Advertisment

ଫେରିବା ପାଇଁ ପ୍ରତିଶ୍ରୁତିବଦ୍ଧ: ଏପଟେ ଚାଲିଥିଲା ମ୍ୟାଚ୍‌, ସେପଟେ ଏମିତି କରୁଥିଲେ ବିରାଟ

ଦୁଇଟି ଯାକ ଇନିଂସରେ ଫେଲ ମାରିବା ପରେ ବିରାଟ ଏମିତି କିଛି କରିଛନ୍ତି, ଯାହା ପୂରା ଭାଇରାଲ ହେଉଛି। ଫ୍ଲପ ହେବା ପରେ ବିରାଟ ସତେ ଯେମିତି ଲୟକୁ ଫେରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

author-image
Hemant Lenka
Virat

Virat

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଭାରତ ନିୟନ୍ତ୍ରଣରେ ରହିଛି। କିନ୍ତୁ ଏହି ଟେଷ୍ଟରେ ବିରାଟ କୋହଲିଙ୍କ ବ୍ୟାଟ ଆଦୌ ଚାଲି ନାହିଁ। ସେ ପ୍ରଥମ ଇନିଂସରେ ୬ ରନ ଓ ଦ୍ୱିତୀୟ ଇନିଂସରେ ୧୭ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଦୁଇଟି ଯାକ ଇନିଂସରେ ଫେଲ ମାରିବା ପରେ ବିରାଟ ଏମିତି କିଛି କରିଛନ୍ତି, ଯାହା ପୂରା ଭାଇରାଲ ହେଉଛି। ଫ୍ଲପ ହେବା ପରେ ବିରାଟ ସତେ ଯେମିତି ଲୟକୁ ଫେରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

କାରଣ ଆଜି ତୃତୀୟ ଦିନର ଖେଳ ଚାଲୁଥିବା ବେଳେ ଗ୍ରାଉଣ୍ତ ନିକଟରେ ଥିବା ନେଟ୍ସରେ ବିରାଟ ଢେର ସମୟ ବ୍ୟାଟିଂ କରିଛନ୍ତି। ତୃତୀୟ ଦିନରେ ଋଷଭ ପନ୍ତ ଓ ଶୁବମନ ଗିଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ବେଳେ ବିରାଟ କିନ୍ତୁ ଏହାକୁ ବେଶୀ ସମୟ ଦେଖି ନଥିଲେ। ସେ ମ୍ୟାଚ୍‌ ବେଳେ ନେଟ୍ସରେ ଝାଲ ବୁହାଇଥିଲେ। ତାଙ୍କ ସହ ଯଶସ୍ୱୀ ଜୈସୱାଲ ମଧ୍ୟ କିଛି ସମୟ ଥ୍ରୋ ଡାଉନ ଅଭ୍ୟାସ କରିଛନ୍ତି।

Advertisment

ପ୍ରଥମ ଇନିଂସରେ ମାତ୍ର ୬ ରନ କରିଥିବା ବିରାଟ ଦ୍ୱିତୀୟ ପାଳିରେ କିଛି ଭଲ ଶଟ ଖେଳିଥିଲେ। ଏପରି କି ସେ ୩୬ ବଲରେ ୨ଟି ଚୌକା ସହ ୧୭ ରନ କରି ନେଇଥିଲେ। କିନ୍ତୁ ସେ ମେହିଦ ହାସନ ମିରାଜଙ୍କ ଗୋଟିଏ ଫୁଲ ଡେଲିଭରୀକୁ ଲେଗ ସାଇଟରେ ଖେଳିବାକୁ ଯାଇ LBW ହୋଇଥିଲେ। ବଲ ତାଙ୍କ ସାମ୍ନା ପ୍ୟାଡରେ ବାଜିବାରୁ ଅମ୍ପାୟାର ଆଉଟ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ଏହି ନିଷ୍ପତ୍ତିରେ ବିରାଟ ଏକମତ ହୋଇ ନଥିଲେ। ସେ ନନଷ୍ଟ୍ରାଇକରେ ଥିବା ଶୁବମନ ଗିଲଙ୍କ ସହ ଆଲୋଚନା କରି ଡିଆରଏସ ନେବେ କି ନାହିଁ ଚିନ୍ତା କରିଥିଲେ। ହେଲେ ସେ ଡିଆରଏସ ନ ନେଇ ପ୍ୟାଭିଲିୟନ ଫେରି ଯାଇଥିଲେ।

ତେବେ ସେ ପ୍ୟାଭିଲିୟନ ଫେରିବା ପରେ ଆଉଟ ବେଳର ରିପ୍ଲେ ସାମ୍ନାକୁ ଆସିଥିଲା। ଯେଉଁଥିରେ ବଲଟି ବିରାଟଙ୍କ ବ୍ୟାଟରେ ବାଜି ଥିବା ସ୍ପଷ୍ଟ ଭାବେ ଅଲଟ୍ରା ଏଡଜେରୁ ଜଣାପଡ଼ିଥିଲା। ଏହାକୁ ଦେଖି ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ଅସନ୍ତୋଷ ଝାଡ଼ିଥିଲେ। ସେ ବ୍ୟାଟରେ ବଲ ବାଜିଥିବା କହିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପ୍ରଥମ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ ଶେଷ ହୋଇଯାଇଛି। କିନ୍ତୁ ୨୭ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ କରିବା ପାଇଁ ସେ ଏବେ ଠାରୁ ଲାଗି ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ ପରେ ଅକ୍ଟୋବର ୧୬ରୁ ନ୍ୟୁଜିଲ୍ୟାଣ୍ଡ ସିରିଜ ମଧ୍ୟ ଆରମ୍ଭ ହେବ। ତେଣୁ ବିରାଟ ମ୍ୟାଚ୍‌ ବେଳେ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି।

Virat Kohli Test Cricket Test Match