Advertisment

Virat Kohli : ପୁଣି ଟେଷ୍ଟ କ୍ରିକେଟକୁ ଫେରିବେ କି ବିରାଟ କୋହଲି? ଶତକ ପରେ ଦେଲେ ବଡ଼ ସୂଚନା

୩୭ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ବିସିସିଆଇ ବିରାଟଙ୍କ ସହ କଥା ହେଉଥିବା ଖବର ପ୍ରକାଶ ପାଇଥିଲା।

Virat

ବିରାଟ କୋହଲି

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକଆରେ ଦମଦାର ଶତକ ହାସଲ କରିଛନ୍ତି ବିରାଟ କୋହଲି। ନିଜ ଦିନିକିଆ କ୍ୟାରିୟରର ୫୨ତମ ଶତକ ହାସଲ କରିବା ପରେ ବିରାଟଙ୍କୁ ନେଇ ଆରମ୍ଭ ହୋଇଥିଲା ବଡ଼ ଚର୍ଚ୍ଚା। ଟେଷ୍ଟ କ୍ରିକେଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବାରୁ ବିରାଟ ନିଜର ଅବସର ନିଷ୍ପତ୍ତିରେ ପୁଣି ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ରବିବାର ଶତକ ହାସଲ କରିବା ପରେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। 

Advertisment

୩୭ ବର୍ଷୀୟ ବିରାଟ କୋହଲି(Virat Kohili) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ବିସିସିଆଇ ବିରାଟଙ୍କ ସହ କଥା ହେଉଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ବିରାଟ ରବିବାର ଏହି ଖବରକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏଥିସହ ସେ ଭାରତ ପାଇଁ କେବଳ ଗୋଟିଏ ଫର୍ମାଟ(ଦିନିକିଆ)ରେ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। 

ବିରାଟ ମ୍ୟାଚ୍ ପରେ କହିଛନ୍ତି, “ମୋତେ ୩୭ ବର୍ଷ ଓ ରିକଭରୀ ପାଇଁ ସମୟ ଦରକାର। ସବୁବେଳେ ଏମିତି ହୋଇଥାଏ- ଏହି କାରଣ ପାଇଁ ମୁଁ କ୍ରିକେଟର ଗୋଟିଏ ଫର୍ମାଟ ଖେଳୁଛି। ଯଦି ଆପଣ ୩୦୦ରୁ ଅଧିକ ମ୍ୟାଚ୍‌ ଓ ସେହି ପରିମାଣର କ୍ରିକେଟ ଖେଳିଛନ୍ତି, ତା’ହେଲେ ଆପଣ ଜାଣିଛନ୍ତି ଯେ ଯଦି ଆପଣ ଅଭ୍ୟାସ ବେଳେ ବଲକୁ ହିଟ କରୁଛନ୍ତି, ତା’ହେଲେ ଆପଣ ଶାରିରୀକ ରୂପରେ କେତେ ଫିଟ ଜାଣିପାରିବେ। ଯେତେବେଳ ଯାଏ ଆପଣ ବଲକୁ ଠିକ ଭାବେ ମାରୁଛନ୍ତି ଓ ଭଲ କ୍ରିକେଟ ଖେଳୁଛନ୍ତି ସେତେବେଳ ଯାଏ ଆପଣ ଶାରିରୀକ ରୂପରେ ଫିଟ, ମାନସିକ ରୂପରେ ପ୍ରସ୍ତୁତ ଓ ଉତ୍ସାହିତ ରହିଛନ୍ତି।” 

Advertisment

ଏହାପୂର୍ବରୁ ବିରାଟଙ୍କ ଅବସର ୟୁ-ଟର୍ଣ୍ଣ ସମ୍ପର୍କରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ମଧ୍ୟ ମତ ରଖିଥିଲେ। ବିରାଟଙ୍କ ଟେଷ୍ଟ ପ୍ରତ୍ୟାବର୍ତ୍ତନ ନେଇ ବିସିସିଆଇ କୌଣସି ପ୍ରକାରର ଆଲୋଚନା ତାଙ୍କ ସହ କରି ନଥିବା ସେ ସ୍ପଷ୍ଟ କରିଥିଲେ।

ସେ କହିଥିଲେ ଯେ “ବିରାଟ କୋହଲିଙ୍କୁ ନେଇ ଯେଉଁ ସବୁ ଖବର ପ୍ରକାଶ ପାଉଛି, ତାହା କେବଳ ଗୁଜବ। କୋହଲିଙ୍କ ସହ ଏନେଇ(ଅବସର ୟୁ-ଟର୍ଣ୍ଣ) କୌରଓ ପ୍ରକାରର ଆଲୋଚନା ହୋଇନାହିଁ। ଗୁଜବ ଉପରେ କେହି ବି ଗୁରୁତ୍ୱ ଦିଅନ୍ତୁ ନାହିଁ। ସେମିତି କିଛି ବି ହୋଇନାହିଁ।” 

ଚଳିତ ବର୍ଷ ମେ’ ମାସରେ ବିରାଟ ଟେଷ୍ଟ କ୍ରିକେଟ(Test Cricket)କୁ ଅଲବିଦା କହିଥିଲେ। ସେ ଭାରତ ପାଇଁ ୧୨୩ଟି ଟେଷ୍ଟ ଖେଳିବା ସହ ୯୨୩୦ ରନ କରିଛନ୍ତି। ଏହା ମଧ୍ୟରେ ୩୦ଟି ଶତକ ରହିଛି। 

Virat Kohili Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe