ରେକର୍ଡ ବ୍ରେକର ବିରାଟ, ସଚିନଙ୍କ ଏକାଧିକ ବିଶ୍ୱକପ ରେକର୍ଡ ଭାଙ୍ଗିଲେ

ସଚିନଙ୍କ ନାଁରେ ଥିବା ଆଉ ଏକ ବିଶ୍ୱକପ ରେକର୍ଡ ମଧ୍ୟ ଆଜି ଭାଙ୍ଗିଛି। ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି ବିରାଟ।

Virat

ଶତକ ପରେ ବିରାଟ

Hemant Lenka
  • Published: Wednesday, 15 November 2023
  • Updated: 15 November 2023, 07:12 PM IST

Sports

Latest News

ଆଧୁନିକ କ୍ରିକେଟର ବେତାଜ ବାଦଶାହ। ଦ ରନ ମେସିନ। କିଙ୍ଗ ଅଫ କ୍ରିକେଟ। ଦ ରେକର୍ଡ ବ୍ରେକର। ଏସବୁ ଶବ୍ଦକୁ ପ୍ରମାଣ କରି ଦେଖାଇଛନ୍ତି ବିରାଟ କୋହଲି। କାରଣ ସେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଏକାଧିକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୧୬ ବର୍ଷ କ୍ରିକେଟ କ୍ୟାରିୟର ମଧ୍ୟରେ ବିରାଟ କୋହଲି ଶେଷରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।

ଭାରତୀୟ କ୍ରିକେଟକୁ ନିଜର ୨୪ ବର୍ଷର ସେବା ଯୋଗାଇ ସଚିନ ଦିନିକିଆରେ କରିଥିବା ସର୍ବକାଳୀନ ରେକର୍ଡ ବିରାଟଙ୍କ ହାତରେ ଭାଙ୍ଗିଛି। ଦିନିକିଆରେ ସଚିନ ୪୯ଟି ଶତକ ହାସଲ କରିଥିଲେ। କିନ୍ତୁ ବିରାଟ ଆଜି ୫୦ତମ ଶତକ ହାସଲ କରିଛନ୍ତି। ବିଶ୍ୱରେ ଏବେ ବିରାଟ ଏକମାତ୍ର ବ୍ୟାଟର ଯିଏ ଶତକରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

Also Read

ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ବିରାଟ ୧୦୬ ବଲରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଏହାପରେ ଆଉ ୧୭ ରନ ମଧ୍ୟ କରିଥିଲେ।ଆଜିର ଇନିଂସରେ ବିରାଟ ୯ଟି ଚୌକା ଓ ୨ଟି ଛକା ମଧ୍ୟ ମାରିଛନ୍ତି। ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଥିବା ବିରାଟ ବିଶ୍ୱକପରେ ସଚିନ କରିଥିବା ଏକାଧିକ ବିଶ୍ୱକପ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।

ସଚିନ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ୭ ଥର ୫୦ରୁ ଅଧିକ ରନ କରିଥିଲେ। ହେଲେ ବିରାଟ ୨୦ ବର୍ଷ ପରେ ଅର୍ଥାତ ୨୦୨୩ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ବିରାଟ ଚଳିତ ବିଶ୍ୱକପରେ ୮ଥର ୫୦ରୁ ଅଧିକ ରନ କରିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ୨୦୧୯ରେ ବାଂଲାଦେଶର ସାକିବ ଅଲ ହାସନ ୭ ଥର, ୨୦୧୯ରେ ରୋହିତ ଶର୍ମା ୬ଥର ଓ ସେହି ୨୦୧୯ରେ ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର ୬ଥର ୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି।

ବିଶ୍ୱକପର ୨୦୨୩ ସଂସ୍କରଣର ୧୦ଟି ମ୍ୟାଚ୍‌ରେ ବିରାଟ ୭୧୧ ରନ କରିଛନ୍ତି। ସଚିନ ତେନ୍ଦୁଲକର ୨୦୦୩ରେ ୬୭୩ ରନ କରିଥିଲେ। ୨୦ ବର୍ଷ ହେଲା ସଚିନଙ୍କ ଏହି ସର୍ବକାଳୀନ ରେକର୍ଡକୁ କେହି ଭାଙ୍ଗି ନଥିଲେ।

୨୦୧୯ରେ ରୋହିତ ଶର୍ମା ଏହାର ନିକଟବର୍ତ୍ତୀ ହୋଇଥିଲେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ଭାରତ ହାରିବା ସହ ରୋହିତ ୬୪୮ ରନରେ ଅଟକି ଯାଇଥିଲେ। ଆଜି ବିରାଟ ଐତିହାସିକ ଶତକ ସହ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।

ବିରାଟ ୭୧୧, ସଚିନ ୬୭୩ ରନ କରିଥିବା ବେଳେ ୨୦୦୭ରେ ମାଥ୍ୟୁ ହେଡେନ ୬୫୯ ଓ ୨୦୧୯ରେ ଡାଭିଡ ୱାର୍ଣ୍ଣର ୬୪୭ ରନ କରିଥିଲା।

ବିରାଟ କୋହଲି ରିକି ପଣ୍ଟିଂଙ୍କ ଦିନିକିଆ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଦିନିକିଆରେ ପଣ୍ଟିଂ ୧୩୭୦୪ ରନ କରିଥିଲେ। ଏହାକୁ ଅତିକ୍ରମ କରିବା ପାଇଁ ବିରାଟଙ୍କୁ ମାତ୍ର ୨୮ ରନ ଦରକାର ଥିଲା। ଆଜି ବିରାଟ ୧୧୭ ରନର ଇନିଂସ ଖେଳିଛନ୍ତି। ଏବେ ବିରାଟଙ୍କ ଉପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୧୪,୨୩୪ ରନ ଓ ସଚିନ ତେନ୍ଦୁଲକର ୧୮,୨୪୬ ରନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story