Advertisment

୫ ବର୍ଷ ଅପେକ୍ଷାର ଅନ୍ତ, ବିଦେଶ ମାଟିରେ କୋହଲି ମାରିଲେ ଶତକ

୩୪ ବର୍ଷିୟ କୋହଲି ଆଜି ୱେଷ୍ଟଣ୍ଡିଜ୍ ବିରୋଧରେ ତାଙ୍କର ୨୯ ତମ ଶତକ ମାରିଛନ୍ତି।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

୫ ବର୍ଷ ଅପେକ୍ଷାର ଅନ୍ତ ହେଲା। ବିଦେଶ ମାଟିରେ ବିରାଟ କୋହଲି ମାରିଲେ ଶତକ। ୩୪ ବର୍ଷିୟ କୋହଲି ଆଜି ୱେଷ୍ଟଣ୍ଡିଜ୍ ବିରୋଧରେ ତାଙ୍କର ୨୯ ତମ ଟେଷ୍ଟ ଶତକ ମାରିଛନ୍ତି। ତ୍ରିନିଡାଡର ପୋଟ ଅଫ୍ ସ୍ପେନ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦ୍ୱିନରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ସେ ୧୮୦ଟି ବଲ୍‌ ଖେଳି ତାଙ୍କ ଶତକ ପୂରଣ କରିଥିଲେ। ଏଥିସହ ସେ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମୋଟ ୨୦୬ଟି ବଲ୍‌ ଖେଳି ୧୨୧ ରନ୍‌ କରିଥିଲେ। ଯାହା ଭିତରେ ୧୧ ଚୌକା ଥିଲା। ଏହି ଶତକ ସହ ତାଙ୍କର ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୬ରେ ପହଞ୍ଚିଛି।

Advertisment

କୋହଲି ୧୬ ଡିସେମ୍ୱର ୨୦୧୮ରେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଶେଷ ଶତକ(୧୨୩ ରନ୍) କରିଥିଲେ। ୧୬୭୭ ଦିନ ଓ ୩୧ଟି ଇନିଂସ୍ ପରେ ସେ ବିଦେଶ ମାଟିରେ ପୁଣି ଏକ ଶତକ ଲଗାଇବାରେ ସଫଳ ହୋଇଛନ୍ତି। ୱେଷ୍ଟଣ୍ଡିଜ୍ ବିରୋଧରେ ଏହା ତାଙ୍କର ତୃତୀୟ ଶତକ।

ଟେଷ୍ଟ ଶତକ ମାମଲାରେ ଏହା କୋହଲି ଅଷ୍ଟ୍ରେଲିଆର ଡନ୍‌ ବ୍ରାଡମ୍ୟାନ୍‌ଙ୍କ ସମକକ୍ଷ ହୋଇଯାଇଛନ୍ତି। ଚଳିତ ବର୍ଷ କୋହଲିଙ୍କ ଟେଷ୍ଟ କ୍ରିକେଟରେ ଏହା ଦ୍ୱିତୀୟ ଶତକ। ଚଳିତ ବର୍ଷ ମାର୍ଚ୍ଚରେ କୋହଲି ଅଷ୍ଟ୍ରେଲିଆ ବିରୋଧରେ ୧୮୬ ରନ୍‌ର ବିଶାଳ ସ୍କୋର କରିଥିଲେ।

Advertisment
Virat Kohli Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe