Advertisment

ସଚିନଙ୍କ ଆଉ ଏକ ବିଶ୍ୱକପ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି

ଆଜିର ଇନିଂସ ପରେ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ବିଶ୍ୱକପ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ପୂର୍ବ ମ୍ୟାଚ୍‌ରେ ସେ ଶତକ ହାସଲ କରି ସଚିନ ସର୍ବକାଳୀନ ଦିନିକିଆ ରେକର୍ଡର ସମକକ୍ଷ ହୋଇଥିଲେ।

author-image
Hemant Lenka
Virat

Virat

ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ଜଲୱା ଜାରି ରହିଛି। ଏଯାଏ ୯ଟି ଇନିଂସରେ ୭ ଥର ୫୦ କିମ୍ବା ତା’ରୁ ଅଧିକ ରନ ସ୍କୋର କରି ବିରାଟ ନିଜର ଦବଦବା ଦେଖାଇଛନ୍ତି। ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିରାଟ ନିଜର ଦ୍ୱିତୀୟ ଘର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୫୧ ରନର ଇନିଂସ ଖେଳିଛନ୍ତି।

Advertisment

ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ। ଆଜିର ଇନିଂସ ପରେ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ବିଶ୍ୱକପ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ପୂର୍ବ ମ୍ୟାଚ୍‌ରେ ସେ ଶତକ ହାସଲ କରି ସଚିନ ସର୍ବକାଳୀନ ଦିନିକିଆ ରେକର୍ଡର ସମକକ୍ଷ ହୋଇଥିଲେ।

ଉଭୟ ସଚିନ ଓ ବିରାଟ ଏବେ ଦିନିକିଆରେ ୪୯ଟି ଶତକ ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ବିରାଟ ଆଉ ଗୋଟିଏ ଶତକ ମାରିବା କ୍ଷଣି ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଶତକରେ ହାଫ ସେଞ୍ଚୁରୀ ହାସଲ କରିବାର ରେକର୍ଡ କରିବେ।

Advertisment

ତେବେ ଆଜି ୫୩ ବଲରେ ୫ ଚୌକା ଓ ଗୋଟିଏ ଛକା ବଳରେ ବିରାଟ ୫୦ ରନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୫୧ ରନ କରି ଆଉଟ ହୋଇ ଯାଇଥିଲେ। ତେବେ ଏହା ଚଳିତ ବିଶ୍ୱକପରେ ବିରାଟଙ୍କ ୭ ତମ ୫୦+ ସ୍କୋର।

କୌଣସି ବିଶ୍ୱକପରେ ୭ ଥର ୫୦ରୁ ଅଧିକ ରନ କରିବାରର ରେକର୍ଡ ସଚିନଙ୍କ ନାଁରେ ଥିଲା। ଆଜି ବିରାଟ ଏହାର ସମକକ୍ଷ ହୋଇଛନ୍ତି। ସଚିନ ତେନ୍ଦୁଲକର ୨୦୦୩ ବିଶ୍ୱକପରେ ୭ଥର ୫୦ରୁ ଅଧିକ ରନ କରିଥିଲେ।

ବିରାଟ ୨୦୨୩ରେ ଏପରି କରିବାକୁ ସକ୍ଷମ ହୋଇଛନ୍ତି। ବିରାଟ ଓ ସଚିନଙ୍କ ବ୍ୟତୀତ ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ ମଧ୍ୟ ୨୦୧୯ ବିଶ୍ୱକପରେ ୭ଥର ୫୦ରୁ ଅଧିକ ରନ ସ୍କୋର କରିଥିଲେ।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ବିରାଟ ସର୍ବାଧିକ ରନ ହାସଲକାରୀ ବ୍ୟାଟର ମଧ୍ୟ ହୋଇ ଯାଇଛନ୍ତି। ବିରାଟ ଏଯାଏ ବିଶ୍ୱକପରେ ୫୯୪ ରନ କରିଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ୫୯୧ ରନ ସହ ରହିଛନ୍ତି। ବିରାଟ ଆଉ ୬ ରନ କରିବା ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ କୌଣସି ବିଶ୍ୱକପରେ ୬୦୦ ରନ କରିବାର କୀର୍ତ୍ତିମାନ ହାସଲ କରିବେ।

ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମାଙ୍କ ନାଁରେ ରହିଛି। ସେହିପରି ବିଶ୍ୱର ୬ଷ୍ଠ ବ୍ୟାଟର ଭାବେ ୬୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିବେ।

୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ କରିଥିବା ବେଳେ ୨୦୦୭ରେ ମାଥ୍ୟୁ ହେଡେନ ୬୫୯, ୨୦୧୯ରେ ରୋହିତ ଶର୍ମା ୬୪୮, ୨୦୧୯ରେ ଡାଭିଡ ୱାର୍ଣ୍ଣର ୬୪୭, ୨୦୧୯ରେ ସାକିବ ୬୦୬ ରନ କରିଥିଲେ।

Virat Kohli ICC ICC Men’s Cricket World Cup 2023 ICC World Cup 2023 ICC World Cup