ବିଶ୍ୱକପରେ ‘ବିରାଟ ରେକର୍ଡ’ କଲେ କୋହଲି

ଆଡିଲେଡ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ ଇଣ୍ଡିଆର ବ୍ୟାଟର ବିରାଟ କୋହଲି। ସେ ଅଷ୍ଟ୍ରେଲିଆରେ ଥିବା ନିଜ ଫେଭରାଇଟ୍‌ ଷ୍ଟାଡିୟମ ଆଡିଲେଡ ଓଭାଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଠାରେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ସର୍ବାଧିକ ଶତକ ହାସଲ କରିଥିବା ବିରାଟ ବାଂଲାଦେଶ ବିପକ୍ଷ ଟି-୨୦ରେ ମଧ୍ୟ ଅପରାଜିତ ୬୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ପରେ ସେ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ […]

Virat

Virat

Hemant Lenka
  • Published: Wednesday, 02 November 2022
  • Updated: 02 November 2022, 08:17 PM IST

Sports

Latest News

ଆଡିଲେଡ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ ଇଣ୍ଡିଆର ବ୍ୟାଟର ବିରାଟ କୋହଲି। ସେ ଅଷ୍ଟ୍ରେଲିଆରେ ଥିବା ନିଜ ଫେଭରାଇଟ୍‌ ଷ୍ଟାଡିୟମ ଆଡିଲେଡ ଓଭାଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଏଠାରେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ସର୍ବାଧିକ ଶତକ ହାସଲ କରିଥିବା ବିରାଟ ବାଂଲାଦେଶ ବିପକ୍ଷ ଟି-୨୦ରେ ମଧ୍ୟ ଅପରାଜିତ ୬୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ପରେ ସେ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।

ପୂର୍ବରୁ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ୧ନଂ ସ୍ଥାନରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧେନ ରହିଥିଲେ। କିନ୍ତୁ ବିରାଟ ଆଜି ତାଙ୍କୁ ଅତିକ୍ରମ କରି ଯାଇଛନ୍ତି। ସେହିପରି ବିରାଟ ଦ୍ୱିତୀୟ କ୍ରିକେଟର ଭାବେ ଟି-୨୦ ବିଶ୍ୱକପରେ ୧୦୦୦ରୁ ଅଧିକ ରନ କରିବା କ୍ଲବରେ ମଧ୍ୟ ନିଜକୁ ସାମିଲ କରିଛନ୍ତି।

ଆଜିର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବିରାଟ ସର୍ବାଧିକ ରନ ହାସକାରୀ ଜୟବର୍ଦ୍ଧେନଙ୍କ ଠାରୁ ୧୬ ରନ ପଛରେ ଥିଲେ। ଜୟବର୍ଦ୍ଧେନ ଟି-୨୦ ବିଶ୍ୱକପରେ ୧୦୧୬ କରିଥିଲେ। ବିରାଟ ଆଜି ବ୍ୟାଟିଂ କରିବା ପୂର୍ବରୁ ୧୦୦୧ ରନ କରିଥିଲେ। ସେ ୧୬ ରନ କରିବା କ୍ଷଣି ଜୟବର୍ଦ୍ଧେନଙ୍କୁ ଅତିକ୍ରମ କରିଥିଲେ। ହେଲେ ଏଠାରେ ସେ ଅଟକି ନଥିଲେ। ସେ ଗୁରୁତ୍ୱପୂର୍ଣ୍ଣ ତଥା ଅପରାଜିତ ୬୪ ରନ ଇନିଂସ ଖେଳିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୦୬୫ ରନ କରିଛନ୍ତି।

ଜୟବର୍ଦ୍ଧେନ ଟି-୨୦ ବିଶ୍ୱକପରେ ମୋଟ ୩୧ଟି ମ୍ୟାଚ୍‌ ଖେଳି ୧୦୧୬ ରନ କରିଥିଲେ। ତାଙ୍କ ବ୍ୟାଟିଂ ହାର ୩୯.୦୭ ଓ ଷ୍ଟ୍ରାଇକ ରେଟ ୧୩୪.୭ ରହିଥିଲା। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୦୦।

ବିରାଟ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ୨୦୧୨ରେ ଖେଳିଥିଲେ। ସେବେଠାରୁ ସେ ୨୫ଟି ମ୍ୟାଚ୍‌ ଖେଳି ୧୦୬୫ ରନ କରିଛନ୍ତି। ଟି-୨୦ ବିଶ୍ୱକପରେ ବିରାଟ ଏଯାଏ ୧୩ଟି ଅର୍ଦ୍ଧଶତକ କରିଥିବା ବେଳେ ୧୧ ଥର ଅପରାଜିତ ରହିଛନ୍ତି। ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ବିରାଟ ୮୯ ରନର ଇନିଂସ ଖେଳିଥିଲେ।

ଅବଶ୍ୟ ଏହି ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲା। ୮୯ ହେଉଛି ବିରାଟଙ୍କ ଟି-୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ବିରାଟ ଓ ଜୟବର୍ଦ୍ଧେନଙ୍କ ପଛକୁ ୯୬୫ ରନ ସହ କ୍ରିସ ଗେଲ ଓ ଭାରତର ଅଧିନାୟକ ରୋହିତ ଶର୍ମା(୯୨୧) ରହିଛନ୍ତି।

ଚଳିତ ଟି-୨୦ ବିଶ୍ୱକପରେ ବିରାଟ ଦମଦାର ଫର୍ମରେ ଅଛନ୍ତି। ସେ ୪ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରିସାରିଲେଣି। ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୮୩ ରନର ଇନିଂସ ଖେଳି ଭାରତକୁ ଜିତାଇଥିଲା। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ଆଜି ସେ ବାଂଲାଦେଶ ବିପକ୍ଷରେ ଅପରାଜିତ ୬୪ ରନ କରିବା ସହ ଭାରତ ମ୍ୟାଚ୍‌ ମଧ୍ୟ ୫ ରନରେ ଜିତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story