Advertisment

ସଚିନଙ୍କ ୧୦୦ ଶତକ ଉପରେ ଏବେ ବିରାଟଙ୍କ ଆଖି!

କିଙ୍ଗ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ। ସଚିନ ତେନ୍ଦୁଲକର ଦିନିକିଆରେ ୪୯ଟି ଶତକ ହାସଲ କରିଥିଲେ। ହେଲେ ଏବେ ବିରାଟ ତାଙ୍କର ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Virat

Virat

Advertisment

ବିରାଟ କୋହଲିଙ୍କ ନାଁରେ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ। ବିଶ୍ୱକପ ସେମି ଫାଇନାଲରେ ବିରାଟ ମାରିଛନ୍ତି ଶତକରେ ଅର୍ଦ୍ଧଶତକ। ବିଶ୍ୱର ପ୍ରଥମ ଖେଳାଳି ଭାବେ ବିରାଟ ହାସଲ କରିଛନ୍ତି ୫୦ତମ ଶତକ।

Advertisment

କିଙ୍ଗ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ। ସଚିନ ତେନ୍ଦୁଲକର ଦିନିକିଆରେ ୪୯ଟି ଶତକ ହାସଲ କରିଥିଲେ। ହେଲେ ଏବେ ବିରାଟ ତାଙ୍କର ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

କିନ୍ତୁ ଏବେ ସଚିନଙ୍କ ଏକାଧିକ ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି ବିରାଟ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିବାରେ ସଚିନ ହେଉଛନ୍ତି ଏକମାତ୍ର ଖେଳାଳି। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ଦିନିକିଆରେ ମଧ୍ୟ ସେ ୧୮ ହଜାରରୁ ଅଧିକ ରନ କରିଛନ୍ତି। 

Advertisment

କ’ଣ ଏହି ସବୁ ରେକର୍ଡକୁ ବିରାଟ ଭାଙ୍ଗି ପାରିବେ ବୋଲି ଏବେ ସବୁଠି ପ୍ରଶ୍ନ। ବିରାଟ ଦିନିକିଆରେ ୫୦ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୨୯ଟି ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ବାହାରିଛି ଗୋଟିଏ ସେଞ୍ଚୁରୀ। ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି।

କ’ଣ ୩୫ ବର୍ଷୀୟ ବିରାଟ ଆଉ ୨୧ଟି ଶତକ ମାରି ସଚିନଙ୍କ ସେଞ୍ଚୁରୀ ରେକର୍ଡକୁ ଭାଙ୍ଗି ପାରିବେ? ସଚିନ ୭୮୨ ଅନ୍ତର୍ଜାତୀୟ ଇନିଂସରେ ୧୦୦ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୮.୫୨ ଥିବା ବେଳେ ସେ ମୋଟ ୩୪,୩୫୭ ରନ କରିଛନ୍ତି। ବିରାଟ ୫୭୩ଟି ଇନିଂସରେ ୮୦ଟି ଶତକ ହାସଲ କରିଛନ୍ତି।

ତାଙ୍କ ବ୍ୟାଟିଂ ହାର ୫୪.୩୬ ଥିବା ବେଳେ ସେ ମୋଟ ୨୬,୪୭୮ ରନ କରିଛନ୍ତି। ସଚିନ ଭାରତୀୟ କ୍ରିକେଟ ପାଇଁ ୨୪ ବର୍ଷ ଧରି ଖେଳିଥିଲେ। ବିରାଟ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରେ ସଚିନଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗିଛନ୍ତି। ଏଥିସହ ବିଶ୍ୱକପ ଇତିହାସରେ ସଚିନ ୨୦ ବର୍ଷ ତଳେ ସୃଷ୍ଟି କରିଥିବା ଏକାଧିକ କୀର୍ତ୍ତିମାନକୁ ମଧ୍ୟ ଟପି ଯାଇଛନ୍ତି ବିରାଟ।

ବିରାଟ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରୁଥିବାରୁ ସେ ସଚିନଙ୍କ ୧୦୦ ଶତକର ରେକର୍ଡକୁ ମଧ୍ୟ ଅତିକ୍ରମ କରିଯିବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚା ଭିତରେ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “କିଛି ବି ଅସମ୍ଭବ ନୁହେଁ। କାରଣ ଏଭଳି ଖେଳାଳିମାନେ ଯେତେବେଳେ ଶତକ ମାରିବା ଆରମ୍ଭ କରନ୍ତି ଓ ଯଥାଶୀଘ୍ର ସେମାନେ ଗୋଟିଏ ପରେ ଗୋଟିଏ ବଡ଼ ସ୍କୋର କରନ୍ତି। ବିରାଟ ସେଭଳି ଖେଳାଳିଙ୍କ ମଧ୍ୟରୁ ଜଣେ। ବିରାଟ ପରବର୍ତ୍ତୀ ୧୦ଟି ଇନିଂସରୁ ସମ୍ଭବତଃ ୫ଟି ଶତକ ମାରିପାରନ୍ତି।

କ୍ରିକେଟର ୩ଟି ଯାକ ଫର୍ମାଟରେ ବିରାଟ ଖେଳୁଛନ୍ତି। ତାଙ୍କ ପାଖରେ ଆହୁରି ୩ରୁ ୪ ବର୍ଷ କ୍ରିକେଟ ଖେଳିବାର ସମୟ ରହିଛି। ତେଣୁ ରେକର୍ଡ ଭାଙ୍ଗିବା ଓ ରେକର୍ଡର ସମକକ୍ଷ ହେବା ଆଦୌ ଅସମ୍ଭବ ନୁହେଁ।”

ଚାପରେ ବିରାଟ ଦମଦାର ପ୍ରଦର୍ଶନ କରୁଥିବାରୁ ଶାସ୍ତ୍ରୀ ଏହାକୁ ମଧ୍ୟ ପ୍ରଶଂସା କରିଛନ୍ତି। ବିଶ୍ୱକପରେ ବିରାଟ ନିଜର ବଳିଷ୍ଠତା ଦେଖାଇଛନ୍ତି। ଚଳିତ ବିଶ୍ୱକପରେ ସେ ପ୍ରଥମେ ସମୟ ନେଉଛନ୍ତି। ଚାପକୁ ନିଜ ଭିତରେ ଗ୍ରହଣ କରି ସେ ନିଜର ଦକ୍ଷତା ଦେଖାଉଛନ୍ତି। ସେ ନିଜର ଭୂମିକାକୁ ଭଲ ଭାବେ ବୁଝିଛନ୍ତି। ସେ ଇନିଂସକୁ ସବୁବେଳେ ଶେଷ କରିବା ମୁଡରେ ରହୁଛନ୍ତି। ଏହାକୁ ଅତ୍ୟନ୍ତ ଚମତ୍କାର ବୋଲି ଶାସ୍ତ୍ରୀ କହିଛନ୍ତି।

Virat Kohli Sachin Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe