Advertisment

ଧୋନିଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଅହମ୍ମବାବାଦ: ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ମୋଟେରାରେ ଏହି ବୃହତ ବିଜୟ ସହ କୋହଲି ନିଜ ନାଁରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। କୋହଲି ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ବିଜେତା ଭାରତୀୟ କ୍ୟାପଟେନ୍ ହୋଇଛନ୍ତି। ଏହି ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ […]

author-image
Ranjit Kumar Jena
ଧୋନିଙ୍କ ରେକର୍ଡ ଭାଙ୍ଗିଲେ କୋହଲି

virat-kohli

ଅହମ୍ମବାବାଦ: ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ମୋଟେରାରେ ଏହି ବୃହତ ବିଜୟ ସହ କୋହଲି ନିଜ ନାଁରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। କୋହଲି ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ବିଜେତା ଭାରତୀୟ କ୍ୟାପଟେନ୍ ହୋଇଛନ୍ତି।

Advertisment

ଏହି ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନିଙ୍କ ନିଜ କ୍ୟାପଟେନ୍ସିରେ ଭାରତକୁ ଘରୋଇ ମାଟିରେ ୨୧ଟି ଟେଷ୍ଟରେ ବିଜୟୀ କରାଇଛନ୍ତି। ଏବେ କୋହଲି ଭାରତରେ ୨୨ ଟେଷ୍ଟ ମ୍ୟାଚ୍ ଜିତି ଧୋନିଙ୍କ ରେକର୍ଡକୁ କାଟି ଦେଇଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ମହମ୍ମଦ ଆଝାରୁଦ୍ଦିନ। ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ଘରୋଇ ମାଟିରେ ୧୩ ଟେଷ୍ଟ ଜିତିଛନ୍ତି। ଚତୁର୍ଥ ସ୍ଥାନରେ 'ପ୍ରିନ୍ସ ଅଫ୍ କୋଲକାକା' ଅର୍ଥାତ୍ ସୌରଭ ଗାଙ୍ଗୁଲି ଭାରତରେ ୧୦ ଟେଷ୍ଟ ଜିତିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୧୪୫ ରନରେ ଅଲଆଉଟ୍ ହୋଇ ୩୩ ରନର ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ମାତ୍ର ୮୧ ରନ୍ କରି ଅଲଆଉଟ୍ ହେବା ପରେ ଭାରତକୁ ମାତ୍ର ୪୯ ରନର ଟାର୍ଗେଟ୍ ମିଳିଥିଲା। ଭାରତ ବିନା ୱିକେଟ୍‌ ହରାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା।

Advertisment
India Vs England