Advertisment

ବିରାଟଙ୍କ ବଡ଼ ରେକର୍ଡ: ୨୬ ହଜାର ରନ ସହ ୭୮ତମ ଅନ୍ତର୍ଜାତୀୟ ଶତକ

ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନର ମାଇଲଖୁଣ୍ଟକୁ ଅତିକ୍ରମ ମଧ୍ୟ କରି ଯାଇଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟର ୭୮ତମ ଶତକ ବି ହାସଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Virat

Virat

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଆଜି ବାଂଲାଦେଶ ବିପକ୍ଷ ବିଶ୍ୱକପରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ୯୭ ବଲରେ ଅପରାଜିତ ୧୦୩ ରନ କରି ଭାରତକୁ ବିଶ୍ୱକପରେ କ୍ରମାଗତ ୪ର୍ଥ ବିଜୟ ଭେଟି ଦେଇଛନ୍ତି।

Advertisment

ଏହି ରେକର୍ଡ ବ୍ରେକିଂ ଇନିଂସ ବଳରେ ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନର ମାଇଲଖୁଣ୍ଟକୁ ଅତିକ୍ରମ ମଧ୍ୟ କରି ଯାଇଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟର ୭୮ତମ ଶତକ ବି ହାସଲ କରିଛନ୍ତି।

ବିରାଟ ଏଯାଏ ଦିନିକିଆରେ ୪୮ଟି, ଟେଷ୍ଟରେ ୨୯ଟି ଓ ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି। ସେ ଯଦି ଦିନିକିଆରେ ଆଉ ଗୋଟିଏ ଶତକ ହାସଲ କରିନେବେ, ତା’ହେଲେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ ସହ ସମକକ୍ଷ ହୋଇଯିବେ। ସଚିନ ତାଙ୍କ ଦିନିକିଆ କ୍ରିକେଟ କ୍ୟାରିୟର୍‌ରେ ୪୯ଟି ଶତକ ହାସଲ କରିଥିଲେ।

Advertisment

ଆଜି ବିରାଟ ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦଙ୍କୁ ଛକା ମାରି ୨୬ ହଜାର ରନର କୀର୍ତ୍ତିମାନ ହାସଲ କରିଥିଲେ। ୨୬ ହଜାର ରନ ହାସଲ କରିବାରେ ସେ ସଚିନଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସଚିନ ୬୦୦ ଇନିଂସରେ ୨୬ ହଜାର ରନ କରିଥିଲେ। କିନ୍ତୁ ବିରାଟ ୫୬୭ଟି ଇନିଂସରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଏହାବାଦ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଆଜି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୨୫,୯୫୭ ରନର ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଏହି ତାଲିକାର ୧ ନଂ ସ୍ଥାନରେ ସଚିନ ତେନ୍ଦୁଲକର(୩୪,୩୫୭), କୁମାର ସାଙ୍ଗାକାରା(୨୮,୦୧୬) ଓ ରିକି ପଣ୍ଟିଂ(୨୭,୪୮୩) ରହିଛନ୍ତି।

Virat Kohli ICC ICC Men’s Cricket World Cup 2023 ICC World Cup 2023 ICCC World Cup