Advertisment

କୋହଲିଙ୍କ ଆଉ ଏକ ବିଶ୍ୱ ରେକର୍ଡ, ପଛରେ ପଡ଼ିଗଲେ ସଚିନ୍

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ କୋହଲି ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସଚିନଙ୍କ ତୁଳନାରେ କୋହଲି କମ୍ ଇନିଂସରେ ଏହି ରେକର୍ଡର ଅଧିକାର ହୋଇଛନ୍ତି। କୋହଲିଙ୍କ ୨୩ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ ଥିଲା। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ କୋହଲି ଘରୋଇ ଦଳର […]

କୋହଲିଙ୍କ ଆଉ ଏକ ବିଶ୍ୱ ରେକର୍ଡ, ପଛରେ ପଡ଼ିଗଲେ ସଚିନ୍

virat-kohli

Advertisment

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ କୋହଲି ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସଚିନଙ୍କ ତୁଳନାରେ କୋହଲି କମ୍ ଇନିଂସରେ ଏହି ରେକର୍ଡର ଅଧିକାର ହୋଇଛନ୍ତି।

Advertisment

କୋହଲିଙ୍କ ୨୩ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ ଥିଲା। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ କୋହଲି ଘରୋଇ ଦଳର ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ ଲଙ୍ଗ ଅନକୁ ଚୌକା ମାରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। କୋହଲି ଟେଷ୍ଟରେ ୭୬୭୧ ରନ୍ (ଚତୁର୍ଥ ଟେଷ୍ଟ ପୂର୍ବରୁ), ଦିନିକିଆରେ ୧୨୧୬୯ ରନ୍ ଏବଂ ଟି-୨୦ରେ ୩୧୫୯ ରନ୍ କରିଛନ୍ତି। କୋହଲି ୪୯୦ ଇନିଂସ୍ ଖେଳି ୨୩ହଜାରରୁ ଅଧିକ ରନ୍ କରିଛନ୍ତି। ସଚିନ୍ ତେନ୍ଦୁଲକର ୫୨୨ ଇନିଂସରେ ୨୩ହଜାର ରନର ମାଇଲଖୁଣ୍ଟ ଛୁଇଁଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ୍ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୫୪୪ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ ୫୫୧ ଇନିଂସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୫୬୮ ଇନିଂସ, ଭାରତର ରାହୁଲ୍ ଡ୍ରାଭିଡ୍ ୫୭୬ ଇନିଂସ୍ ଏବଂ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୬୪୫ ଇନିଂସରେ ୨୩ହଜାର ରନ୍ ପୂରଣ କରିଛନ୍ତି।

Advertisment

ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୫୪ ରନ୍ କରିଛି। କ୍ୟାପଟେନ୍ କୋହଲି ୧୮ ଓ ରବୀନ୍ଦ୍ର ଜାଡେଜା ୨ ରନରେ ବ୍ୟାଟିଂ କରୁଛନ୍ତି। ତେବେ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ନିରାଶ କରିଛନ୍ତି।

ରୋହିତ୍ ୧୧ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିବା ବେଳେ ରାହୁଲ (୧୭)ଙ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି ଓଲି ରବିନସନ୍। ଲିଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ଚେତେଶ୍ୱର ପୂଜାରା (୪)ଙ୍କୁ ଆଣ୍ଡରସନ୍ ଆଉଟ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe