Advertisment

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ

ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ବିରାଟ ୭୭ଟି ଶତକ ମାରିବାର ରେକର୍ଡ କରିଛନ୍ତି। ଏହାବାଦ ବିରାଟ ଦିନିକିଆରେ ୧୩ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି।

Virat

Virat

Advertisment

ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ବିରାଟ କୋହଲି ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ଏସିଆ କପର ସୁପର ୪ର ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟର୍‌ର ୪୭ ତମ ଶତକ।

Advertisment

ସେହିପରି ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ବିରାଟ ୭୭ଟି ଶତକ ମାରିବାର ରେକର୍ଡ କରିଛନ୍ତି। ଏହାବାଦ ବିରାଟ ଦିନିକିଆରେ ୧୩ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି।

ଦିନିକିଆରେ ୧୩ ହଜାର ରନ ପୂରଣ କରିବାରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟର ବନିଛନ୍ତି। ଏଥିସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସଚିନ ୨୦୦୪ ମସିହାରେ ପାକିସ୍ତାନ ବିପକ୍ଷ ରାୱଲପିଣ୍ଡି ଦିନିକିଆରେ ୧୩ ହଜାର ରନ ପୂରଣ କରିଥିଲେ। ବିରାଟ ମଧ୍ୟ ସେହି ପାକିସ୍ତାନ ବିପକ୍ଷରେ ଦିନିକିଆରେ ୧୩ ହଜାର ରନ ପୂରଣ କରିଛନ୍ତି।

Advertisment

ସଚିନ ୩୨୧ ଇନିଂସରେ ୧୩ ହଜାର ରନ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୬୭ଟି ଇନିଂସରେ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। ଦିଲ୍ଲୀରେ ଜନ୍ମିତ ବିରାଟ ଏବେ ଦିନିକିଆରେ ୪୭ଟି ଶତକ ହାସଲ କରି ସାରିଲେଣି। ସଚିନଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର ୨ଟି ୧୦୦ ପଛରେ ଅଛନ୍ତି। ଏସିଆ କପର ପରବର୍ତ୍ତୀ ମ୍ୟାଚ ଓ ବିଶ୍ୱକପରେ ସେ ଏହି ରେକର୍ଡକୁ ଅତିକ୍ରମ କରିବାର ସୁଯୋଗ ରହିଛି। 

ଦିନିକିଆରେ ସଚିନ ତେନ୍ଦୁଲକର ୧୮୪୨୬ ରନ କରିଥିବା ବେଳେ ତାଙ୍କ ପଛକୁ କୁମାର ସାଙ୍ଗାକାରା ୧୪୨୩୪, ରିକି ପଣ୍ଟିଂ ୧୩୭୦୪ ରନ, ସନତ ଜୟସୂରିୟା ୧୩୪୩୦ ଓ ବିରାଟ କୋହଲି ୧୩୦୨୪ ରନ ରହିଛନ୍ତି।

କଲମ୍ବୋ କଥା ବିଚାରକୁ ନେଲେ ବିରାଟ ଏଠାରେ କ୍ରମାଗତ ଭାବେ ଶତକ ହାସଲ କରି ଚାଲିଛନ୍ତି। ଗତ ୪ଟି ଇନିଂସରେ ସେ ଏଠାରେ ୪ଟି ଶତକ ମାରିଛନ୍ତି। ସେ ପ୍ରଥମେ ୧୧୯ ବଲରେ ଅପରାଜିତ ୧୨୮ ରନ କରିଥିବା ବେଳେ ଏହାପରେ ୯୬ ବଲରେ ୧୩୧, ୧୧୬ ବଲରେ ଅପରାଜିତ ୧୧୦ ଓ ଆଜି ୯୪ ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି।

ଏସିଆ କପରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟରଙ୍କ ମଧ୍ୟରେ ବିରାଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଏଯାଏ ୪ଟି ଶତକ ମାରିଥିବା ବେଳେ ଶ୍ରୀଲଙ୍କାର ସନତ ଜୟସୂରିୟା ୬ଟି ଶତକ ସହ ୧ନଂରେ ରହିଛନ୍ତି। କୁମାର ସାଙ୍ଗାକାରା ମଧ୍ୟ ୪ଟି ଓ ପାକିସ୍ତାନର ସୋଏବ ମଲିକ ୩ଟି ଶତକ ହାସଲ କରିଛନ୍ତି।

Pakistan Virat Kohli Sachin Tendulkar Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe