Advertisment

ସରିଲା ଆଉଏକ ବର୍ଷ, ସେଇ ୭୦ରେ ଅଟକିଛନ୍ତି ବିରାଟ୍

ସେଞ୍ଚୁରିଅନ୍: ଟିମ୍ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ଚୁପ୍ ରହିଛି। ଯେଉଁ କୋହଲି କ୍ରିଜକୁ ଆସିବା ମାତ୍ରକେ ତାଙ୍କ ବ୍ୟାଟରୁ ଶତକ ବାହାରୁଥିଲା। ସେହି କୋହଲି ବୋଧ ହୁଏ ଏବେ ଶତକ ମାରିବା ଭୁଲି ଗଲେଣି। କୋହଲି ନଭେମ୍ବର, ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ମାରିଥିଲେ। ସେତେବେଳେ ଲାଗୁଥିଲା କୋହଲି ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେବେ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ୭୦ତମ ଶତକ ଥିଲା। […]

ଅଦ୍ୟତନ ହୋଇଛି
ସରିଲା ଆଉଏକ ବର୍ଷ, ସେଇ ୭୦ରେ ଅଟକିଛନ୍ତି ବିରାଟ୍

virat-kohli1

Advertisment

ସେଞ୍ଚୁରିଅନ୍: ଟିମ୍ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ଚୁପ୍ ରହିଛି। ଯେଉଁ କୋହଲି କ୍ରିଜକୁ ଆସିବା ମାତ୍ରକେ ତାଙ୍କ ବ୍ୟାଟରୁ ଶତକ ବାହାରୁଥିଲା। ସେହି କୋହଲି ବୋଧ ହୁଏ ଏବେ ଶତକ ମାରିବା ଭୁଲି ଗଲେଣି। କୋହଲି ନଭେମ୍ବର, ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ମାରିଥିଲେ। ସେତେବେଳେ ଲାଗୁଥିଲା କୋହଲି ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେବେ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ୭୦ତମ ଶତକ ଥିଲା। ପଣ୍ଟିଂ ୭୧ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ୍ ତେନ୍ଦୁଲକର ୧୦୦ ଶତକ ମାରିଛନ୍ତି। କିନ୍ତୁ ବାଂଲାଦେଶ ବିପକ୍ଷ ଏହି ଶତକ ପରେ କୋହଲିଙ୍କ ବ୍ୟାଟ୍ ପୂରା ଶାନ୍ ପଡ଼ିଯାଇଛି। ସେ ୨୦୨୦ ପରେ ୨୦୨୧ରେ ମଧ୍ୟ ଗୋଟିଏ ଶତକ ମାରିପାରିନାହାନ୍ତି। ଅର୍ଥାତ୍ ଫ୍ୟାନ୍ ଏବେବି ତାଙ୍କର ୭୧ତମ ଶତକକୁ ଅପେକ୍ଷା କରି ରହିଛନ୍ତି।

Advertisment

ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ୧୮ ରନ୍ କରି ଆଉଟ୍ ହୋଇଛନ୍ତି। ୨୦୨୧ରେ ଏହା ତାଙ୍କର ଶେଷ ଇନିଂସ୍ ଥିଲା। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ସେ ୩୫ ରନ୍ କରିଥିଲେ। ୭୦ତମ ଶତକ ମାରିବା ପରଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୬୦ଥର ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି, କିନ୍ତୁ ଥରେ ବି ତିନି ଅଙ୍କ ଛୁଇଁପାରିନାହାନ୍ତି। ଏହାରି ଭିତରେ ଅପରାଜିତ ୯୪ ରନ୍ ତାଙ୍କର ସର୍ବାଧିକ ସ୍କୋର।

କୋହଲି ୭୦ ଶତକ ପରଠାରୁ ୧୪ ଟେଷ୍ଟର ୨୫ ଇନିଂସରେ ବ୍ୟାଟିଂ କରିଛନ୍ତି। ସେ ୨୬ ହାରରେ ୬୫୨ ରନ୍ କରିଛନ୍ତି, ଯେଉଁଥିରେ ୫ ଅର୍ଦ୍ଧଶତକ ସାମିଲ ଅଛି। ଗତ ଦୁଇ ବର୍ଷ ଭିତରେ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୭୪ ରନ୍ ରହିଛି। ଏହାରି ଭିତରେ ସେ ଦିନିକିଆର ୧୫ ଇନିଂସ ଖେଳି ୪୩ ହାରରେ ୬୪୯ ରନ୍ କରିଛନ୍ତି, ଯେଉଁଥିରେ ୮ ଅର୍ଦ୍ଧଶତକ ରହିଛି। ୮୯ ତାଙ୍କର ସର୍ବାଧିକ ସ୍କୋର। ସେହିପରି ଟି-୨୦ରେ କୋହଲି ୨୦ ଇନିଂସରେ ୬୦ ହାରରେ ୭ ଅର୍ଦ୍ଧଶତକ ସହ ୭୭୭ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୯୪ ରନ୍ ରହିଛି।

Advertisment

ବିରାଟ କୋହଲି ଶତକ ମାରିନାହାନ୍ତି ସତ, କିନ୍ତୁ ଏହାରି ଭିତରେ ଭାରତ ପକ୍ଷରୁ ସର୍ବାଧିକ ରନ୍ ମାରିବା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଲୋକେଶ ରାହୁଲ୍ ୪୯ ଇନିଂସରେ ୪୭ ହାରରେ ୨୧୨୩ ରନ୍ କରିଛନ୍ତି। ସେ ୫ ଶତକ ଓ ୧୬ ଅର୍ଦ୍ଧଶତକ ମାରିଛନ୍ତି। ସେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତ୍ ଶର୍ମା ୪୮ ଇନିଂସରେ ୪୬ ହାରରେ ୨୦୮୩ ରନ୍ କରିଛନ୍ତି, ଯେଉଁଥିରେ ୪ ଶତକ ସ ୧୩ ଅର୍ଦ୍ଧଶତକ ରହିଛି। କୋହଲି ୬୦ ଇନିଂସରେ ୩୯ ହାରରେ ୨୦୭୮ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨ହଜାର ମାଇଲଖୁଣ୍ଟ ଛୁଇଁପାରିନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe