Advertisment

ଆଇସିସି ଦିନିକିଆ ରାଙ୍କିଙ୍ଗ: ୧ନଂ ସ୍ଥାନର ନିକଟବର୍ତ୍ତୀ ହେଲେ ବିରାଟ କୋହଲି

ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୫ରେ ଭାରତର ୩ ଜଣ ବ୍ୟାଟର ରହିଛନ୍ତି। ବିରାଟ ଓ ରୋହିତଙ୍କ ବ୍ୟତୀତ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ଶୁବମନ ଗିଲ ଅଛନ୍ତି।

Virat

Virat

Advertisment

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣିଥରେ ଆଇସିସିର ଦିନିକିଆ ରାଙ୍କିଙ୍ଗ ୧ନଂ ସ୍ଥାନରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବିଶ୍ୱକପରେ ସର୍ବାଧିକ ରନ ହାସଲ କରିଥିବା ବିରାଟ ଏବେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୩ନଂସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ୪ର୍ଥ ସ୍ଥାନକୁ ଲମ୍ପ ମାରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୫ରେ ଭାରତର ୩ ଜଣ ବ୍ୟାଟର ରହିଛନ୍ତି। ବିରାଟ ଓ ରୋହିତଙ୍କ ବ୍ୟତୀତ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ଶୁବମନ ଗିଲ ଅଛନ୍ତି।

ବିଶ୍ୱକପ ସେମି ଫାଇନାଲରେ ବିରାଟ ରେକର୍ଡ ୫୦ତମ ଶତକ ଓ ଫାଇନାଲରେ ୫୪ ରନର ଇନିଂସ ଖେଳିଥିଲେ। ଏଥିପାଇଁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୭୯୧ ରେଟିଂ ପଏଣ୍ଟ ସହ ୩ ନଂ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ଥିବା ଗିଲଙ୍କ ରେଟିଂ ପଏଣ୍ଟ ୮୨୬ ଓ ୮୨୪ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Advertisment

ରୋହିତ ଶର୍ମା ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୪ର୍ଥ ସ୍ଥାନରେ ଥିବା ବେଳେ ଡି’କକ ୫ମକୁ ଖସିଛନ୍ତି।

ବିରାଟ ୭୯୧ ପଏଣ୍ଟ ପାଇଥିବାରୁ ସେ ପୁଣି ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବେ ବୋଲି କୁହାଯାଉଛି। ବିରାଟ ୨୦୧୭ରୁ ୨୦୨୧ ଯାଏ ଅର୍ଥାତ ୧୨୫୮ ଦିନ ଧରି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ।

ଅନ୍ୟପକ୍ଷରେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ ୧୦ରେ ଭାରତର ମହମ୍ମଦ ସିରାଜ ଓ ମହମ୍ମଦ ଶାମି ରହିଛନ୍ତି। ସିରାଜ ଗୋଟିଏ ସ୍ଥାନ ତଳକୁ ଖସି ୩ନଂରେ ରହିଥିବା ବେଳେ ଶାମି ୧୦ନଂରେ ଅଛନ୍ତି। ପୂର୍ବଭଳି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ୧ନଂ ସ୍ଥାନରେ ଓ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୨ନଂରେ ରହିଛନ୍ତି।

Virat Kohli Rohit Sharma ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe