Advertisment

ରୋହିତଙ୍କ ନେତୃତ୍ୱରେ ହୃଦୟ ଜିତିଲେ କୋହଲି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅହମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମୁକାବିଲାରେ ରୋହିତ୍ ଶର୍ମା ପ୍ରଥମଥର ଫୁଲଟାଇମ୍ ଦିନିକିଆ କ୍ୟାପଟେନ୍ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ୪ ବର୍ଷ ଧରି ଫ୍ୟାନ୍ ବିରାଟ୍ କୋହଲିଙ୍କ କ୍ୟାପଟେନ୍ସି ଦେଖିଥିଲେ। କିନ୍ତୁ ଏବେ ନେତୃତ୍ୱ ଭାର ରୋହିତଙ୍କ ହାତରେ ରହିଛି। କୋହଲି ପ୍ରଥମଥର ଲାଗି ରୋହିତଙ୍କ ନେତୃତ୍ୱରେ ଖେଳିଛନ୍ତି। ପୂର୍ବରୁ ଅନେକ ସମୟରେ ରୋହିତ୍ ଓ ବିରାଟଙ୍କ ମଧ୍ୟରେ ବିବାଦ ଥିବା ଖବର ଆସେ। ଏଥିରେ କେତେ ସତ୍ୟତା ଥାଏ, ତାହା ଆଜି ଯାଏ ଜଣାପଡ଼ିନି। […]

ରୋହିତଙ୍କ ନେତୃତ୍ୱରେ ହୃଦୟ ଜିତିଲେ କୋହଲି, ଦେଖନ୍ତୁ ଭିଡିଓ

rohit-and-virat

Advertisment

ନୂଆଦିଲ୍ଲୀ: ଅହମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମୁକାବିଲାରେ ରୋହିତ୍ ଶର୍ମା ପ୍ରଥମଥର ଫୁଲଟାଇମ୍ ଦିନିକିଆ କ୍ୟାପଟେନ୍ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ୪ ବର୍ଷ ଧରି ଫ୍ୟାନ୍ ବିରାଟ୍ କୋହଲିଙ୍କ କ୍ୟାପଟେନ୍ସି ଦେଖିଥିଲେ। କିନ୍ତୁ ଏବେ ନେତୃତ୍ୱ ଭାର ରୋହିତଙ୍କ ହାତରେ ରହିଛି। କୋହଲି ପ୍ରଥମଥର ଲାଗି ରୋହିତଙ୍କ ନେତୃତ୍ୱରେ ଖେଳିଛନ୍ତି। ପୂର୍ବରୁ ଅନେକ ସମୟରେ ରୋହିତ୍ ଓ ବିରାଟଙ୍କ ମଧ୍ୟରେ ବିବାଦ ଥିବା ଖବର ଆସେ। ଏଥିରେ କେତେ ସତ୍ୟତା ଥାଏ, ତାହା ଆଜି ଯାଏ ଜଣାପଡ଼ିନି। କିନ୍ତୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ କ୍ୟାପଟେନ୍ ରୋହିତଙ୍କୁ ସାହାଯ୍ୟ କରିଛନ୍ତି କୋହଲି। କୋହଲି ତାଙ୍କୁ ଫିଲ୍ଡ ପ୍ଲେସମେଣ୍ଟର ପରାମର୍ଶ ଦେଉଥିଲେ। ଏପରିକି ରିଭ୍ୟୁ ବେଳେ କୋହଲିଙ୍କ ରାୟ ଖୁବ୍ କାମ ଦେଇଥିବା ଦେଖିବାକୁ ମିଳିଛି।

Advertisment

ପ୍ରଥମ ଦିନିକିଆରେ କୋହଲି ଓ ରୋହିତଙ୍କ ମଧ୍ୟରେ ଘନିଷ୍ଠତା ସ୍ପଷ୍ଟ ଭାବେ ନଜର ଆସିଛି। ୱିଣ୍ଡିଜ୍ ଇନିଂସର ୨୨ତମ ଓଭରରେ ବିରାଟଙ୍କ କହିବା ପରେ ରୋହିତ୍ ଡିଆରଏସ୍ ନେଇଥିଲେ। ଏହି ଓଭରର ପଞ୍ଚମ ବଲରେ ୟୁଜବେନ୍ଦ୍ର ଚହଲ୍ ସମେତ ଅନ୍ୟ ଭାରତୀୟ ଖେଳାଳି ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଶାମରା ବ୍ରୁକ୍ସଙ୍କ ବିରୋଧରେ କ୍ୟାଚ୍ ଅପିଲ୍ କରିଥିଲେ। ବ୍ରୁକ୍ସରେ ବ୍ୟାଟରେ ବଲ୍ ବାଜି ୱିକେଟ୍ କିପର ଋଷଭ ପନ୍ତଙ୍କୁ ହାତକୁ ଯାଇଥିଲା। କିନ୍ତୁ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ।

https://twitter.com/BCCI/status/1490277046832209920?s=20&t=kl9aXn54FYxT5gLpiKHvcQ

Advertisment

ୱିକେଟ୍ କିପର ପନ୍ତ କହିଲେ ଯେ ବଲ୍ ବ୍ୟାଟକୁ ଛୁଇଁ ନାହିଁ। କିନ୍ତୁ ଶର୍ଟ କଭରରେ ଫିଲ୍ଡିଂ କରୁଥିବା ବିରାଟ୍ କୋହଲି ଦାବି କରିଥିଲେ ଯେ ବଲ୍ ବ୍ୟାଟକୁ ସ୍ପର୍ଶ କରିଛି। ଆଉ ସେ କ୍ୟାପଟେନ୍ ରୋହିତଙ୍କୁ ଡିଆରଏସ୍ ନେବା ପାଇଁ କହିଥିଲେ। ରୋହିତ୍ ମଧ୍ୟ ଡିଆରଏସ୍ ନେଇଥିଲେ। ରିପ୍ଲେରେ ସ୍ପଷ୍ଟ ହୋଇଥିଲା ଯେ ବ୍ରୁକ୍ସଙ୍କ ବ୍ୟାଟରେ ବଲ୍ ବାଜି ୱିକେଟ୍ କିପରଙ୍କ ହାତକୁ ଯାଇଥିଲା। ଯେଉଁ କାରଣରୁ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇଥିଲେ ଏବଂ ବ୍ରୁକ୍ସଙ୍କୁ ଆଉଟ୍ ହେବାକୁ ପଡ଼ିଥିଲା।

https://twitter.com/Soham718/status/1490261513730334722?s=20&t=kl9aXn54FYxT5gLpiKHvcQ

ସୂଚନାଯୋଗ୍ୟ, ଟି-୨୦ କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରେ ବିସିସିଆଇ କୋହଲିଙ୍କ ଠାରୁ ଦିନିକିଆ ନେତୃତ୍ୱ ଭାର ଛଡ଼ାଇ ନେଇଥିଲା। ତାଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଥିଲା। ରୋହିତ୍ କ୍ୟାପଟେନ୍ ହେବା ପରେ କୋହଲିଙ୍କ ସହ ତାଙ୍କର ସମ୍ପର୍କ କେମିତି ରହିବ, ତାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। କିନ୍ତୁ ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ କୋହଲି ଓ ରୋହିତଙ୍କ ବଣ୍ଡିଂ ଦେଖି ସବୁ ଚର୍ଚ୍ଚାରେ ବିରାମ ଲାଗିଛି। ରୋହିତଙ୍କ ନେତୃତ୍ୱରେ ବିରାଟଙ୍କ ଭିତରେ ସେହି ପୁରୁଣା ଜୋଶ୍ ମଧ୍ୟ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe