Advertisment

ଅମ୍ପାୟାରଙ୍କ ସହ ଯୁକ୍ତି କରିବାରୁ ବିରାଟଙ୍କ ମ୍ୟାଚ୍‌ ଫି’ କଟିଲା

ଏହାପୂର୍ବରୁ ଧିମା ବୋଲିଂ ପାଇଁ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।

Virat

Virat

Advertisment

ପଡ଼ିଆରେ ନିଜ ରାଗ ପ୍ରଦର୍ଶନ କରିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବ୍ୟାଟର ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ବିରାଟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment

ସେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଏକମତ ନ ହୋଇ ଯୁକ୍ତିତର୍କ କରିଥିଲେ। ଏଥିପାଇଁ ତାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗିଛି। ତାଙ୍କ ମ୍ୟାଚ୍‌ ଫି’ ୫୦% କଟିଛି। କେକେଆର ବିପକ୍ଷରେ ବିରାଟ ବିବାଦୀୟ ସ୍ଥିତିରେ ଆଉଟ ହୋଇଥିଲେ। ଏହାପରେ ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ।

ଆଇପିଏଲ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ କୋହଲି ଆଇପିଏଲ ଆଚରଣ ବିଧିର ଧାରା ୨.୮ ଅଧୀନରେ ଥିବା ଲେଭଲ ୧ ଅପରାଧ କରିଛନ୍ତି। ସେ ନିଜର ଦୋଷକୁ ସ୍ୱୀକାର କରିଛନ୍ତି।

Advertisment

ଏଥିସହ ମ୍ୟାଚ ରେଫରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିଛନ୍ତି। ଲେଭଲ ୧ ଆଚରଣ ବିଧି ଉଲ୍ଲଙ୍ଘନ ଯୋଗୁ ତାଙ୍କ ମ୍ୟାଚ୍‌ ଫି’ ୫୦% କଟିଛି। ଏହାପୂର୍ବରୁ ଧିମା ବୋଲିଂ ପାଇଁ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।

କେକେଆର ବିପକ୍ଷରେ ଆରସିବି ୨୨୩ ରନର ଟାର୍ଗେଟକୁ ପିଛା କରୁଥିଲା। ଆରସିବି ଇନିଂସ ୩ୟ ଓଭରରେ ହର୍ଷିତ ରାଣାଙ୍କ ଗୋଟିଏ ଫୁଲଟସ୍‌ରେ ବିରାଟ ଆଉଟ ହୋଇଥିଲେ। ଖାଲି ଆଖିରେ ବଲଟି ବିରାଟଙ୍କ ଅଣ୍ଟା ଉପରେ ରହିଥିବା ଦେଖିବାକୁ ମିଳିଥିଲା।

ତଥାପି ଅନ ଫିଲ୍ଡ ଅମ୍ପାୟାର ନୋ ବଲ ନ ଦେଇ ନଥିଲେ। ଅନ ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କୁ ରିଭ୍ୟୁ କରିବାକୁ କହିଥିଲେ। ତୃତୀୟ ଅମ୍ପାୟାର ମଧ୍ୟ ଏହାକୁ ନୋ ବଲ ଦେଇ ନଥିଲେ। ବରଂ ବିରାଟଙ୍କୁ ଆଉଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।

ସେ ରାଗରେ ଡ୍ରେସିଂ ରୁମକୁ ଆଡ଼କୁ ଯାଉଥିଲେ। କିନ୍ତୁ ପୁଣି ପଛକୁ ଆସି ଦୁଇ ଅନ ଫିଲ୍ଡ ଅମ୍ପାୟାରଙ୍କ ସହ କିଛି ସେକେଣ୍ଡ ଯୁକ୍ତିତର୍କ କରିଥିଲେ। ଶେଷରେ ସେ ବେଶ ନିରାଶ ହୋଇ ପ୍ୟାଭିଲିୟନକୁ ଯାଇଥିଲେ।

ଆଉଟ ହେବା ପୂର୍ବରୁ ସେ ୭ ବଲରେ ୧୮ ରନ କରି କେକେଆର ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ହେଲେ ରାଣାଙ୍କ ଧିମା ଫୁଲଟସ୍‌କୁ ସେ ବୁଝି ନ ପାରି ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ।

ଥାର୍ଡ ଅମ୍ପାୟାର ରାଣାଙ୍କ ବଲକୁ ନୋ ଡାକି ନଥିଲେ ମଧ୍ୟ କିଛି କ୍ରିକେଟ ପଣ୍ଡିତ ବିରାଟଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଆଉଟ ଘୋଷିତ କରାଯାଇଥିବା କହିଛନ୍ତି। ବିରାଟଙ୍କୁ ରାଣା ବିମର ମାଡ଼ କରିଥିଲେ। ଏହା ଲାଇନ ଠାରୁ ୧.୫ ଫୁଟ ଉପରେ ବ୍ୟାଟ୍‌ ସହ ମାଡ଼ ହୋଇଥିଲା। ଏହା ଧିମା ଥିବା ଓ ତଳକୁ ଖସୁଥିବା ଆଳ ଦେଖାଇ ନୋ ବଲ ଡାକିବା ଠିକ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିରାଟ ସଅଳ ଆଉଟ ହୋଇଥିଲେ ମଧ୍ୟ ଆରସିବିର ଅନ୍ୟ ବ୍ୟାଟରମାନେ ଶେଷ ଯାଏ ଲଢ଼େଇ କରିଥିଲେ। କିନ୍ତୁ ଦଳକୁ ମାତ୍ର ଗୋଟିଏ ରନରେ କେକେଆର ଠାରୁ ହାରିବାକୁ ପଡ଼ିଥିଲା।

Virat Kohli IPL RCB IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe