Advertisment

ବ୍ୟାନ୍‌ରୁ ଅଳ୍ପକେ ବର୍ତ୍ତିଲେ ବିରାଟ କୋହଲି, ଆର୍ଥିକ ଦଣ୍ଡରେ ଦଣ୍ଡିତ କଲା ICC

ବିରାଟଙ୍କ ଭଳି ଜଣେ ସିନିୟର ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍‌ ରେଫରୀ ଆଣ୍ଡି ପୟକ୍ରୋଫ୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।

author-image
Hemant Lenka
Virat

Virat

ଆଇସିସିର ବଡ଼ କାର୍ଯ୍ୟାନୁଷ୍ଠାନରୁ ଅଳ୍ପକେ ବର୍ତ୍ତିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି। ସେ ପଡ଼ିଆ ମଝିରେ ଯେଉଁ ଭଳି କାଣ୍ଡ ଭିଆଇଥିଲେ ତାଙ୍କୁ ଆଇସିସି ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଆଇସିସି ବିରାଟଙ୍କ ମ୍ୟାଚ୍‌ ଫି’କୁ ୨୦% କାଟ କରି ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି।

Advertisment

ପୂରା ଘଟଣା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଘଟିଛି। ୪ର୍ଥ ମ୍ୟାଚ୍‌ର ପ୍ରଥମ ଦିନର ପ୍ରଥମ ସେସନ୍ସରେ ବିରାଟ କୋହଲି ନିଜରେ ଆଗ୍ରେସନ ଦେଖାଇ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୯ ବର୍ଷ ବୟସରେ ଡେବ୍ୟୁ କରିଥିବା ସାମ କୋନଷ୍ଟାସଙ୍କୁ ଜାଣିଶୁଣି କାନ୍ଧରେ ଧକ୍କା ମାରିଥିଲେ। ଏହାକୁ ନେଇ ପଡ଼ିଆ ମଧ୍ୟରେ ବେଶ ଡ୍ରାମା ଦେଖିବାକୁ ମିଳିଥିଲା।

ବିରାଟଙ୍କ ଭଳି ଜଣେ ସିନିୟର ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍‌ ରେଫରୀ ଆଣ୍ଡି ପୟକ୍ରୋଫ୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।

Advertisment

ସେ ବିରାଟଙ୍କୁ ଡାକି ୧୦ ମିନିଟ ଆଲୋଚନା କରିଥିଲେ। ଏହି ସମୟରେ ବିରାଟ ଆଇସିସିର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଥିଲେ। ସେ ଆଚରଣ ବିଧିର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି।

କୁହାଯାଉଥିଲା ଯେ ବିରାଟ ଜାଣିଶୁଣି ସାନକୋଷ୍ଟାସଙ୍କୁ ଧକ୍କା ମାରିଥିବାରୁ ସେ ଆଇସିସି ଆଚରଣ ବିଧି ଲେଭଲ ୨କୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ୩ରୁ ୪ଟି ଡିମେରିଟ ପଏଣ୍ଟ ସହ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ ହେବାକୁ ପଡ଼ିପାରେ। କାରଣ ୪ଟି ଡିମେରିଟ ପଏଣ୍ଟ ୨୪ ମାସ ମଧ୍ୟରେ ଯଦି କୌଣସି ଖେଳାଳି ପାଉଛନ୍ତି, ତା’ହେଲେ ତାଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ କିମ୍ବା ୨ଟି ସୀମିତ ଓଭର ମ୍ୟାଚ୍‌ରୁ ବାସନ୍ଦ କରାଯିବାର ପ୍ରାବଧାନ ରହିଛି।

କିନ୍ତୁ ଏହି ଘଟଣାରେ ବିରାଟଙ୍କୁ କେବଳ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ତେଣୁ ତାଙ୍କ ମ୍ୟାଚ୍‌ ଫି’ ୨୦% କଟିଛି। ଇନିଂସର ୧୦ମ ଓ ୧୧ତମ ଓଭର ମଧ୍ୟରେ ହୋଇଥିବା ବ୍ରେକ ବେଳେ ପୂରା ଘଟଣା ଘଟିଥିଲା। ଓଭର ସରିବାରୁ କୋନଷ୍ଟାସ ଓ ଉସମାନ ଖୱାଜା ଏଣ୍ଡ ଅଦଳବଦଳ କରୁଥିଲେ।

ଏହି ସମୟରେ ବିରାଟ ବଲ ଧରି ଚାଲିଚାଲି ଯାଇଥିଲେ ଓ କୋନଷ୍ଟାସଙ୍କୁ ନିଜ କାନ୍ଧରେ ଧକ୍କା ଦେଇଥିଲେ। ସେ ଜାଣିଶୁଣି ଏପରି କରିଥିବା ରିପ୍ଲେରୁ ସ୍ପଷ୍ଟ ଭାବେ ଜଣାପଡ଼ିଥିଲା। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ନିନ୍ଦା କରିଥିଲେ।

Virat Kohli Border-Gavaskar Trophy Boxing Day Test