Advertisment

ସଚିନଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଚଳିତ ବର୍ଷ ୫୦ ଓଭର ଫର୍ମାଟରେ ହଜାରେ ରନ ପୂରଣ କରିବା ତାଲିକାରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଏହି ତାଲିକାରେ ରୋହିତ ଓ ଗିଲଙ୍କ ବ୍ୟତୀତ ଶ୍ରୀଲଙ୍କାର ପଥୁମ ନଶଙ୍କା ରହିଛନ୍ତି।

Virat

Virat

Advertisment

ମୁମ୍ବାଇର ୱାଙ୍ଖେଡେରେ କିମ୍ବଦନ୍ତୀ କ୍ରିକେଟାର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ଆଜି ବିରାଟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିସହ ସେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ପରେ ତୃତୀୟ ଭାରତୀୟ ଭାବେ ୨୦୨୩ରେ ଦିନିକିଆ କ୍ରିକେଟରେ ୧ହଜାର ରନ ପୂରଣ କରିଛନ୍ତି।

Advertisment

ଏହାବାଦ ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଚଳିତ ବର୍ଷ ୫୦ ଓଭର ଫର୍ମାଟରେ ହଜାରେ ରନ ପୂରଣ କରିବା ତାଲିକାରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଏହି ତାଲିକାରେ ରୋହିତ ଓ ଗିଲଙ୍କ ବ୍ୟତୀତ ଶ୍ରୀଲଙ୍କାର ପଥୁମ ନଶଙ୍କା ରହିଛନ୍ତି।

ବିରାଟ ଚଳିତ ବର୍ଷ ଦିନିକିଆ ମ୍ୟାଚ୍‌ରେ ୧ ହଜାର ରନ ପୂରଣ କରିବେ ପାଇଁ ୨୩ ମ୍ୟାଚର ସହାୟତା ନେଇଛନ୍ତି। ୧୦୦୦ ରନ ପୂରଣ କରି ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଏଯାଏ ସର୍ବାଧିକ ଥର ଦିନିକିଆରେ ୧ ହଜାର ରନ ହାସଲ କରିଥିଲେ। କିନ୍ତୁ ବିରାଟ ତାଙ୍କୁ ଆଜି ଅତିକ୍ରମ କରି ଯାଇଛନ୍ତି।

Advertisment

ତେନ୍ଦୁଲକର ୭ଟି କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ଲେଖାଏ ହାସଲ କରିଥିଲେ। ବିରାଟ ଏବେ ୮ମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରଣ କରିଛନ୍ତି।

ବିରାଟ ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୨୮, ୨୦୧୯ ଓ ୨୦୨୩ ବର୍ଷରେ ଦିନିକିଆରେ ହଜାରେ ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ୧୯୯୪, ୧୯୯୬,୧୯୯୭,୧୯୯୮,୨୦୦୦, ୨୦୦୩ ଓ ୨୦୦୭ ବର୍ଷରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।

ସଚିନଙ୍କ ରେକର୍ଡକୁ ଭାଙ୍ଗିବା ପାଇଁ ବିରାଟଙ୍କୁ ଆଜି ୩୪ ରନର ଆବଶ୍ୟକ ଥିଲା। ସେ ବେଶ ଆରାମରେ ଏହାକୁ ହାସଲ କରି ନେଇଛନ୍ତି। ଆଜିର ମ୍ୟାଚ୍‌ ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ବିଶ୍ୱକପରେ ପ୍ରଥମଥର ପାଇଁ ବିରାଟ ଶୂନରେ ପ୍ୟାଭିଲିୟନ ଫେରିବାର ଲଜ୍ଜାଜନକ ରେକର୍ଡର ମଧ୍ୟ ଅଧିକାରୀ ହୋଇଥିଲେ।

Virat Kohli Sachin Tendulkar ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe