Advertisment

ଅର୍ଦ୍ଧଶତକ ପରେ ବିରାଟ ବୋଲ୍ଡ, ଭାରତକୁ ୪ର୍ଥ ଝଟକା

ବିରାଟ ଆଉଟ ହେବା ପରେ ପୂରା ନରେନ୍ଦ୍ର ମୋଦି ଷ୍ଟାଡିୟମ ଚୁପ ହୋଇଯାଇଥିଲା। ଏକ ଲକ୍ଷରୁ ଅଧିକ ଲୋକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିରାଟ ଆଉଟ ହେବା ସହ ଭାରତକୁ ୧୪୮ ରନରେ ୪ର୍ଥ ଝଟକା ଲାଗିଛି।

author-image
Hemant Lenka
Virat

Virat

ବିଶ୍ୱକପ ଫାଇନାଲରେ ଭାରତକୁ ଲାଗିଛି ସବୁଠାରୁ ବଡ଼ ଝଟକା। ବୋଲ୍ଡ ହୋଇଯାଇଛନ୍ତି ଭାରତର ଇନଫର୍ମ ବ୍ୟାଟର ବିରାଟ କୋହଲି। ସେ ୫୪ ରନ କରି ଆଜି ଆଉଟ ହୋଇଛନ୍ତି। ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କ ବଲକୁ ସେ ଥାର୍ଡ ମ୍ୟାନ ଅଞ୍ଚଳରେ ଖେଳିବାକୁ ଚେଷ୍ଟା କରୁଥିଲେ। ହେଲେ ବଲ ଇନସାଇଡ୍‌ ଏଡଜ ହୋଇ ସିଧା ୱିକେଟରେ ମାଡ଼ ହୋଇଛି।

Advertisment

ବିରାଟ ଆଉଟ ହେବା ପରେ ପୂରା ନରେନ୍ଦ୍ର ମୋଦି ଷ୍ଟାଡିୟମ ଚୁପ ହୋଇଯାଇଥିଲା। ଏକ ଲକ୍ଷରୁ ଅଧିକ ଲୋକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିରାଟ ଆଉଟ ହେବା ସହ ଭାରତକୁ ୧୪୮ ରନରେ ୪ର୍ଥ ଝଟକା ଲାଗିଛି।

ଏବେ ସବୁ କିଛି କେଏଲ ରାହୁଲଙ୍କ ଉପରେ ନିର୍ଭର କରୁଛନ୍ତି। ତାଙ୍କୁ ସାଥ ଦେବାକୁ ରବୀନ୍ଦ୍ର ଜାଡେଜା ଆସିଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫାଇନାଲ ଖେଳୁଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାରି ଭାରତ ପ୍ରଥମେ ବ୍ୟାଟିଂ କରୁଛି।

Advertisment

ପ୍ରଥମ ୱିକେଟ ଦଳ ୩୦ ରନରେ ହରାଇବା ପରେ ବିରାଟ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସ୍ଥିତି ସମ୍ଭାଳିବା ସହ ଭାରତର ସ୍କୋରକୁ ଆଗକୁ ନେଇଥିଲେ। ୫୬ ବଲରେ ବିରାଟ ଅର୍ଦ୍ଧଶତକ କରିଥିବା ବିରାଟଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଥିଲେ। କିନ୍ତୁ ସେ ୬୩ ବଲରେ ୫୪ ରନ କରି ଆଉଟ ହୋଇଛନ୍ତି।

ତେବେ ବିରାଟ ଆଜି କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଚଳିତ ବିଶ୍ୱକପରେ ସେ ୯ମ ଥର ପାଇଁ ୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଦେଲେ ଆଉ ସବୁ ମ୍ୟାଚ୍‌ରେ ବିରାଟଙ୍କ ଜଲୱା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ବିରାଟ ବିଶ୍ୱକପରେ କ୍ରମାଗତ ୫ ଥର ୫୦ରୁ ଅଧିକ ରନ ୨ ଥର କରିସାରେଲଣି। ୨୦୧୯ ପରେ ୨୦୨୩ରେ ତାଙ୍କ ବ୍ୟାଟରୁ କ୍ରମାଗତ ୫ମଥର ପାଇଁ ୫୦ରୁ ଅଧିକ ରନ ଦେଖିବାକୁ ମିଳିଛି। ୨୦୧୫ରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ସମାନ କାମ କରିଥିଲେ।

ସେହିପରି ଉଭୟ ସେମି ଓ ଫାଇନାଲରେ ୫୦ରୁ ଅଧିକ ରନ କରିଥିବା କିଛି ହାତ ଗଣତି ଖେଳାଳିଙ୍କ ତାଲିକାରେ ମଧ୍ୟ ବିରାଟ ନିଜକୁ ସାମିଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଶତକୀୟ ଇନିଂସ ଖେଳିଥିବା ବେଳେ ଆଜି ୫୪ ରନ କରିଛନ୍ତି।

ବିରାଟଙ୍କ ପୂର୍ବରୁ ୧୯୭୯ରେ ମାଇକ ବ୍ରେୟର୍ଲୀ, ୧୯୮୭ରେ ଡାଭିଡ ବୁନ, ୧୯୯୨ରେ ଜାଭେଦ ମିଆଁଦାଦ, ୧୯୯୬ରେ ଅରବିନ୍ଦଚ ଡି’ସଲଭା, ୨୦୧୫ରେ ଗ୍ରାଣ୍ଟ ଏଲିଅଟ, ୨୦୧୫ରେ ଷ୍ଟିଭ ସ୍ମିଥ ଓ ୨୦୨୩ରେ ବିରାଟଙ୍କ କୋହଲି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

ICC ICC World Cup 2023 CWC 2023 ICC World Cup ICCC World Cup CWC Final