ତେନ୍ଦୁଲକର ଥିଲେ। ସେମାନେ ୧୨ଟି ଲେଖାଏଁ କ୍ୟାଚ୍ ଧରିଥିଲେ।

Advertisment

ବିରାଟ କୋହଲିଙ୍କ ଭଳି ଅଷ୍ଟ୍ରେଲିଆର ବ୍ୟାଟର ଡେଭିଡ ୱାର୍ଣ୍ଣରଙ୍କ ନାଁରେ ମଧ୍ୟ ଯୋଡ଼ି ହୋଇଛି ଏକ ରେକର୍ଡ। ଦିନିକିଆ ବିଶ୍ୱକପ୍‌ରେ ସେ ୧୦୦୦ ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ହେଉଛନ୍ତି ଚତୁର୍ଥ ଅଷ୍ଟ୍ରେଲୀୟ ବ୍ୟାଟର। ତାଙ୍କ ପୂର୍ବରୁ ରିକି ପଣ୍ଟିଂ (୧୭୪୩), ଗିଲଖ୍ରୀଷ୍ଟ (୧୦୮୫) ଓ ମାର୍କ ୱ (୧୦୦୪) ଏହି କ୍ଲବରେ ସାମିଲ ହୋଇଥିଲେ।

ICC Men’s Cricket World Cup 2023 Virat Kohli Anil Kumble ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe