Advertisment

‘ବ୍ୟକ୍ତିଗତ ଏମର୍ଜେନ୍ସି’ ପାଇଁ ଟିମ ଛାଡ଼ି ମୁମ୍ବାଇ ଫେରି ଆସିଲେ ବିରାଟ କୋହଲି

ଆସନ୍ତାକାଲି ଦଳ ତ୍ରିବେନ୍ଦ୍ରମରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ବିରାଟ ହଠାତ୍‌ ମୁମ୍ବାଇ ଚାଲି ଆସିଛନ୍ତି।

Virat

Virat

Advertisment

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ହଠାତ୍‌ ଗୌହାଟୀରୁ ମୁମ୍ବାଇ ଚାଲି ଆସିଛନ୍ତି। ବ୍ୟକ୍ତିଗତ ଏମର୍ଜେନ୍ସି ପାଇଁ ସେ ଟିମକୁ ଛାଡ଼ି ମୁମ୍ବାଇ ଆସିଥିବା ଜଣାପଡ଼ିଛି।

Advertisment

ଗୌହାଟୀରୁ ବିଶ୍ୱକପ ସ୍କ୍ୱାଡର ବାକି ସଦସ୍ୟମାନେ ଅଭ୍ୟାସ ମ୍ୟାଚ୍‌ ପାଇଁ ତ୍ରିବେନ୍ଦ୍ରମ ଯାଇଥିବା ବେଳେ ବିରାଟ କିନ୍ତୁ ସେଠାକୁ ଯାଇ ନାହାନ୍ତି। ଆସନ୍ତାକାଲି ଦଳ ତ୍ରିବେନ୍ଦ୍ରମରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ବିରାଟ ହଠାତ୍‌ ମୁମ୍ବାଇ ଚାଲି ଆସିଛନ୍ତି।

ତେବେ ସେ ଅଭ୍ୟାସ ମ୍ୟାଚ୍‌ ଖେଳିବେ କି ନାହିଁ, ବିସିସିଆଇ ପକ୍ଷରୁ କୌଣସି ପ୍ରକାରର ସୂଚନା ଦିଆଯାଇନାହିଁ। ରିପୋର୍ଟ ଅନୁସାରେ, ବିରାଟ ଆଜି ସନ୍ଧ୍ୟାରେ ମୁମ୍ବାଇରୁ ପୁଣି ଦଳ ପାଖକୁ ଫେରିବେ। ଏଥିସହ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ସାମିଲ ହେବେ ବୋଲି ଦାବି କରାଯାଇଛି। କିନ୍ତୁ ବିରାଟ କାହିଁକି ମୁମ୍ବାଇ ଆସିଛନ୍ତି ଓ ବ୍ୟକ୍ତିଗତ ଏମର୍ଜେନ୍ସି କ’ଣ ଥିଲା, ସେକଥା ରିପୋର୍ଟରେ କୁହାଯାଇ ନାହିଁ। 

Advertisment

ବିଶ୍ୱକପ ପୂର୍ବରୁ ଭାରତକୁ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ବର୍ଷା ଯୋଗୁ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଧୋଇ ହୋଇଯାଇଥିଲା। ଆସନ୍ତାକାଲି ଦଳ ନେଦରଲ୍ୟାଣ୍ଡସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଅଛି। ଅଭ୍ୟାସ ଦୃଷ୍ଟିରୁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଗୋଟିଏ ମ୍ୟାଚ୍‌ରେ ବିରାଟ ଖେଳିଥିଲେ। ସେ ତୃତୀୟ ଦିନିକିଆରେ ୫୬ ରନ କରିଥିଲେ ହେଁ ଭାରତକୁ ମ୍ୟାଚ ହାରିବାକୁ ପଡ଼ିଥିଲା।

Virat Kohli ICC ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe